ETV Bharat / politics

ରେଢାଖୋଲ ବିଧାନସଭା ଆସନ; ଏଥର ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବେ କି ଦଳ ? - ରେଢାଖୋଲ ବିଧାନସଭା ଆସନ

Odisha Assembly Election 2024: ପାଖେଇ ଆସୁଛି ଗଣତନ୍ତ୍ରର ମହାପର୍ବ । ସରଗରମ ହେଲାଣି ରାଜନୈତିକ ମଇଦାନ । ସମ୍ବଲପୁର ଜିଲ୍ଲାର ପ୍ରମୁଖ ନିର୍ବାଚନୀ ମଣ୍ଡଳୀ ରେଢାଖୋଲରେ ବି ରାଜନୈତିକ ପାଣିପାଗ ସରଗରମ । ତେବେ ବିଗତ ୧୫ ବର୍ଷ ଧରି ବିଜେଡିର ଗଡ଼ ଥିବା ରେଢାଖୋଲରେ ଏଥର ବାଜିମାତ କରିବେ କି ବିରୋଧୀ ? ସେହିପରି ବାହାର ନେତାଙ୍କ ବଦଳରେ ସ୍ଥାନୀୟ ନେତାଙ୍କୁ ବିଧାୟକ ପ୍ରାର୍ଥୀ କରିବେ କି ରାଜ୍ୟର ପ୍ରମୁଖ ଦଳ ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

Rairakhol Assembly Constituency
Rairakhol Assembly Constituency
author img

By ETV Bharat Odisha Team

Published : Feb 16, 2024, 3:09 PM IST

ରେଢାଖୋଲ ବିଧାନସଭା ଆସନ; ଏଥର ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବେ କି ଦଳ ?

ସମ୍ବଲପୁର: ଆସୁଛି ସାଧାରଣ ନିର୍ବାଚନ ୨୦୨୪ । ରାଜନୀତି ରଣକ୍ଷେତ୍ରରେ ଲଢ଼ିବାକୁ ଦଳମାନଙ୍କ ମଧ୍ୟରେ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ସମ୍ବଲପୁର ଜିଲ୍ଲା ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ହୋଇଥିବା ବେଳେ ଏବେ ସବୁ ପ୍ରମୁଖ ଦଳର ଫୋକସରେ ରହିଛି ସମ୍ବଲପୁର ଜିଲ୍ଲା । ଏହି ଜିଲ୍ଲାର ଏକ ପ୍ରମୁଖ ବିଧାନସଭା ଆସନ ହେଉଛି ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ଆସନରୁ ବିଜେଡିର ସନାତନ ବିଶି, ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀଙ୍କ ପରି ନେତା ବିଜୟୀ ହୋଇ ନେତୃତ୍ବ ନେଇଛନ୍ତି । ଆଉ ଏଥିପାଇଁ ଏହି ସିଟକୁ ବିଜେଡିର ଗଡ଼ କୁହାଯାଉଥିବା ବେଳେ ଏହା ବିଜେଡି ପ୍ରାର୍ଥୀଙ୍କ ପାଇଁ ଏକ ସୁରକ୍ଷିତ ସିଟ ଭାବେ ପରିଗଣିତ ହୋଇଥାଏ । ହେଲେ ସବୁବେଳେ ଏଠାରେ ବାହାରର ନେତା ହିଁ ବିଧାୟକ ହୋଇଥିବାର ନଜିର ରହିଛି । ତେବେ ଆସନ୍ତା ନିର୍ବାଚନରେ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବେ କି ରାଜ୍ୟର ତିନି ପ୍ରମୁଖ ଦଳ ? ତାକୁ ନେଇ ଚର୍ଚ୍ଚା ଜୋରଦାର ।

