ETV Bharat / politics

ସାମାନ୍ୟ ଚାପ ପଡିଲେ ୟୁ-ଟର୍ଣ୍ଣ ମାରନ୍ତି ନୀତିଶ: ରାହୁଲ - Rahul Gandhi On Nitish Kumar

Rahul Gandhi on Nitish Kumar Move: ଜାତିଗତ ଜନଗଣନା କରିବାରୁ ନୀତିଶଙ୍କ ଉପରେ ବିଜେପି କ୍ୟାମ୍ପରୁ ପଡିଥିଲା ଚାପ । ସାମାନ୍ୟ ଚାପରେ ସେ ମେଣ୍ଟ ଛାଡିଲେ ବୋଲି କହିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ସାମାନ୍ୟ ଚାପ ପଡିଲେ ୟୁ-ଟର୍ଣ୍ଣ ମାରନ୍ତି ନୀତିଶ: ରାହୁଲ

author img

By ETV Bharat Odisha Team

Published : Jan 30, 2024, 10:32 PM IST

ସାମାନ୍ୟ ଚାପରେ ‘ଇଣ୍ଡିଆ’ ମେଣ୍ଟ ଛାଡିଦେଲେ ନୀତିଶ: ରାହୁଲ

ପାଟନା: ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେବାର ମାତ୍ର ଦିନକ ପରେ ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଜାରି ରହିଥିବା କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବିହାରରେ ପ୍ରବେଶ କରିଛି । ନୀତିଶଙ୍କ ମେଣ୍ଟ ପରିବର୍ତ୍ତନକୁ କଡା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ନୀତିଶଙ୍କର ଏପରି ବାରମ୍ବାର ମେଣ୍ଟ ପରିବର୍ତ୍ତନ ଅଭ୍ୟାସକୁ ରାହୁଲ କଟାକ୍ଷ କରିଛନ୍ତି । ନୀତିଶଙ୍କ ଉପରେ ସାମାନ୍ୟ ଚାପ ପଡିଲେ ସେ ୟୁ-ଟର୍ଣ୍ଣ ମାରନ୍ତି ବୋଲି ରାହୁଲ କହିଛନ୍ତି । ସେହିପରି ଏହି ମେଣ୍ଟ ପରିବର୍ତ୍ତନ ଓ ବିଜେପି କ୍ୟାମ୍ପରେ ସାମିଲ ହେବା ନିଷ୍ପତ୍ତି ପଛରେ ବିହାରରେ ନୀତିଶଙ୍କ ପୂର୍ବ ସରକାର କରିଥିବା ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗର ପ୍ରଭାବ ଥିବା ରାହୁଲ କହିଛନ୍ତି ।

ଆଜି ବିହାରର ପୁର୍ଣ୍ଣିୟାରେ ଏକ ସାଧାରଣ ସଭାକୁ ରାହୁଲ ସମ୍ବୋଧିତ କରିଛନ୍ତି । ରାହୁଲ କହିଛନ୍ତି, ନୀତିଶ ଆରଜେଡି ଓ କଂଗ୍ରେସ ସମର୍ଥନରେ ସରକାରରେ ଥିବା ବେଳେ କଂଗ୍ରେସ ହିଁ ତାଙ୍କ ଉପରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ବାରମ୍ବାର ଚାପ ପକାଇଥିଲା । କଂଗ୍ରେସ ସ୍ପଷ୍ଟ ଭାବେ ନୀତିଶଙ୍କୁ କହିଥିଲା, ରାଜ୍ୟବାସୀଙ୍କୁ ସାମାଜିକ ନ୍ୟାୟ ଦେବାକୁ ହେଲେ ବିହାରରେ ଜାତିଭିତ୍ତିକ ଜନଗଣନା କରିବାକୁ ହେବ । ପରବର୍ତ୍ତୀ ସମୟରେ ନୀତିଶ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ ମଧ୍ୟ କରିଥିଲେ । ହେଲେ ବିଜେପି ଏହା ଚାହୁଁନଥିଲା । ତେଣୁ ବିଜେପି କ୍ୟାମ୍ପରୁ ଚାପ ସୃଷ୍ଟି ହେବା ଆରମ୍ଭ ହେଲା । ନୀତିଶ ମଝିରେ ଫସିଗଲେ । ଫଳରେ ବିଜେପିରେ ସାମିଲ ହେଲେ । କାରଣ ସାମାନ୍ୟ ଚାପରେ ସେ ୟୁଟର୍ଣ୍ଣ ମାରନ୍ତି । ରାଜ୍ୟରେ ସାମାଜିକ ନ୍ୟାୟକୁ କଂଗ୍ରେସ ଓ ଆରଜେଡି ମେଣ୍ଟ ନିଶ୍ଚିତ କରିବେ । ଏଠାରେ ନୀତିଶଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ରାହୁଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସୋରେନଙ୍କ ନିଖୋଜ ସସପେନ୍ସ ଶେଷ: ସାମ୍ନାକୁ ଆସିଲେ-ବୈଠକ କଲେ, କାଲି EDରେ ହାଜର

ଲୋକସଭା ନିର୍ବାଚନର ମାତ୍ର 2 ମାସ ପୂର୍ବରୁ ନୀତିଶଙ୍କ ପଟ୍ଟ ପରିବର୍ତ୍ତନ ‘ଏନଡିଏ’କୁ ଯେତିକି ଲାଭ ପହଞ୍ଚାଇ, ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ମଧ୍ୟ ସମପରିମାଣରେ କ୍ଷତି ପହଞ୍ଚାଇବା ପ୍ରାୟତଃ ସ୍ପଷ୍ଟ । ଗତ ଦୁଇ ଦିନ ମଧ୍ୟରେ ଏକାଧିକ ’ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳର ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ମଲ୍ଲିକାର୍ଜୁନ ଖଡଗେ, ଅଖିଳେଶ ଯାଦବ ପ୍ରମୁଖ ନୀତିଶଙ୍କ ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ମେଣ୍ଟର ଅନ୍ୟତମ ପ୍ରମୁଖ ସହଯୋଗୀ ଦଳ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ନୀତିଶଙ୍କର ଏପରି ନିଷ୍ପତ୍ତି ଓ ଆଚରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.