ETV Bharat / politics

ପୁଣି ଦୋହରାଇଲେ ରାହୁଲ: ହିମନ୍ତ ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ, ଶାହଙ୍କ ଇସାରାରେ ଚାଲୁଛନ୍ତି - ହିମନ୍ତ ଶର୍ମା ସବୁଠୁ ଦୁର୍ନୀତିଗ୍ରସ୍ତ

Rahul Gandhi slams Assam CM: ଗୌହାଟୀରେ ପୋଲିସ ଓ କଂଗ୍ରେସ ମଧ୍ୟରେ ସଂଘର୍ଷ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଉପରେ ବର୍ଷିଲେ ରାହୁଲ । ସେ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହିଲେ । ଅଧିକ ପଢନ୍ତୁ

Rahul Gandhi slams Assam CM
କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା
author img

By ETV Bharat Odisha Team

Published : Jan 24, 2024, 11:31 AM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ଜାରି ରହିଛି । ତେବେ ନ୍ୟାୟ ଯାତ୍ରା ଆସାମରେ ପ୍ରବେଶ ପରଠୁ ଗୋଟିଏ ପରେ ଗୋଟିଏ ଉତ୍ତେଜନାମୂଳକ ଘଟଣା ସାମ୍ନାକୁ ଆସୁଛି । ଗତକାଲି ଗୌହାଟୀରେ ଯାତ୍ରାକୁ ଅନୁମତି ନମିଳିବାରୁ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତା ଯାଏଁ କଥା ପହଞ୍ଚିଥିଲା । ଏହାକୁ ନେଇ ଏବେ ରାହୁଲ ଗାନ୍ଧୀ ପୁଣିଥରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହି ସମାଲୋଚନା କରିଛନ୍ତି ରାହୁଲ ।

କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଆସାମର ବାରପେଟା ଠାରେ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ଆଜି ରାହୁଲ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସବୁବେଳେ ଘୃଣା ବିସ୍ତାର କରୁଛନ୍ତି । ନିରୀହ ଲୋକଙ୍କ ଜମି ଛଡାଉ ନେଉଛନ୍ତି । ସେ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ । ତାଙ୍କର କଣ୍ଟ୍ରୋଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତରେ ଅଛି । ସେ ଶାହଙ୍କ ଇସାରରେ ଚାଲୁଛନ୍ତି । ଯଦି ବିଶ୍ବଶର୍ମା ଶାହଙ୍କ ବିରୋଧରେ କିଛି ବି ମନ୍ତବ୍ୟ ଦିଅନ୍ତି, ତାହେଲେ ତାଙ୍କୁ ଦଳରୁ କାଢି ଫିଙ୍ଗି ଦିଆଯିବ ।''

ଆହୁରି କଂଗ୍ରେସ ଅଭିଯୋଗ କରିଛି ଯେ, ଆସାମରେ ନ୍ୟାୟ ଯାତ୍ରା ପ୍ରବେଶ କରିବା ପରଠୁ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ତାଙ୍କର ଯାତ୍ରା ରୋକିବାକୁ ଚେଷ୍ଟା କରିଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ; ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ

ଏହା ମଧ୍ୟ ପଢନ୍ତୁ: କଂଗ୍ରେସକୁ ରାହୁଲଙ୍କ ସୁରକ୍ଷା ଚିନ୍ତା, ଅମିତ ଶାହଙ୍କୁ ଚିଠି ଲେଖିଲେ ଖଡ଼ଗେ

ପ୍ରକାଶଥାଉ କି, ଗତକାଲି ଗୌହାଟୀରେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ସଂଘର୍ଷ ପରେ ଆଜି ଆସାମର ବାରପେଟାରୁ ପୁଣିଥରେ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ଗତକାଲି ଗୌହାଟୀର ମୁଖ୍ୟ ରାସ୍ତାରେ ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ନମିଳିବାରୁ କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଭଙ୍ଗା ଦେଇଥିଲେ । ଏହି ଘଟଣାରେ ଆସାମ ପୋଲିସ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳଙ୍କ ଭଳି କେତେକ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଭିଡକୁ ଉସକାଇବା, ହିଂସା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ମାମଲା ହୋଇଛି । ଏନେଇ ରାଜ୍ୟ ପୋଲିସ ଡିଜିଙ୍କ ସହ କଥା ହୋଇ ମାମଲା ରୁଜୁ କରିବାକୁ ବିଶ୍ବଶର୍ମା ନିର୍ଦ୍ଦେଶ ଦେଇଥିଲେ । ତେବେ ପୂର୍ବରୁ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ କହିଥିଲେ ରାହୁଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.