ETV Bharat / politics

ପଶ୍ଚିମ ଓଡିଶାରେ କଂଗ୍ରେସର 20% ଭୋଟ ବଢିବ, ମୁଁ ନର୍ଲାରୁ ଲଢିବି କହିଲେ ଭକ୍ତ ଦାସ - ପଶ୍ଚିମ ଓଡ଼ିଶାରେ କଂଗ୍ରେସର ପ୍ରସ୍ତୁତି

Congress Focuses Western Odisha: ଭବାନୀପାଟଣା ସମାବେଶରେ 2024 ନିର୍ବାଚନରେ ସଫଳ ପ୍ରଦର୍ଶନ କରିବାକୁ ଯାଉଥିବା ନେଇ ଦମ୍ଭୋକ୍ତି ଦେଖାଇଛି ଦଳ । ସେପଟେ ନର୍ଲାରୁ ନିର୍ବାଚନ ଲଢିବେ ବୋଲି ଇଟିଭି ଭାରତକୁ କହିଛନ୍ତି ଭକ୍ତ ଦାସ । ଅଧିକ ପଢନ୍ତୁ

Western odisha politics
ପଶ୍ଚିମ ଓଡ଼ିଶା ରାଜନୀତି
author img

By ETV Bharat Odisha Team

Published : Jan 25, 2024, 10:03 PM IST

ପଶ୍ଚିମ ଓଡ଼ିଶା ରାଜନୀତି

ଭୁବନେଶ୍ବର/ଭବାନୀପାଟଣା: ପଶ୍ଚିମ ଓଡିଶାରେ ନିଜର ଦବଦବା ଜାହିର କରିଛି କଂଗ୍ରେସ । ଭବାନୀପାଟଣା ସମାବେଶରେ 2024 ନିର୍ବାଚନରେ ସଫଳ ପ୍ରଦର୍ଶନ କରିବାକୁ ଯାଉଥିବା ନେଇ ଦମ୍ଭୋକ୍ତି ଦେଖାଇଛି ଦଳ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ କହିଛନ୍ତି, "ଏହି ସମାବେଶରେ ଲୋକଙ୍କ ସମର୍ଥନରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, 2024 ନିର୍ବାଚନରେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କଂଗ୍ରେସର ଭୋଟ ପ୍ରତିଶତ ବଢିବ । ଏନେଇ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, "ପଶ୍ଚିମ ଓଡି଼ଶାରେ କଂଗ୍ରେସର ଭୋଟ୍ 25 ପ୍ରତିଶତ ଥିବାବେଳେ ଏଥିରେ ଆଉ 20 ପ୍ରତିଶତ ଅଭିବୃଦ୍ଧି ଘଟି ଏହା 45 ପ୍ରତିଶତରେ ପହଞ୍ଚିବ । ଯାହାକି ଓଡିଶାରେ କଂଗ୍ରେସକୁ ମଜବୁତ ସ୍ଥିତିକୁ ନେଇ ଆସିବ । ମୁଁ ଭାବୁଛି ନର୍ଲା ବିଧାନସଭା ଆସନରୁ ନିର୍ବାଚନ ଲଢିବି ।"

କଂଗ୍ରେସରେ ବିଜେଡିର ପାଞ୍ଚ ପାଞ୍ଚ ଥରର ବିଧାୟକ ବଳଭଦ୍ର ମାଝୀ ଯୋଗଦେବା ପରେ ଦଳ ପଶ୍ଚିମ ଓଡିଶାରେ ବଳବାନ ହୋଇଛି । ବଳଭଦ୍ର 1990 ମସିହାରେ ନର୍ଲା ଆସନରୁ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ । 1995 ରେ ପୁଣି ଥରେ ସମାନ ଆସନରୁ ନିର୍ବାଚିତ ହୋଇଥିଲେ । 2000, 2004 ଏବଂ 2014 ମସିହାରେ ଲାଞ୍ଜିଗଡ ଆସନରୁ ଜିତିଥିଲେ ବଳଭଦ୍ର । 2024 ନିର୍ବାଚନରେ ବଳଭଦ୍ର ଯଦି ଲାଞ୍ଜିଗଡରୁ ଲଢନ୍ତି ଏହା କଂଗ୍ରେସକୁ ଫାଇଦା ଦେବ ବୋଲି ଆକଳନ କରାଯାଉଛି । "ଦାଦନ ଖଟିବାକୁ କାହିଁକି ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି?" ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ର । ସେ କହିଛନ୍ତି, "ଜନ ସମର୍ଥନ କଂଗ୍ରେସ ଆଡକୁ ରହିଛି । ପଶ୍ଚିମ ଓଡିଶା ବିଶେଷ କରି କଳାହାଣ୍ଡିରେ କଂଗ୍ରେସର ଦବଦବା ରହିବ ।"

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ କଂଗ୍ରେସର ରଣହୁଙ୍କାର, ସାମିଲ ହେଲେ ବଳଭଦ୍ର

ଏହା ମଧ୍ୟ ପଢନ୍ତୁ...ବିଜେପି-ବିଜେଡି ବାହାଘର ! କଂଗ୍ରେସ ଉପରେ ବର୍ଷିଲେ ବିଜେପି ମୁଖପାତ୍ର ଅନିଲ

ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଏବଂ ନୂଆ ପ୍ରଭାରୀ ଡକ୍ଟର ଅଜୟ କୁମାର ହେବା ପରେ ଦଳ ଏବେ ଦଳ ସ୍ବର ଶାଣିତ କରିଛି । ବିଜେଡି ଓ ବିଜେପିଙ୍କୁ କଡ଼ା ସମାଲୋଚନା କରି ସେମାନଙ୍କ ବିବାହ କରାଇଛି । କଂଗ୍ରେସରେ ବହୁ ଟାଣୁଆ ନେତା ଥିବାବେଳେ ଏବି ଦଳ ସଂଗଠନକୁ ମଜବୁତ କରିଛି । ତେଣୁ ଆଗକୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର/କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.