ETV Bharat / politics

ପୁରୀରୁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ - Arup Pattanik files Nomination - ARUP PATTANIK FILES NOMINATION

Lok Sabha Election 2024: ପୁରୀରେ ଆସନ୍ତା 25 ତାରିଖରେ ମତଦାନ ହେବାକୁ ଯାଉଛି। ସେହିକ୍ରମରେ ପୁରୀ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥୀ ଅରୁପ ପଟ୍ଟନାୟକ। ଅଧିକ ପଢ଼ନ୍ତୁ,

Lok Sabha Election 2024
Lok Sabha Election 2024
author img

By ETV Bharat Odisha Team

Published : May 2, 2024, 4:18 PM IST

Lok Sabha Election 2024

ପୁରୀ: ରାଜ୍ୟରେ ପାଖେଇ ଆସୁଛି ନିର୍ବାଚନ । ଆସନ୍ତା 13 ତାରିଖରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ପାଇଁ ରାଜ୍ୟରେ ଚାଲିଛି ନାମାଙ୍କନର ପର୍ବ । ତେବେ ସେହି କ୍ରମରେ ପୁରୀରେ ତୃତୀୟ ପର୍ଯ୍ୟାୟ ତଥା ମେ 25 ତାରିଖରେ ମତଦାନ ହେବାକୁ ଯାଉଛି । ଯାହା ପାଇଁ ପୁରୀ ଜିଲ୍ଲାରେ ଚାଲିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ସେହି ପରିପ୍ରେକ୍ଷୀରେ ଆଜି ପୁରୀ ଲୋକସଭା ପାଇଁ ବିଜେଡ଼ିର ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅରୁପ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଭରିବା ପାଇଁ ଅରୁପ ତାଙ୍କ ସମର୍ଥକଙ୍କ ସହିତ ଯାଇଥିଲେ । ନାମାଙ୍କନ ଭରିବା ପରେ ଅରୁପ କହିଛନ୍ତି ଯେ ସେ ଜନସେବା ପାଇଁ ରାଜନୀତିକୁ ଆସିଛନ୍ତି । ସେ ଚାକିରି କରିଥିବା ବେଳେ ଜନସେବା କରୁଥିଲେ । ହେଲେ ସେ ଅବସର ପରେ ପ୍ରତ୍ୟକ୍ଷ ଭାବେ ରାଜନୀତିକୁ ଆସି ଜନସେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି । ପୁରୀ ଲୋକସଭାବାସୀଙ୍କ ଉନ୍ନତି କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ କଲ୍ୟାଣକାରୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଦିଗ ପ୍ରତି ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ । ସେ ସାରା ଜୀବନ ଲୋକଙ୍କ ସେବା ପାଇଁ ସମର୍ପିତ କରିବେ ବୋଲି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ପଶ୍ଚିମ ଓଡ଼ିଶା ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ, କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ନବୀନ - Naveen Files Nomination

ପୁରୀ ପାଇଁ ଯେଉଁଭଳି କାର୍ଯ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି ନିଶ୍ଚିତ ଭୋଟର ଏଥର ଶଙ୍ଖରେ ଭୋଟ ଦେଇ ପୁଣିଥରେ ବିଜେଡ଼ିକୁ ଜିତାଇବା ପାଇଁ ବେଶ ଆଶାବାଦୀ ଥିବା ଅରୁପ ପ୍ରକାଶ କରିଛନ୍ତି । ଜନତା ନବୀନଙ୍କୁ ଭୋଟ ଦେଇ ତାଙ୍କ ହାତ ମୁଠାକୁ ପୁଣି ଟାଣ କରିବେ ବୋଲି ଅରୁପ କହିଛନ୍ତି । ତେବେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଅରୁପ ପୁରୀ ବଡ ଦାଣ୍ଡରେ ଏକ ରୋଡ ଶୋ' କରିଥିଲେ । ହଜାର ହଜାର ବିଜେଡି କର୍ମୀ ଓ ନେତାଙ୍କ ସହ ଶୋଭାଯାତ୍ରାରେ ଆସି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ଯୋଗ ଦେଇଥିଲେ । ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ପାଇଁ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ଦିର୍ଘ 25 ବର୍ଷ ହେବ ଆଶୀର୍ବାଦ ଦେଇ ଆସିଛନ୍ତି । ପୁଣି ଚଳିତ ନିର୍ବାଚନରେ ଲୋକେ ବିଜେଡିକୁ ବିପୁଳ ଭୋଟ ଦେଇ ଜନାଦେଶ ଦେବେ ବୋଲି ବିଜେଡ଼ି ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.