ETV Bharat / politics

ନବାଗତ ବିଧାୟକମାନଙ୍କୁ ତାଲିମ: ଦଳୀୟ କାର୍ଯ୍ୟକ୍ରମ କହି ବିରୋଧୀଙ୍କ ବୟକଟ୍ ଚେତାବନୀ - MLAs Training Politics

author img

By ETV Bharat Odisha Team

Published : Aug 14, 2024, 8:44 PM IST

Updated : Aug 14, 2024, 9:06 PM IST

Newly Elected MLA's Training Workshop: ବିଧାନସଭାରେ ନବାଗତ ବିଧାୟକମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ହେଲେ ଏହି କାର୍ଯ୍ୟକ୍ରମକୁ ଦଳୀୟ ଆୟୋଜନ ବୋଲି କହିବା ସହ ବୟକଟ ଚେତାବନୀ ଦେଇଛି କଂଗ୍ରେସ । ମୁହାଁମୁହିଁ ଶାସକ-ବିରୋଧୀ ।

Training Politics
Training Politics (ETV Bharat Odisha)

ଭୁବନେଶ୍ବର: ବିଧାନସଭାରେ ନବାଗତ ବିଧାୟକମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ତେଜିଲା ରାଜନୀତି । ବିଧାନସଭାରେ ନବାଗତ ବିଧାୟକମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେବ । କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ପୁରୁଖା ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେମାନେ ନିଜ ଅନୁଭୂତି ଆଧାରରେ ନୂଆ ବିଧାୟକଙ୍କ ପାଇଁ ତାଲିମ ଦେବେ । ସେପଟେ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଆରମ୍ଭ ହୋଇଛି ବୟାନବାଜି ।

Training Politics (ETV Bharat Odisha)

ଯୋଗ ନଦେବାକୁ ବିଜେଡିର ଚେତାବନୀ:

ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି, "ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଗତ ଅଗଷ୍ଟରେ ଏକ ପତ୍ର ଦେଇଛନ୍ତି ଉପସଚିବ । ନୂଆ ବିଧାୟକଙ୍କର ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ବିଧାନସଭାରେ ହେବ । ଏହି କାର୍ଯ୍ୟକ୍ରମ ଅତୀତରେ ବିଧାନସଭା ପରମ୍ପରାରେ ଗୁରୁତର ବ୍ୟତିକ୍ରମ ଦେଖା ଦେଇଛି । ଏଭଳି ବ୍ୟତିକ୍ରମ ନ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରୁଛୁ । ଏହି କାର୍ଯ୍ୟକ୍ରମ ବାଚସ୍ପତି କରନ୍ତି । ଏହାକୁ ଉଦଘାଟନ କରନ୍ତି ମୁଖ୍ୟମନ୍ତ୍ରୀ ବା ଗୃହର ନେତା । ମୁଖ୍ୟମନ୍ତ୍ରୀ ନଥିଲେ ବାଚସ୍ପତି କରନ୍ତି । ସମାପନ ବି ସେହି ମାନେ କରନ୍ତି । ଗୃହର ସଦସ୍ୟ ହୋଇନଥିଲେ ବି ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ । ସମାପନ କାର୍ଯ୍ୟକ୍ରମରେ ଉଦବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ଉଭୟ ବିଧାନସଭାର ସଦସ୍ୟ ନୁହଁନ୍ତି । ବାଚସ୍ପତିଙ୍କ ପଦ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରାନଯାଉ । ଲାଗୁଛି ଏହା ବିଜେପି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଥାଉ ଥାଉ ବିଧାନସଭା କାର୍ଯ୍ୟକ୍ରମକୁ ବାହାର ଲୋକ କରିବା ଶୋଭନୀୟ ନୁହେଁ । ସରକାରଙ୍କୁ ଅନୁରୋଧ ଏଥିରୁ କ୍ଷାନ୍ତ ରୁହନ୍ତୁ । ନହେଲେ ବିଜେଡି ଏହି କାର୍ଯ୍ୟକ୍ରମରେ ଯୋଗ ଦେବନି ।"

'ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରୁ ରୁହନ୍ତୁ ବାଚସ୍ପତି'

ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ଏହା ଅତ୍ୟନ୍ତ ଆପତ୍ତିଜନକ କଥା । ଏହି ପ୍ରଶିକ୍ଷଣ ଶିବିର ବିଧାନସଭାରେ ହୁଏ । ନୂଆ ବିଧାୟକମାନଙ୍କୁ ବିଧାନସଭା ନିୟମାବଳୀ ନେଇ ଅବଗତ କରିବାକୁ ଏହା କାର୍ଯ୍ୟକ୍ରମ । ହେଲେ ଏଥିରେ ରାଜନୀତି କରାଯାଉଛି । ଏହାର ସଂଶୋଧନ ହେଉ । ବିଜେପି ପ୍ରଶିକ୍ଷଣ ଶିବିର କରିବା ନେଇ ଜାତୀୟ ଖବରକାଗଜରେ ଖବର ପ୍ରକାଶ ପାଇଛି । ଏଥିରେ ବାଚସ୍ପତି ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି । ବାଚସ୍ପତି ଦଳୀୟ ରାଜନୀତିରୁ ଉପରେ ରହିବା କଥା । ହେଲେ ସେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବା ଏକ ଆପତ୍ତିଜନକ ଓ ଅଭାବନୀୟ ଅସଂଗତି ।"

