ETV Bharat / politics

ଚର୍ଚ୍ଚାରେ ବିଜେଡିର ଛାୟା କ୍ୟାବିନେଟ: ପ୍ରଶଂସା କଲା କଂଗ୍ରେସ, ବିଜେପି କହିଲା ତୁଟିନି କ୍ଷମତା ମୋହ - Shadow Cabinet Politics

author img

By ETV Bharat Odisha Team

Published : Jul 18, 2024, 10:08 PM IST

Updated : Jul 18, 2024, 10:35 PM IST

Shadow Cabinet Politics: ବିଜେଡିର ଛାୟା କ୍ୟାବିନେଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କ'ଣ ଏହି ଛାୟା କ୍ୟାବିନେଟ ? ଏହାକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ କ'ଣ ମତ ରଖିଛନ୍ତି ? ରାଜନୀତି ସମୀକ୍ଷକ ଏହା ଉପରେ କେଉଁ ଟିପ୍ପଣୀ ଦେଇଛନ୍ତି, ଜାଣନ୍ତୁ ।

Shadow Cabinet Politics
Shadow Cabinet Politics (ETV Bharat Odisha)

ଭୁବନେଶ୍ବର/କଟକ: ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାୟା କ୍ୟାବିନେଟ ଗଠନ କରିଛନ୍ତି । ବିଧାନସଭାରେ ଶାସକ ଦଳକୁ ଘେରିବାକୁ ବିଧାୟକଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦେଇଛନ୍ତି । ଏହି ଛାୟା କ୍ୟାବିନେଟକୁ ନେଇ ଜୋର ଧରିଛି ରାଜନୀତି । ତେବେ କ'ଣ ଏହି ଛାୟା କ୍ୟାବିନେଟ ? ଆସନ୍ତୁ ଜାଣିବା ।

'ଛାୟା କ୍ୟାବିନେଟ୍' କ'ଣ ?

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବ ବିଜେଡି । ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିବ । ଓଡିଶାବାସୀଙ୍କ ହକ୍ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବ । ଏଥିପାଇଁ ଦଳର 50 ଜଣ ନିର୍ବାଚିତ ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ।"

ବିରୋଧୀ ଦଳର ଷ୍ଟ୍ରାଟେଜୀ:

ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, "ବିଜେଡି ବିରୋଧୀ ଦଳ ଭାବେ ଶାସକ ଦଳକୁ ଗଠନମୂଳକ ସମାଲୋଚନା କରିବ । ଦଳର ବିଧାୟକଙ୍କୁ ବିଭାଗ ଦାୟିତ୍ବ ଦେଇଛନ୍ତି । ଆମେ କରିଥିବା କାର୍ଯ୍ୟ ଓ ବର୍ତ୍ତମାନର ସରକାର କରୁଥିବା କାର୍ଯ୍ୟର ତର୍ଜମା ହେବ । ଯଦି କିଛି ତ୍ରୁଟି ରହେ, ତାହାଲେ ପ୍ରସଙ୍ଗ ବିଧାନସଭାରେ ଉଠାଯିବ କିମ୍ବା ରାଜରାସ୍ତାକୁ ଓହ୍ଲାଇବୁ ।" ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, "ବିଳମ୍ବରେ ହେଲେ ବି ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ।"

ବିଜେପିର ସମାଲୋଚନା:

'ଛାୟା ସରକାର' ଷ୍ଟ୍ରାଟେଜିରେ ବିଜେଡି ଦଳୀୟ ବିଧାୟକଙ୍କୁ ବିଭାଗ ବଣ୍ଟନ କରିବାକୁ ନେଇ ସମାଲୋଚନା କରିଛି ବିଜେପି । ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, "ବିଜେଡିର ଶାସନ ବ୍ୟବସ୍ଥାରେ ରହିବାର ହ୍ୟାଙ୍ଗ ଓଭର ଯାଇନି । ଲୋକେ ତାଙ୍କୁ କ୍ଷମତାରୁ ବାହାର କରିସାରିଛନ୍ତି ତଥାପି ସେମାନେ ଭାବୁଛନ୍ତି ଆଜି ସରକାରରେ ଅଛନ୍ତି ।"

ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, "ଅସ୍ଥିତ୍ଵ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି । ଆମେ ଖୁସି । ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି । ସେମାନେ ଆମକୁ ଜଗନ୍ତୁ । ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ । ଆମେ ଡରିବୁ କାହିଁକି ?"

