ETV Bharat / politics

ASOଙ୍କ ବଦଳି ପରେ ତେଜିଲା ରାଜନୀତି: ବିଜେପିର ଓଡିଆ ଅସ୍ମିତା ମିଛ ନାଟକ କହିଲା ବିଜେଡି, ନ୍ୟାୟ ଦାବିରେ ରାଜରାସ୍ତାରେ କଂଗ୍ରେସ, ଜବାବ ରଖିଲା ବିଜେପି - Governor Son Attack Case

author img

By ETV Bharat Odisha Team

Published : Jul 16, 2024, 7:17 PM IST

Updated : Jul 16, 2024, 8:17 PM IST

Governor Son Attack Case: ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଆକ୍ରମଣର ଶିକାର ହୋଇଥିବା ASOଙ୍କ ବଦଳି ପରେ ତେଜିଲା ରାଜ୍ୟ ରାଜନୀତି । ଓଡ଼ିଆ ପୁଅକୁ ନ୍ୟାୟ ଦାବିରେ ରାଜଭବନ ଆଗରେ ଆନ୍ଦୋଳନରେ କଂଗ୍ରେସ । ବିଜେପି ସରକାରକୁ କଡ଼ା ସମାଲୋଚନା କଲା ବିଜେଡି । ଅଧିକ ପଢ଼ନ୍ତୁ

Governor Son Attack Case
Governor Son Attack Case (ETV Bharat Odisha)

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗକରୀ ASOଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ନ୍ୟାୟ ପାଇବା ପରିବର୍ତ୍ତେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ASO ବୈକୁଣ୍ଠ ପ୍ରଧାନ । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ରାଜଭବନ ଡାକି ଅଭିଯୋଗକାରୀଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ଏହାପରେ ଆଶା କରାଯାଉଥିଲା ତାଙ୍କୁ ନ୍ୟାୟ ମିଳିବ । ହେଲେ ଆଜି ତାଙ୍କର ବଦଳି ହୋଇଯ।ଇଛି । ରାଜଭବନରୁ ଲୋକସେବା ଭବନକୁ ବୈକୁଣ୍ଠଙ୍କ ବଦଳି କରାଯାଇଛି । ଯାହାକୁ ନେଇ ତେଜିଛି ରାଜନୀତି । ରାଜ୍ୟପାଳ ଏବଂ ସରକାରକୁ କାଠଗଡାକୁ ଟାଣିଛି କଂଗ୍ରେସ । ଶତାଧିକ ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀ ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ବିଜେପିର ଓଡ଼ିଆ ଅସ୍ମିତାକୁ ମିଛ ନାଟକ ବୋଲି କହିଛି ବିଜେଡି ।

ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ଆନ୍ଦୋଳନ:-

ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସହଯୋଗୀମାନେ ଓଡ଼ିଆ ଏଏସ୍‌ଓ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଲଳିତ କୁମାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଯୁବ କଂଗ୍ରେସ । ଏଥିପାଇଁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଆପଣାଇଛନ୍ତି ଯୁବ ଏବଂ ଛାତ୍ର କଂଗ୍ରେସ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି, "ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । ସେହି ମତରେ ଲଳିତ କୁମାରଙ୍କ ଉପରେ ତଦନ୍ତ ନହୋଇ ବୈକୁଣ୍ଠ ପ୍ରଧାନଙ୍କୁ ସଚିବାଳୟକୁ ଟ୍ରାନ୍ସଫର କରିଦେଲେ ସରକାର । ସରକାର ଏହି ଘଟଣାରେ ତଦନ୍ତ କରନ୍ତୁ । ଓଡ଼ିଆ ଅସ୍ମିତାକୁ ନଭୁଲନ୍ତୁ ସରକାର ।" ସେପଟେ ଛାତ୍ର କଂଗ୍ରେସ ସଭାପତି ମଧ୍ୟ ଏହି ଘଟଣାରେ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ଓଡ଼ିଆ ପୁଅ ଉପରେ ମରଣାନ୍ତକ ଆକ୍ରମଣ ହେଲା । ରାଜ୍ୟପାଳ ପୁଅଙ୍କ ନାଁରେ FIR ହେଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏ ରାଜ୍ୟରେ କଣ ଦୁଇଟା ଆଇନ ? ରାଜ୍ୟପାଳଙ୍କ ପୁଅ ପାଇଁ ଗୋଟିଏ ଆଉ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟିଏ ଆଇନ ?"

