ETV Bharat / politics

ରାଜଧାନୀ ରାଜନୈତିକ ହିଂସା, ପକ୍ଷ ରଖିଲା ବିଜେପି - Electoral Violence Case - ELECTORAL VIOLENCE CASE

BJP Press Meet on Electoral Violence: ବିଜେଡି ଉତ୍ତର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଅପରାଧୀଙ୍କୁ ଧରି ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଲା ବିଜେପି । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 9:20 PM IST

Updated : May 15, 2024, 9:48 PM IST

BJP Press Meet (ETV Bharat Odisha)

ଭୁବନେଶ୍ବର: କ୍ୟାପିଟାଲ ଥାନା‌ ୬ ନମ୍ବରରେ ରାଜନୈତିକ ହିଂସା ମାମଲାରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ୬ନମ୍ବରର ୪୬ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ମମତା ମଲିକ ଏଥର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ସେହି ସମୟରେ ଆଖଣ୍ଡଳମଣି ବସ୍ତି ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯାହା ପରେ ସେ ଘଟଣା ଉଗ୍ର ରୂପ ନେଇଥିଲା। ଏହି ଘଟଣାକୁ ନେଇ ବିଜେପି ମଧ୍ୟରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକ ଥାନାରେ ଏନେଇ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଆଜି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି, ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ବିଜେପି କର୍ମୀ ଓ ଭୋଟରଙ୍କୁ ଆକ୍ରମଣ ଓ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡି ଯୋଜନା କରିଛି । ହାରିବା ଭୟରେ ବିଜେପି କର୍ମୀ ଓ ଭୋଟରଙ୍କୁ ଆକ୍ରମଣ କରାଯାଉଛି । ତେବେ ବିଜେଡି ବିରୋଧରେ ଅଭିଯୋଗ ଆଣି ଜଗନ୍ନାଥ ପ୍ରଧାନ କହିଛନ୍ତି "ଗତକାଲି ୟୁନିଟ ୬ ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ କର୍ପୋରେଟରଙ୍କ ସ୍ୱାମୀ ତଥା ବିଜେଡି ନେତା ମଧୁ ରେଡ୍ଡୀ ଓ ଲିଙ୍ଗା ରେଡ୍ଡୀ ନାମକ ଅସାଧୁ ଯୁବକ ଆକ୍ରମଣ କରି ପ୍ରଚାର ବନ୍ଦ କରିବାକୁ କହିଲେ । ଜାତିଆଣ ମନ୍ତବ୍ୟ ଦେଇ ମାଡ଼ ମାରିଲେ । ଆଉ ଏହି ସବୁ ଘଟଣାକୁ ନେଇ ଅଭିଯୋଗ କରିବାରୁ ପୋଲିସ କହିଲା ଉଭୟ ପକ୍ଷକୁ ଗିରଫ କରାଯିବ । ଅଭିଯୋଗ କରିବାକୁ ଯାଇଥିବା ପକ୍ଷ ମଧ୍ୟ ଗିରଫ ହେବ।"

ଏହା ମଧ୍ଯ ପଢ଼ନ୍ତୁ.. ବିଗୁଡୁଛି ମଧ୍ୟ-ନିର୍ବାଚନ ମଣ୍ଡଳୀ ସ୍ଥିତି, ୬ ନମ୍ବରରେ ରାଜନୈତିକ ହିଂସାକାଣ୍ଡ ! - Electoral Violence

ତେବେ ପୋଲିସର ଏହି ମନ୍ତବ୍ୟ ହିଁ ସ୍ପଷ୍ଟ କରୁଛି ପୋଲିସ କିଭଳି ଭାବେ ଶାସକ ଦଳର ଏଜେଣ୍ଟ ହୋଇ କାର୍ଯ୍ୟ କରୁଛି ଅର୍ଥାତ ପୋଲିସର ସମ୍ପୂର୍ଣ୍ଣ ସହଯୋଗ ଶାସକ ଦଳ ପ୍ରତି ରହୁଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ । ସେ ଆହୁରୀ ମଧ୍ୟ କହିଛନ୍ତି "ଏଥିରୁ ସ୍ପଷ୍ଟ ଅନୁମେୟ କି ପୋଲିସ ସହାୟତାରେ ନିର୍ବାଚନ ଜିତିବାକୁ ବିଜେଡି ରଣନୀତି କରୁଛି । ଏହାସହ ମଧୁ ରେଡ୍ଡୀଙ୍କ ପାଖେ ବନ୍ଧୁକ ଅଛି । ସେ ବନ୍ଧୁକ ଦେଖାଇ ଭୋଟରଙ୍କୁ ଭୟଭୀତ କରୁଛନ୍ତି । ନୟାପଲ୍ଲୀରେ କିଛି ଦିନ ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିଲା ।" ତେବେ ନିର୍ବାଚନ ହିଂସା ଓ ଆକ୍ରମଣ ରାଜନୀତିରୁ ବିଜେଡି ବାଦ ରହୁ ବୋଲି ଚେତାବନୀ ଦେଇଛି ବିଜେପି । ଏହାସହ ନିର୍ବାଚନୀ ହିଂସାରେ ସାମିଲ ବିଜେଡିର ନେତା ଓ କର୍ମୀଙ୍କ ହିଂସାତ୍ମକ ଘଟଣାକୁ ସଠିକ ତଦନ୍ତ କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୋଲିସ କମିଶନର ଓ ପୋଲିସ ଡ଼ିଜିଙ୍କୁ ଅନୁରୋଧ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2024, 9:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.