ବିଜେଡିର ପ୍ରମୁଖ ଆଶାୟୀ ପ୍ରାର୍ଥୀ ତଥା ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ କହିଛନ୍ତି, "ଆଗାମୀ ନିର୍ବାଚନରେ ବିକାଶ ହିଁ ବିଜେଡିର ପ୍ରମୁଖ ମୁଦ୍ଦା ହେବ । ଗତ ୧୦ ବର୍ଷ ଭିତରେ ରେଢ଼ାଖୋଲ ବିଧାନସଭା ଆସନର ୬୦୦ଟି ଗାଁରେ ବିଜୁଳୀ ସଂଯୋଗ ନଥିବା ବେଳେ ଏହି ସବୁ ଗାଁକୁ ବିଜୁଳୀ ସଂଯୋଗ କରାଯାଇଛି । ଅଧିକାଂଶ ଦୁର୍ଗମ ଅଞ୍ଚଳକୁ ଯାତାୟାତ ସୁବିଧା ପାଇଁ ରାସ୍ତା ଓ ପୋଲ ନିର୍ମାଣ କରାଯାଇଛି । ଏଥିପାଇଁ ରେଢ଼ାଖୋଲ ବିଧାନସଭା ଆସନରେ ରାସ୍ତା ଓ ପୋଲ ନିର୍ମାଣରେ ରାଜ୍ୟର ନିର୍ବାଚନ ମଣ୍ଡଳୀ ମଧ୍ୟରେ ସର୍ବାଧିକ ଅର୍ଥ ବିନିଯୋଗ କରାଯାଇଛି । ପାନୀୟ ଜଳ ସୁବିଧା ପାଇଁ ମହାନଦୀର କିଆକଟାରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଏହା ସହ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ଏହାସହ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ଉଠା ଜଳସେଚନ ଓ କୃଷି ପାଇଁ ବହୁ ପଦକ୍ଷେପ ନିଆଯାଉଛି ।"

ଏହା ବି ପଢନ୍ତୁ- କାହାର ହେବ ପୁରୀ ? ରିପିଟ୍‌ କରିବ ବିଜେପି ନା ନୂଆମୁହଁ ଖୋଜିବେ ଭୋଟର

ଅନ୍ୟପଟେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାଁ କହିଛନ୍ତି, "ବିଜେଡି ସରକାର ଅମଳରେ ବହୁ ଦୁର୍ନୀତି ହେଉଛି । ଏହା ରେଢ଼ାଖୋଲର ଦାଦନ ଶ୍ରମିକ ସମସ୍ୟା, ସ୍କୁଲଗୁଡିକରେ ଶିକ୍ଷକ ସମସ୍ୟା, ସ୍ବାସ୍ଥ୍ୟ ସେବା, ସ୍ଥାନୀୟ ନିଯୁକ୍ତି ସମସ୍ୟା, ମାଇକ୍ରୋଫାଇନାନ୍ସ ମାନଙ୍କ ଦ୍ବାରା ମହିଳାଙ୍କୁ ହଇରାଣ ଆଦି ସମସ୍ୟାକୁ କଂଗ୍ରେସ ମୁଦ୍ଦା କରି ନିର୍ବାଚନୀ ମୈଦାନରେ ଓହ୍ଲେଇବ ।" ସେପଟେ ବିଜେପିର ଅନ୍ୟତମ ପ୍ରମୁଖ ଆଶାୟୀ ପ୍ରାର୍ଥୀ ଗୋବିନ୍ଦ ଅଗ୍ରୱାଲ କହିଛନ୍ତି, "ଏଥର ରେଢ଼ାଖୋଲରେ ବିଜେପି ଜିତିବ । ପାନୀୟ ଜଳ ସମସ୍ୟା, କୃଷକଙ୍କ ସମସ୍ୟା, ହାତୀ ଉପଦ୍ରବ, ଅଫିସରଙ୍କ ଦୁର୍ନୀତି, ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନରେ ବିଜେପି ଲଢ଼ିବ ।"

Rairakhol Assembly Constituency
ପୂର୍ବ ନିର୍ବାଚନ ଫଳାଫଳ

ରୋହିତଙ୍କୁ ମିଳିପାରେ ଲୋକସଭା ଟିକେଟ:- ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ଅନେକ କାର୍ଯ୍ୟକ୍ରମ କରିବାରେ ବ୍ୟସ୍ତ । ରେଢ଼ାଖୋଲ ବିଧାନସଭା ଆସନରେ ୨୦୧୪ ଓ ୨୦୧୯ରେ ବିଜେଡିର ରୋହିତ ପୂଜାରୀ ବିଜୟୀ ହୋଇଥିବା ବେଳେ ସେ ବର୍ତ୍ତମାନ ବିଧାୟକ ଅଛନ୍ତି । ଏଥର ମଧ୍ୟ ସେ ରେଢ଼ାଖୋଲ ଆସନରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବେଳେ ଦଳ କୁଆଡେ ତାଙ୍କୁ ସମ୍ବଲପୁର ବିଧାନସଭା ଆସନ ଅଥବା ଲୋକସଭା ଆସନରୁ ଟିକେଟ ଦେବ ବୋଲି ସଂକେତ ମିଳିଥିବା ନେଇ ଚର୍ଚ୍ଚା ହେଉଛି । ତଥାପି ରେଢ଼ାଖୋଲରେ ରୋହିତଙ୍କ ଭଲ ସଂଗଠନ ଥିବାରୁ ସେ ରେଢ଼ାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ରେଢ଼ାଖୋଲରୁ ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଛନ୍ତି ।