'ସାମ୍ବିଧାନିକ ବ୍ୟବସ୍ଥାରେ ସମସ୍ତେ ସମାନ':-

ବିଜେଡି ମୁଖପାତ୍ର ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ଦେଶର ବିଶାଳ ଗଣତନ୍ତ୍ର ଓ ଲୋକଙ୍କ ସୁରକ୍ଷା ପାଇଁ ସମ୍ବିଧାନ ରହିଛି । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ସମସ୍ତେ ସମାନ । ଯେତେ କ୍ଷମତାଶାଳୀ ଲୋକ ହେଲେ ବି ଆଇନର ପରିଧିରୁ ବାହାରକୁ ଯାଇପାରିବ ନାହିଁ । ଗତ 7 ତାରିଖରେ ପୁରୀ ସ୍ଥିତି ରାଜଭବନରେ ଏକ ଘଟଣା ଘଟିଲା । ଯେବେ ରାଷ୍ଟ୍ରପତି ପୁରୀରେ ଥିଲେ, ସେଠି ପୁରୀ ରାଜଭବନରେ ଏହି ଘଟଣା ଘଟିଛି । ରାଜ୍ୟପାଳଙ୍କ ପୁଅ, ଯିଏ ଜଣେ ଅଣଓଡ଼ିଆ, ଝାଡ଼ଖଣ୍ଡ ଲୋକ, ସେ ଓଡ଼ିଶା ସରକାରଙ୍କ ଜଣେ ASOଙ୍କୁ ସାଙ୍ଗମାନଙ୍କ ସହ ମିଶି ନିସ୍ତୁକ ମାଡ଼ ମାରିଛନ୍ତି । ରାଜଭବନରେ କାର୍ଯ୍ୟରତ ଅଧିକାରୀଙ୍କୁ ଅସମ୍ମାନ କରିବା ସହ ଚପଲରେ ଛେପ ପକେଇ ଚଟେଇବା, ନିର୍ଯାତନା ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ASO ଜଣଙ୍କ ଏନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲାପାଳ, ଡିଜିଙ୍କ ପାଖରେ ଅଭିଯୋଗ କରିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । 10 ଦିନ ପରେ ତାଙ୍କୁ ନ୍ୟାୟ ନମିଳିବା ଦୁଃଖଦାୟକ ଓ ହୃଦୟବିଦାରକ କଥା ।"

'ବିଜେପିର ଓଡ଼ିଆ ଅସ୍ମିତା ମିଛ ନାଟକ':-

ସେ ଆହୁରି କହିଛନ୍ତି, "ଓଡିଶା ଅସ୍ମିତାର ଡିଣ୍ଡିମ ପିଟି ବିଜେପି ସରକାର ଶାସନକୁ ଆସିଛି । ଓଡିଶା ଅସ୍ମିତାକୁ ମୁଣ୍ଡେଇବାର ନାଟକ କରିଛି ବିଜେପି । ବିଜେପିର ଓଡ଼ିଆ ଅସ୍ମିତାର ମିଛ ନାଟକର ଆଜି ମୁଖା ଖୋଲିଛି । ଅସ୍ମିତା କଥା କହୁଥିବା ମୋହନ ମାଝୀ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ । ବିଜେପି ସରକାର ଅସ୍ମିତାର କଥା କହୁଥିବାବେଳେ ଜଣେ ଓଡ଼ିଆଙ୍କୁ ଅଣଓଡିଆ ମାଡ଼ ମାରୁଛନ୍ତି । ଏ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି । ଘଟଣାକୁ ନେଇ ଓଡ଼ିଶା ସର୍ବଭାରତୀୟସ୍ତରରେ ନିନ୍ଦିତ ଓ ଲଜ୍ଜିତ ହେଉଛି । କିନ୍ତୁ ରାଜ୍ୟ ସରକାର ନୀରବ ରହିବା ପଛରେ ରହିଛି କ୍ଷମତା ଲୋଭ । କ୍ଷମତା ପାଇଁ ସେମାନେ କିଛି ବି କରିପାରିବେ । ଏଭଳି କାମ ମୋହନ ସରକାର କରୁଛନ୍ତି । ଗଣତନ୍ତ୍ରରେ ଆଇନ ସମସ୍ତଙ୍କ ଲାଗି ସମାନ । ଗରିବ ପାଇଁ ଗୋଟେ ଆଇନ ଓ ପ୍ରଭାବଶାଳୀଙ୍କ ପାଇଁ କଣ ଆଉ ଗୋଟେ ଆଇନ କି ? ଏଭଳି ଘଟଣା ପ୍ରଥମ ଥର ଲାଗି ଦେଖୁଛୁ । ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ସାତ ଖୁନ ମାଫ କରିଛନ୍ତି ମୋହନ ସରକାର ।"