Training Politics (ETV Bharat Odisha)

'ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମ'
ନବନିର୍ବାଚିତ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନାପସନ୍ଦ କରିଛନ୍ତି ବିରୋଧୀ । ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନରେ ରାଜନୀତିକରଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । "ଶାସକ ଦଳ ଦଳୀୟ କାର୍ଯ୍ୟକ୍ରମ ଭଳି ଆୟୋଜନ କରୁଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରାଯିବ" ବୋଲି କହିଛି କଂଗ୍ରେସ ।

ପ୍ରଶିକ୍ଷଣକୁ ନେଇ କଂଗ୍ରେସ ବିଧାୟକ ଦଳ ନେତାଙ୍କ ପ୍ରତିକ୍ରିୟା:
"ନବନିର୍ବାଚିତ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଏକ ଭଲ କଥା । ହେଲେ ଏହାର ରାଜନୀତିକରଣ କରାନଯାଉ" ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଇଟିଭି ବାରତକୁ ଫୋନ୍ ଯୋଗେ କାଡ଼ାମ କହିଛନ୍ତି "ନୂଆ ବିଧାୟକମାନଙ୍କୁ ତାଲିମ ଦିଆଯାଉ, ଆମେ ପ୍ରତିବାଦ କରୁନାହୁଁ । କିନ୍ତୁ ତାଲିମ ନାଁରେ ତାଙ୍କ ଦଳର ପ୍ରଚାର କରିବେ ଯଦି ତାହେଲେ କଂଗ୍ରେସ ଭାଗ ନେବନି। ତାଲିମ ହେଉ ,ଏକ୍ସପର୍ଟମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉ। ଦେଶରେ ରାଜ୍ୟରେ ଅନେକ ସମ୍ବିଧାନ ବିଶାରଦମାନେ ଅଛନ୍ତି ସେମାନଙ୍କୁ ସାମିଲ କରାଯାଉ। ବିଧାନସଭାରେ ସମ୍ବିଧାନ ବିଶାରଦମାନେ ତାଲିମ ଦିଅନ୍ତୁ । କିନ୍ତୁ ତାଙ୍କ କେନ୍ଦ୍ରମନ୍ତ୍ରୀ ମାନେ ଆସି ଦଳୀୟ କାର୍ଯ୍ୟକ୍ରମ ନକରନ୍ତୁ।"

୧୯ରେ କଂଗ୍ରେସ ବିଧାୟକ ଦଳ ବୈଠକ:

"19 ତାରିଖରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ କଂଗ୍ରେସର ଅଭିମୁଖ୍ୟ ନେଇ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆମେ 14 ବିଧାୟକ ଏକ ଅଛୁ, ଆଗାମୀ ଦିନରେ ଓଡିଶା ବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବୁ" ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
ଏହା ବି ପଢନ୍ତୁ...ବିଧାନସଭା ପକ୍ଷରୁ 2 ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ, ବିଧାୟକଙ୍କୁ ଦିଆଯିବ ତାଲିମ - Training Programme For MLAs

ନବନିର୍ବାଚିତ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ:
ସୂଚନା ଥାଉ କି, ନବନିର୍ବାଚିତ ବିଧାୟକ ମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର । 17 ,18 ତାରିଖରେ ରାଜ୍ୟର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହ, କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ପ୍ରମୁଖ ସାମିଲ ହୋଇ ନୂଆ କରି ବିଧାନସଭା ଆସିଥିବା ବିଧାୟକମାନଙ୍କୁ ମନ୍ତ୍ର ଦେବାର କାର୍ଯ୍ୟକ୍ରମ କରାଯାଇଛି । ସେହିପରି ବିଜେଡି ନେତା ପ୍ରଫୁଲ ଘଡେଇ, ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସର ପୁରୁଖା ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଛି" ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

'ଦଳୀୟ ନୁହେଁ ନୀତି ନିୟମ ଭିତରେ ଏହି କାର୍ଯ୍ୟକ୍ରମ'

"ନୂଆ ବିଧାୟକଙ୍କ ପାଇଁ ଏହି କାର୍ଯ୍ୟକ୍ରମ । ଏଥର 84 ଜଣ ନୂଆ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଅତିଥି ହିସାବରେ ଆମେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କୁ ଡାକିଛୁ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକ ମାନଙ୍କୁ ଶିକ୍ଷା ଦେବେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଧ୍ୟ ଉପସ୍ଥିତ ରହିବେ । ଗୋଟିଏ ଗୋଟିଏ ସେସନ ଅନୁଯାୟୀ କାର୍ଯ୍ୟକ୍ରମ ହେବ । ବିଧାନସଭା ନୀତି ନିୟମ ଭିତରେ ଏହି କାର୍ଯ୍ୟକ୍ରମ ହେଉଛି । ଦଳୀୟ ଭାବେ ନୁହେଁ । ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ ହେବ" ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 14, 2024, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.