ETV Bharat / politics

କଟକ ବାରବାଟୀରୁ ବିଜେପିର ପାର୍ଥୀ ହେବେ କି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ! - Barabati Assembly Constituency - BARABATI ASSEMBLY CONSTITUENCY

Barabati Assembly Constituency: କଟକର ବାରବାଟୀ ବିଧାନସାଭା ଆସନ ପାଇଁ ବିଜେପି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା । କ'ଣ କହିଲେ ପୂର୍ଣ୍ଣଚନ୍ଦ୍ର ? ଅଧିକ ପଢ଼ନ୍ତୁ..

ବାରବାଟୀ ବିଧାନସାଭା ଆସନ
ବାରବାଟୀ ବିଧାନସାଭା ଆସନ
author img

By ETV Bharat Odisha Team

Published : Apr 9, 2024, 5:39 PM IST

ବାରବାଟୀ ବିଧାନସାଭା ଆସନ

କଟକ: ରାଜ୍ୟର 147ଟି ବାଧାନସଭା ଆସନ ମଧ୍ୟରୁ 112ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟୀ । ହେଲେ ଏ ପର୍ଯ୍ୟନ୍ତ କଟକର ବହୁ ଚର୍ଚ୍ଚିତ ବାରବାଟୀ ବିଧାନସାଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିନାହିଁ ବିଜେପି । ଏହି ଆସନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ନୁଆ କରି ବିଜେପିରେ ସାମିଲ ହୋଇଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଦଳ ତାଙ୍କୁ ବାରବାଟୀରୁ ଟିକେଟ ଦିଏ ତେବେ ନିଶ୍ଚିନ୍ତ ଲଢିବି ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର ।

କଟକ ବାରବାଟୀରୁ ବିଜେପିର ପାର୍ଥୀ ହେବେ କି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ? ଏନେଇ ଯଦିଓ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ, ତଥାପି ପୂର୍ଣ୍ଣଙ୍କୁ ନେଇ କଟକ ସହରରେ ଚର୍ଚ୍ଚା ଜୋର ଧରିଛି । ଲୋକସଭା ସାଂସଦ ଚର୍ଚ୍ଚା ପରେ ଏବେ ବିଧାନସଭା ଆସନରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ । ଦଳ ଯେଉଁ ଦାୟିତ୍ୱ ଦେବ ତାହା ମୁଁ କରିବି । କୌଣସି ପଦ ପଦବୀ ପାଇଁ ମୋର ଲୋଭ ନାହିଁ । ଯଦି ମୋଟେ ଦଳ ବାରବାଟୀରୁ ବିଧାୟକ ପ୍ରାର୍ଥୀ ଭାବରେ ଟିକେଟ ଦିଏ ତେବେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଏହାକୁ ସାଦରର ସହ ଗ୍ରହଣ କରିବି ।"

ପୂର୍ଣ୍ଣଚନ୍ଦ୍ର ଏହା ମଧ୍ୟ କହିଛନ୍ତି, "ମୁଁ ବିଜେପିରୁ ଯଦି ପ୍ରାର୍ଥୀ ହୁଏ ତେବେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ଅନେକ କାର୍ଯ୍ୟ କରିବି । ପ୍ରତ୍ୟକ ଲୋକ ମୋତେ ଜାଣନ୍ତି । ତେଣୁ ପ୍ରଚାର କରିବାର କୌଣସି ସେତିକି ଆବଶ୍ୟକତା ପଡିବ ନାହିଁ । ନିର୍ବାଚନ ପାଇଁ ମୁଁ ପ୍ରସ୍ତୁତ ଅଛି । ଲୋକଙ୍କ ମୌଳିକ ସମସ୍ୟା ମୋର ପ୍ରାଥମିକତା ରହିବ । ଦଳ ଯଦି ତାଙ୍କୁ ପାର୍ଥୀ ଘୋଷଣା ନ କରେ, ତେବେ ସେଥିରେ ମଧ୍ୟ ମୋର ମନଉଣା ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...କଟକ ବିକାଶର ମୂଳମଞ୍ଜି କେନ୍ଦ୍ର ସରକାର: ଭର୍ତ୍ତୃହରି ମହତାବ - Bhartruhari Mahtab Campaign

ନିର୍ବାଚନ ପାଇଁ କଟକ ବାରବାଟୀରେ ନିର୍ବାଚନୀ ଉଷ୍ମତା ଦେଖା ଯାଇଥିବା ବେଳେ ବିଜେପି ଶିବିରରେ ଟିକେ ଶାନ୍ତ ପଡିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରୁ କେବଳ ବିଜେଡି ପାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସରୁ ପୁଣିଥରେ ଇଂ ମହମ୍ମଦ ମୋକିମ ଲଢ଼ିବେ ବୋଲି ପ୍ରାୟତଃ ନିଷ୍ପତ୍ତି ସରିଛି । ମାତ୍ର ବିଜେପିରେ ଅନେକ ଆଶାୟୀ ରହିଥିବା ବେଳେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ପୂର୍ଣ୍ଣଚନ୍ଦ୍ର ଦଳର ପ୍ରଥମ ପସନ୍ଦ ବୋଲି କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.