'ନବୀନ ସରକାରରେ ତୁରନ୍ତ ହେଉଥିଲା କାର୍ଯ୍ୟାନୁଷ୍ଠାନ':-

ପୋଲିସ କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ରହିବା ବିରାଟ ପ୍ରଶ୍ନବାଚି ସୃଷ୍ଟି କରୁଛି ବୋଲି କହିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି, "ପ୍ରକୃତରେ ମୋହନ ସରକାର ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି ନା ଅଣଓଡିଆଙ୍କ ଜୋତା ତଳେ ଓଡ଼ିଆ ଅସ୍ମିତାକୁ ମାଡି ମକଚି ଦେବାକୁ ଚେଷ୍ଟା କରୁଛନ୍ତି ? ନବୀନ ସରକାରରେ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉଥିଲା । ସେତେବେଳର ପାଟଣାଗଡ ବିଧାୟକ ସରୋଜ ମେହେର, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏହାର ଉଦାହରଣ । ସରୋଜ ଜଣେ ଜେଇଙ୍କୁ ଉଠବସ କରିଥିଲେ । କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ପ୍ରଦୀପ ଓ ପ୍ରଶାନ୍ତ ମଧ୍ୟ ଗିରଫ ହୋଇ ଜେଲ ଯାଇଛନ୍ତି । କିନ୍ତୁ ଏଠି ସରକାର 10 ଦିନ ହେଲାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।"

'ଆନ୍ଦୋଳନ କରିବ ବିଜେଡି':-

ମାଡ଼ ଖାଇଥିବା ASOଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ବଦଳି କରାଯାଇଛି । ସେପଟେ ମାଡ଼ ମାରିଥିବା ରାଜ୍ୟପାଳଙ୍କ ପୁଅ କଲର ଟେକି ବୁଲୁଛନ୍ତି । ASOଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ପତ୍ନୀ କହିଛନ୍ତି । ଏଭଳି ସମୟରେ ତାଙ୍କୁ ସୁରକ୍ଷା ଦେବା ବଦଳରେ ମୋହନ ସରକାର ବଦଳି କରୁଛନ୍ତି । ମୋହନ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଲେଖାଶ୍ରୀ କହିଛନ୍ତି, "ମୋହନ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ଯଦି ଓଡ଼ିଆ ଅସ୍ମିତା ଉପରେ ଆନ୍ତରିକତା ନାହିଁ, ତେବେ ସତସାହସ ଦେଖାନ୍ତୁ । ମୋହନ ସରକାର କୁହନ୍ତୁ ଯେ ଆମେ ଭୋଟ ପାଇଁ ଭଣ୍ଡେଇବାକୁ ଓଡ଼ିଆ ଅସ୍ମିତା କଥା କହୁଥିଲୁ । ନହେଲେ ରାଜ୍ୟପାଳଙ୍କ ପୁଅକୁ ଗିରଫ କରନ୍ତୁ । ଯଦି ରାଜ୍ୟପାଳଙ୍କ ପୁଅକୁ ଗିରଫ ନକଲେ, ଆଗାମୀ ଦିନରେ ବିଜେଡି ରାସ୍ତାରେ ବସିବ । ରାଜଭବନ ଆଗରେ ବସି ବିଜେଡି ଆନ୍ଦୋଳନ କରିବ । ସାଢ଼େ 4 କୋଟି ଓଡ଼ିଆଙ୍କୁ ପ୍ରକୃତ ଅସ୍ମିତାର କଥା କହି ଜାଗ୍ରତ କରିବ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଟ୍ବିଷ୍ଟ: ଅଭିଯୋଗକାରୀ ASO ବୈକୁଣ୍ଠ‌ ପ୍ରଧାନଙ୍କ ବଦଳି - ASO Baikuntha Transferred

ଜବାବ ରଖିଲା ବିଜେପି:-

ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ବିଜେଡି ତାର ସ୍ଥିତି ଖୋଜୁଛି । ସମୁଦ୍ରରେ ହଜାଇ ନଈରେ ଖୋଜିବା ଯାହା, ବିଜେଡିର ସ୍ଥିତି ଏବେ ସେଇୟା । ଏଏସ୍‌ଓଙ୍କ ପତ୍ନୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ଗଣମାଧ୍ୟମରେ କହିଛନ୍ତି, ରାଜ୍ୟପାଳଙ୍କ ଉପରେ ଭରସା ଅଛି, ସେ ମାମଲାକୁ ଆମେ ପ୍ରତ୍ୟାହାର କରିବୁ । ବିଜେଡି କେବଳ ରାଜନୀତି କରୁଛି । ଯେଉଁ ସରକାର 24 ବର୍ଷ ଧରି ଆଇନ ତା ବାଟରେ ଯିବ କହି ଶାସନ କରୁଥିଲା, ସେ କେଉଁ ମାମଲାରେ କାହାକୁ ନ୍ୟାୟ ଦେଇଛି ? ବିଧାନସଭାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଫ୍‌ବିଆଇ ତଦନ୍ତ କଥା କହି ମିଛର ଆଶ୍ରା ନେଇଛନ୍ତି । ସେଭଳି ଦଳ ଏଭଳି ରାଜନୀତିରୁ ନିବୃତ୍ତ ରହୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 16, 2024, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.