କଂଗ୍ରେସର ପ୍ରଶଂସା:

ରାଜ୍ୟବାସୀଙ୍କ ହିତ ପାଇଁ ବିଭିନ୍ନ ଯୋଜନାର ସୁପରିଚାଳନା ପାଇଁ 50ଜଣ ବିଧାୟକଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ନବୀନ । ଏହାକୁ ନେଇ ମାପିଚୁପି ଉତ୍ତର ରଖିଛି କଂଗ୍ରେସ । ଗୋଟିଏ ପଟେ "ବିଜେଡିର ଏଭଳି ପ୍ଲାନ ସ୍ବାଗତ ଯୋଗ୍ୟ "ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଅପରପକ୍ଷେ ସେ କହିଛନ୍ତି, "ବିଜେଡିର କ୍ଷମତା ମାନିଆ ଯାଇନାହିଁ, ତେଣୁ ଛାୟା କ୍ୟାବିନେଟ କରିଛନ୍ତି ନବୀନ । କଂଗ୍ରେସ ମଧ୍ୟ ମୁଖ୍ୟ ବିରୋଧୀ ଦଳ ହୋଇ ଲଢେଇ କରିବ ।"

UK ସହ ତୁଳନା କଲେ ରାଜନୀତି ସମୀକ୍ଷକ:

ରାଜନୀତି ସମୀକ୍ଷକ ଡକ୍ଟର ଓମକାର ରାଉତ ଏହ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, "ଏହି ବ୍ୟବସ୍ଥା UKରୁ ଉତ୍ପତ୍ତି ହୋଇଛି। UKରେ ବିରୋଧୀ ଦଳ ଏହି ବ୍ୟବସ୍ଥାକୁ ଆପଣାଇଥାନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ, ବିରୋଧୀଦଳର ବିଧାୟକ ବା ସାଂସଦମାନେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଉପରେ କଡା ନଜର ରଖିବେ । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଉପରେ ତଦାରଖ ମଧ୍ୟ କରିବେ। ଫଳରେ ଉନ୍ନତ ଗଣତନ୍ତ୍ରକୁ ସୁହାଇବ । ଏହି ସିଷ୍ଟମ ଫୁଟବଲ ଖେଳର ଢାଞ୍ଚା ପରି ।"

ଏହା ବି ପଢନ୍ତୁ...ନବୀନଙ୍କ ଛାୟା କ୍ୟାବିନେଟ; ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବେ ବିଜେଡି ବିଧାୟକ - BJD Shadow Cabinet

ଅପରପକ୍ଷେ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ବ୍ରିଟେନ ପରି ନବୀନ ବାବୁ ଛାୟା କ୍ୟାବିନେଟ ଗଠନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । କ୍ଷମତାର ଦୁରୁପଯୋଗ କରିବାରୁ ବିଜେଡି ଏବେ ଗାଦିଚ୍ୟୁତ ହୋଇଛନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ମୁଖ୍ୟ ବିରୋଧୀ ଦଳ ହୋଇଛନ୍ତି । ବିଜେଡି କେତେ ପ୍ରଭାବୀ ଢଙ୍ଗରେ ବିରୋଧୀ ଦଳ ଭୂମିକା ବହନ କରିବ ତାହା ଦେଖିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର/କଟକ

Last Updated : Jul 18, 2024, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.