ପୁଣି ଥିରେ ସୁଯୋଗ ଅପେକ୍ଷାରେ ପ୍ରସନ୍ନ ଆଚାର୍ଯ୍ୟ !:- ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଜିତି ୨୦୦୯ରୁ ୨୦୧୪ ଯାଏଁ ରେଢାଖୋଲର ନେତୃତ୍ବ ନେଇଛନ୍ତି । ତେବେ ଆସନ୍ତା ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ପୁଣି ଥରେ ନିର୍ବାଚନ ଲଢିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଅନ୍ୟ ବିଜେଡି ଆଶାୟୀ ତାଲିକାରେ ଯୁବ ନେତା ସଞ୍ଜିତ ମହାନ୍ତି, ସ୍ଥାନୀୟ ନେତା ପ୍ରମୋଦ ବେହେରା ରହିଛନ୍ତି । ରୋହିତ ପୂଜାରୀଙ୍କ ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟ ଭଲ ସଂଗଠନ ରହିଛି । ଅନ୍ୟପଟେ ଯୁବ ନେତା ସଞ୍ଜିତ ମହାନ୍ତିଙ୍କ କେନ୍ଦୁପତ୍ର କର୍ମଚାରୀଙ୍କ ମାଧ୍ୟମରେ ନିଜର ସଂଗଠନକୁ ମଜଭୁତ ରଖିଛନ୍ତି । ତେବେ ଦଳ କାହାକୁ ଟିକେଟ ଦେବ ସ୍ପଷ୍ଟ କରିନାହିଁ ।

ବିଜେପି-କଂଗ୍ରେସ ଆଶାୟୀ ପ୍ରାର୍ଥୀ:- ରେଢ଼ାଖୋଲ ଆସନ ପାଇଁ କଂଗ୍ରେସର ଟାଣୁଆ ନେତା ଆସଫ ଅଲ୍ଲୀ ଖାଁ ପୁଣି ଥରେ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି । ଆସଫ ଅଲ୍ଲୀ ଖାଁଙ୍କ ରେଢ଼ାଖୋଲରେ ଭଲ ସଂଗଠନ ଥିବା ବେଳେ ତାଙ୍କର ପ୍ରାୟ ୫୦ ହଜାର ରିଜର୍ଭ ଭୋଟ ରହିଛି । ସେଥିପାଇଁ ସେ ଗତ ନିର୍ବାଚନଗୁଡିକରେ ଅଳ୍ପ ଭୋଟରେ ବିଜେଡି ଠାରୁ ହାରୁଥିବାର ନଜିର ରହିଛି । ମୁଖ୍ୟତଃ ବିଜେପିର କିଛି ଭୋଟ ବିଜେଡି ଆଡକୁ ଚାଲିଯିବାରୁ ସେ ହାରୁଥିବା ଦେଖିବାକୁ ମିଳେ । ଅନ୍ୟପଟେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ୨୦୧୯ର ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ଓ ଗୋବିନ୍ଦ ଅଗ୍ରୱାଲ ଏଥର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଅଛନ୍ତି । ଗୋବିନ୍ଦ ଅଗ୍ରୱାଲ ବର୍ଷ ତମାମ ସକ୍ରିୟ ରହି ଏହି ଅଞ୍ଚଳରେ ଲୋକଙ୍କ ସହ ଜଡିତ ରହି ନିଜ ସଂଗଠନକୁ ସୁଦୃଢ ରଖିଛନ୍ତି ।

ପୂର୍ବ ନିର୍ବାଚନ ଫଳାଫଳ:

