ETV Bharat / politics

ସରଗରମ ହେଉଛି ବୀରମିତ୍ରପୁର ରାଜନୀତି, ଶଙ୍କର-ରୋହିତ ମୁହାଁମୁହିଁ - BIRAMITRAPUR Politics

Political Tussle Between BJP And BJD: ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ ଓ ବିଜେପି ପ୍ରାର୍ଥୀ ଶଙ୍କର ଓରାମଙ୍କ ମଧ୍ୟରେ ବାକ୍ ବିତଣ୍ଡା । ରୋହିତ ଅଞ୍ଚଳକୁ ଜାଣି ନାହାଁନ୍ତି ବୋଲି କଟାକ୍ଷ କଲେ ଶଙ୍କର ଓରାମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 13, 2024, 8:47 PM IST

ସରଗରମ ହେଉଛି ବୀରମିତ୍ରପୁର ରାଜନୀତି, ଶଙ୍କର-ରୋହିତ୍ ମୁହାଁମୁହିଁ

ରାଉରକେଲା: ସୁନ୍ଦରଗଡରେ ନିର୍ବାଚନୀ ତାତି ଧୀରେ ଧୀରେ ବଢିବାରେ ଲାଗିଛି । ଖାସ୍ କରି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଓ ବିଜେଡି ପ୍ରାର୍ଥୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ବୀରମିତ୍ରପୁର ବିଜେପି ବିଧାୟକ ତଥା ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ବରିଷ୍ଠ ନେତା ଜର୍ଜ ତିର୍କୀଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ରୋହିତ ଜୋସେଫ ତିର୍କୀ ନିଜ ବାପାଙ୍କ ବିନା କିଛି ନୁହଁ । 2019 ନିର୍ବାଚନରେ ସେ କଂଗ୍ରେସରୁ ଲଢ଼ିବା ପରେ ସମ୍ପୂର୍ଣ୍ଣ ହଜି ଯାଇଥିଲେ ଏବଂ ନିର୍ବାଚନ ମଣ୍ଡଳୀରେ ତାଙ୍କର ଚିହ୍ନ ନଥିଲା ।"

ଏହାସହ ଶଙ୍କର ଓରାମ କହିଛନ୍ତି, "ରୋହିତ ଜୋସେଫ ତିର୍କୀ ବିଧାୟକ ହୋଇପାରିବେ ନାହିଁ କାରଣ ସେ ନିଜ ନିର୍ବାଚନ ମଣ୍ଡଳୀର ବା ନିଜ ପଞ୍ଚାୟତର ଗାଁ ନାମ ଠିକ ଭାବରେ କହି ପାରିବେ ନାହିଁ ଏବଂ ବୀରମିତ୍ରପୁରର ପ୍ରାର୍ଥୀ ହୋଇଛନ୍ତି, କିନ୍ତୁ ଏହି ଅଞ୍ଚଳ ବିଷୟରେ ତାଙ୍କର ଅଭିଜ୍ଞତା ସମ୍ପୂର୍ଣ୍ଣ ଶୂନ । ଦଳ ବାହାରୁ ଆସି ବିଜେଡି ଟିକେଟ ପାଇଥିବାରୁ ଦଳରେ କନ୍ଦଳ ବର୍ତ୍ତମାନ ଚରମ ସୀମା ଛୁଇଁଛି ଆଗେ ତାହାକୁ ସମ୍ଭାଳନ୍ତୁ ।" ତେଣୁ ଏଥର ଲୋକେ ତାଙ୍କୁ ଆଉ ଭରସା କରିବେ ନାହିଁ କାରଣ ବିଜେପି ଦଳ ଏକ ପାଖିଆ ବିଜୟୀ ହେବ କେବଳ ନାଁକୁ ନିର୍ବାଚନ ହେବ କିନ୍ତୁ ପ୍ରତିଦ୍ବନ୍ଦ୍ବିତା କଡାକଡି ହେବ ନାହିଁ ବିଜେପିକୁ ଲୋକେ ଭରସା କରିଛନ୍ତି ଏବଂ ଏଥର ଏକ ପାଖିଆ ବିଜୟୀ ହେବୁ ।"

ଏହା ମଧ୍ୟ ପଢନ୍ତୁ ... ବିଜେପିରେ ମିଶି ବିଜେଡି ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କୈଳାଶ କୁଲେସିକା, ଟିକଟ ବଦଳରେ ଦଳ ଯାଚିଥିଲା କୋଟିଏ - Kailash Kulesika Joined BJP

ତେବେ ଏହି ଘଟଣାରେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ବୀରମିତ୍ରପୁର ବିଜେଡି ବିଧାନସଭା ପ୍ରାର୍ଥୀ ରୋହିତ ଜୋସେଫ ତିର୍କୀ । ସେ ସିଧାସଳଖ ଶଙ୍କର ଓରାମଙ୍କୁ ଟାର୍ଗେଟ କରି କହିଛନ୍ତି, "ଆଗେ ବିଧାୟକ ଜବାବ ଦେବା କଥା । ସେ 2019 ବିଜୟୀ ହେବା ପରେ କେଉଁଠି ଥିଲେ, କାହିଁକି ନିଖୋଜ ହୋଇଯାଇଥିଲେ ଏବଂ ନିଜ ମଣ୍ଡଳୀର ଲୋକେ ଖୋଜିଲେ କାହିଁକି ଭେଟ ଦେଉନଥିଲେ ସେ । ବାପା ବିନା ମୁଁ କିଛି ନୁହଁ କହିବା ବଦଳରେ ସେ ନିଜ ସିଟ ଏବଂ ନିଜ ଭୋଟକୁ ଦେଖିବା ସବୁଠାରୁ ଭଲ । ସେ ଯାହା ଆକ୍ଷେପ କରିବା କଥା କରନ୍ତୁ ଆମେ ଲଢେଇ କରିବୁ ଏବଂ ଏଥର ନିଶ୍ଚିତ ରେକର୍ଡ ମାର୍ଜିନରେ ବିଜୟୀ ହେବୁ ।"

" ବିଧାୟକ ହିସାବ ଦିଅନ୍ତୁ ସେ କେତେ କାର୍ଯ୍ୟ କରିଛନ୍ତି ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଏବଂ କେତେ ଲୋକେ ଉପକୃତ ହୋଇଛନ୍ତି । ବରଂ ମୁଁ ଦଳରେ ନଥାଇ ମଧ୍ୟ ଲୋକଙ୍କ ପାଇଁ କାମ କରିଛି ଏବଂ ଲୋକଙ୍କ ଦୁଃଖ ସୁଖରେ ଛିଡା ହୋଇଛି ଯାହା ପାଇଁ ଲୋକେ ମୋତେ ଭରସା କରିବେ ।" ଦଳରେ ଗୋଷ୍ଠୀ କନ୍ଦଳ ନାହିଁ ଏହାକୁ ଆମେ କଥାବାର୍ତ୍ତା ହୋଇ ଯେତେ ସୁରୁଖୁରୁରେ ଦଳ ନିର୍ବାଚନ ଲଢ଼ିବ ଏବଂ ନିର୍ବାଚନ ବିଜୟୀ ହେବ ତାହା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ରୋହିତ ଜୋସେଫ ତିର୍କୀ । ତେବେ ଏ ବାକ ଯୁଦ୍ଧ ଆଗକୁ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.