ETV Bharat / politics

ରାତି ପାହିଲେ କାକଟପୁର ଓ ନିମାପଡାରେ ପଡିବ ଭୋଟ, ପ୍ରସ୍ତୁତ ୯୮ଟି ଆଦର୍ଶ ମତଦାନ କେନ୍ଦ୍ର - ELECTION PREPAREDNESS IN ODISHA

author img

By ETV Bharat Odisha Team

Published : May 31, 2024, 5:15 PM IST

Nimapara Election Preparation: ଜୁନ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀରେ ଚାଲିବ ଭୋଟିଂ ପର୍ବ । ମୋଟ ୫୬୦ଟି ମତଦାନ କେନ୍ଦ୍ର ସହିତ ୯୮ଟି ବୁଥକୁ ମଡେଲ ବା ଆଦର୍ଶ ବୁଥ କରାଯାଇଛି । ଅଧିକ ପଢନ୍ତୁ

Election Preparedness In Puri
Election Preparedness In Puri (ETV Bharat Odisha)

ପୁରୀ: ଆସନ୍ତା ଜୁନ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ପଡିବ । ସକାଳ ୭ ଘଟିକାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥରେ ମତଦାନ କରିପାରିବେ । ତେବେ ବୁଥକୁ ଯାତ୍ରା କରିଛନ୍ତି ପୋଲିଂ ପାର୍ଟି । ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୫୬୦ଟି ମତଦାନ କେନ୍ଦ୍ରରେ ମତଦାନ କରାଯିବ । ଏଥିରେ କାକଟପୁରର ୨୮୦ଟି ଓ ନିମାପଡାର ୨୮୦ଟି ବୁଥ ରହିଛି । ଏଥି ମଧ୍ୟରୁ ମୋଟ ୯୮ଟି ବୁଥକୁ ମଡେଲ ବା ଆଦର୍ଶ ବୁଥ କରାଯାଇଛି ।

ସେଥିମଧ୍ୟରୁ ୭୬ ବୁଥରେ କେବଳ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସଖୀ ବୁଥ ହୋଇଥିବା ବେଳେ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ବାରା ୪ଟି, ଯୁବ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ୫ଟି, ପରିବେଶ ଉପଯୋଗୀ ବା ଇକୋ ଫ୍ରଣ୍ଡଲି ୮ ଓ ଥିମ ବେସଡ୍‌ ୫ଟି ବୁଥ ରହିଛି । କାକଟପୁର ଓ ନିମାପଡାରେ ୩୮ ଲେଖାଏଁ ସଖୀ ବୁଥ, ୨ଟି ଲେଖାଏଁ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ବୁଥ, କାକଟପୁରରେ ୪ଟି ଯୁବ ପୋଲିଂ ପରିଚାଳିତ ବୁଥ, ୨ଟି ଇକୋ ଫ୍ରେଣ୍ଡଲି ବୁଥ ଓ ୩ ଟି ଥିମ ବେଶଡ୍‌ ବୁଥ ହୋଇଥିବା ବେଳେ ନିମାପଡାରେ ଯୁବ ପୋଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ଗୋଟିଏ, ଇକୋ ଫ୍ରଣ୍ଡଲି ୬ ଟି ଓ ଥିମ ବେସଡ୍‌ ୨ଟି ବୁଥର ବ୍ୟବସ୍ଥା ହୋଇଛି ।

ଏହା ମଧ୍ୟ ପଢନ୍ତୁ ... 70 ଭାଗ କର୍ମଚାରୀ ପୋଷ୍ଟାଲ ବାଲଟ ଭୋଟିଂ ଦେଇପାରୁ ନାହାନ୍ତି: ବିଜେପି - Lok Sabha Election 2024

ପୂର୍ବରୁ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ମାଧ୍ୟମରେ ଭୋଟର ମାନଙ୍କୁ ବ୍ୟାପକ ସଚେତନତା କରାଯାଇ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରି ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରାଯାଇଥିଲା । ଜୁନ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉ ଥିବାରୁ ପ୍ରତ୍ୟେକ ଭୋଟର ନିଶ୍ଚିତ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ ସମସ୍ତ ଭୋଟର ମାନଙ୍କୁ ଅନୁରୋଧ କରିଛନ୍ତି । ତେବେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପାଇଁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଭୋଟର ମାନେ ଗଣତନ୍ତ୍ରର ଏହି ମହାନ ପର୍ବ ନିଜକୁ ସାମିଲ କରି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ପୁରୀ ଜିଲ୍ଲାପାଳ ଭୋଟରଙ୍କୁ ସଚେତନତା ବାର୍ତା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.