Rairakhol Assembly Constituency
୨୦୧୯ ରେଢାଖୋଲ ବିଧାନସଭା ନିର୍ବାଚନ ଫଳାଫଳ

୨୦୧୯ ନିର୍ବାଚନ:- ଗତ ୨୦୧୯ରେ ପୁଣି ରୋହିତ ପୂଜାରୀ ବିଜେଡି ଟିକେଟ ପାଇ କଂଗ୍ରେସର ଆସଫ ଅଲ୍ଲୀ ଖାଁଙ୍କୁ ୧୪,୬୩୨ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ତେବେ ଏହି ନିର୍ବାଚନରେ ତ୍ରିମୁଖୀ ଲଢେଇ ହୋଇଥିଲା । ବିଜେଡିର ରୋହିତ ପୂଜାରୀ ୫୭,୧୧୧ଟି ଭୋଟ ପାଇଥିବା ବେଳେ କଂଗ୍ରେସର ଆସଫ ଅଲ୍ଲୀ ଖାଁ ୪୨,୪୭୯ଟି ଭୋଟ ପାଇ ଦ୍ବିତୀୟ ଓ ବିଜେପିର ଦେବେନ୍ଦ୍ର ମହାପାତ୍ର ୪୨,୦୨୪ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେବେ ଦ୍ଵିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ମଧ୍ୟରେ କମ ବ୍ୟବଧାନ ରହିଥିଲା । ଏହିଭଳି ଭାବେ ସ୍ଥାନୀୟ ଭୋଟର ଏହି ସିଟରେ ବିଗତ ୧୫ ବର୍ଷ ହେଲା ବିଜେଡି ପ୍ରତି ନିଜର ଆସ୍ଥା ପ୍ରକାଶ କରିଆସିଛନ୍ତି ।

୨୦୧୪ ନିର୍ବାଚନ:- ଏହା ପୂର୍ବରୁ ୨୦୧୪ ନିର୍ବାଚନରେ ଏହି ସିଟରୁ ବିଜେଡି ପକ୍ଷରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳରେ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିଲେ ଓ ନିକଟତମ ପ୍ରତିଦ୍ବନ୍ଦୀ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ଆସଫ ଅଲ୍ଲୀ ଖାଁଙ୍କୁ ୧୧,୯୦୯ ଭୋଟରେ ପରାଜିତ କରିଥିଲେ । ଏହି ନିର୍ବାଚନରେ ବିଜେଡିର ରୋହିତ ପୂଜାରୀ ୫୩,୮୪୯ଟି ଭୋଟ ପାଇଥିବା ବେଳେ କଂଗ୍ରେସର ଆସଫ ଅଲ୍ଲୀ ଖାଁ ୪୧,୯୪୦ଟି ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ ଓ ବିଜେପିର ପ୍ରତାପ ପ୍ରଧାନ ୨୯,୫୪୪ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୦୯ ନିର୍ବାଚନ:- ସେହିପରି ୨୦୦୯ ସାଧରଣ ନିର୍ବାଚନରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ନିଜର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଆସଫ ଅଲ୍ଲୀ ଖାଁଙ୍କୁ ୯୭୬୪ ଭୋଟରେ ହରାଇଥିଲେ । ୨୦୦୯ରେ ଏଠାରେ ମୁଖ୍ୟ ଭାବେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହୋଇଥିଲା । ଏହି ନିର୍ବାଚନରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ୩୭,୭୧୮ଟି ଭୋଟ ପାଇଥିବା ବେଳେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ଆସଫ ଅଲ୍ଲୀ ଖାଁ ୨୭,୯୫୪ଟି ଭୋଟ ପାଇଥିଲେ । ଏହାପରେ ବିଜେପିର ଶରତ ଚନ୍ଦ୍ର ସାହୁ ୧୯,୨୧୭ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୫୧ରେ ଗଠନ ହୋଇଥିଲା । ଏହା ଏକ ଅଣ ସଂରକ୍ଷିତ ଆସନ ହୋଇଥିବା ବେଳେ ଏଠାରେ ୧ ଲକ୍ଷ ୯୯ ହଜାର ୧୩୭ ଜଣ ଭୋଟର ଅଛନ୍ତି । ୧୯୯୫ ନିର୍ବାଚନଠାରୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ବାହାରର ନେତା ହିଁ ବିଧାୟକ ହୋଇଥିବାର ନଜିର ରହିଛି । ତେବେ ଏଥର ସ୍ଥାନୀୟ ନେତାଙ୍କୁ ବିଧାୟକ ପ୍ରାର୍ଥୀ କରିବେ କି ଦଳ ? ତାହା ସମୟ କହିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.