ETV Bharat / politics

ଆମ୍ବ ଟାକୁଆ ଟ୍ରାଜେଡି; ଯୋଗାଣ ମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେଡି, ଜବାବ ରଖିଲା ବିଜେପି - AMBA TAKUA TRAGEDY

କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାକୁ । ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍ । କଂଗ୍ରେସ କହିଲା ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ମନ୍ତ୍ରୀ ।

MANGO KERNEL TRAGEDY
MANGO KERNEL TRAGEDY (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 9:42 PM IST

Updated : Nov 6, 2024, 10:03 PM IST

ଭୁବନେଶ୍ବର: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାରେ ଜାରି ରହିଛି ଜୋରଦାର ରାଜନୀତି । ଘଟଣା ଆରମ୍ଭରୁ ବିଜେପି ସରକାରକୁ ଘେରୁଛି ବିଜେଡି । ଆଜି ଆଉ ପାଦେ ଆଗେଇ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ ଦାବି କରିଛି ବିଜେଡି । ଏଣେ ଯୋଗାଣ ମନ୍ତ୍ରୀଙ୍କ ନିଜ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ । ସେପଟେ ଘଟଣାରେ ପୁନର୍ବାର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

MANGO KERNEL TRAGEDY (ETV Bharat Odisha)

ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି:

କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି । ସେହିପରି ଆଦିବାସୀମାନଙ୍କୁ ତାତ୍ସଲ୍ୟ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କ୍ଷମା ମାଗନ୍ତୁ ବୋଲି ମଧ୍ୟ ବିଜେଡି ଦାବି କରିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ ଆମ୍ବ ଟାକୁଆ ଜାଉ ବୋଲି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି ହୋଇଛି । ତେବେ ଗରିବ ଲୋକଙ୍କ ପାଖରେ ଚାଉଳ ଆଗୁଆ ପହଁଚିବାର ବ୍ୟବସ୍ଥା ରହିଛି । ଯେଉଁ ବ୍ୟବସ୍ଥା ପୂର୍ବରୁ ଥିଲା ତାହା ୪ ମାସ ମଧ୍ୟରେ କିପରି ଭୁଶୁଡି ପଡିଲା । କାହିଁକି ଲୋକଙ୍କ ପାଖରେ ଚାଉଳ ପହଁଚିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସମାନ୍ତ ସିଂହାର ।

ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି:

ବିଜେଡି ମୁଖପାତ୍ର ଲେଖାଶ୍ରୀ ସମାନ୍ତ ସିଂହାର କହିଛନ୍ତି, "ଅକ୍ଟୋବର-ନଭେମ୍ବର-ଡିସେମ୍ବରର ଚାଉଳ ଅକ୍ଟୋବରରେ ପହଁଚିବା କଥା । କିନ୍ତୁ କନ୍ଧମାଳ କେସ ସାମ୍ନାକୁ ଆସିବା ପରେ ସରକାର ଚାଉଳ ବାଣ୍ଟିଲେ । ସରକାର ତାଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି । କ୍ରିମିନାଲ ନେଗ୍ଲିଜେନ୍ସି କରିଛନ୍ତି ସରକାର । ମନ୍ତ୍ରୀ ମଣ୍ଡଳରେ ଥିବା ଆଦିବାସୀ ମନ୍ତ୍ରୀଙ୍କ ସହ ଖୋଦ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ । ଆଦିବାସୀମାନଙ୍କ ପାରମ୍ପରିକ ଖାଦ୍ୟ ଆମ୍ବ ଟାକୁଆ ଜାଉ ବୋଲି କୁହନ୍ତୁ । ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିଛି । ଏହାର କାରଣ ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ନିଜ ନିଜ ବେପାରରେ ବ୍ୟସ୍ତ । ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ କିଛି ଯାଏ ଆସେ ନାହିଁ ।"

'ଯୋଗାଣ ମନ୍ତ୍ରୀ ଆଦିବାସୀମାନଙ୍କୁ ଉପହାସ କରିଛନ୍ତି':

ସେପଟେ କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, "ଯୋଗାଣ ମନ୍ତ୍ରୀ ଆଦିବାସୀମାନଙ୍କୁ ଉପହାସ କରିଛନ୍ତି । ଏଯାଏ ଘଟଣା ସ୍ଥଳକୁ କୌଣସି ମନ୍ତ୍ରୀ ଯାଇ ନାହାନ୍ତି । ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ସବୁ ଲୋକଙ୍କୁ ଚାଉଳ ଦେବା କଥା । ଅକ୍ଟୋବର ମାସର କୋଟା କାହିଁକି ବିଳମ୍ବ କରାଗଲା । ମନ୍ତ୍ରୀ କହିଥିଲେ ଆମ୍ବ କୋଇଲି ଖାଇବା ତାଙ୍କର ନିତିଦିନିଆ ଖାଦ୍ୟ । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିବା ସହ ତାଙ୍କ ଇସ୍ଥଫା ଦାବି କରିଛୁ । RDC ଏପର୍ଯ୍ୟନ୍ତ ଯାଇନାହାନ୍ତି । ଗତକାଲି କେବଳ ଜିଲ୍ଲାପାଳ ଯାଇଥିଲେ । ଏଭଳି ଦାୟିତ୍ବହୀନତା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଜଣେ ସିଟିଂ ଜଜଙ୍କ ଦ୍ଵାରା ଏହାର ବିଚାରବିଭାଗୀୟ ତଦନ୍ତ କରାଯାଉ । କ'ଣ ପାଇଁ ସରକାର ଅକ୍ଟୋବର ମାସର ଚାଉଳ ଅଟକାଇଥିଲେ । ଅନ୍ତୋଦୟ ଯୋଜନା ଅନୁଯାୟୀ ୩ ମାସର ଚାଉଳ ଦେବା ଦରକାର । ଆମେ ଗତକାଲି ରାଜ୍ୟପାଳଙ୍କୁ ଭେଟିବା ପରେ ତୁରନ୍ତ ଅକ୍ଟୋବର ମାସର ଚାଉଳ ଦେବାକୁ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ସତ୍ ସହାସ୍ ନାହିଁ । ସେ ନିଜେ କନ୍ଧମାଳ ଯାଆନ୍ତୁ ।"

ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ମନ୍ତ୍ରୀ:

ସେପଟେ ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ସେ କହିଛନ୍ତି, "ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜନୀତିରେ ଜଣେ ଅଭିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତି । ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିଥିବା ଓ ଅସୁସ୍ଥଙ୍କ ପାଖରେ ଚାଉଳ ଥିଲା, ଖାଦ୍ୟର ଅଭାବ ନଥିବା ବୋଲି ମନ୍ତ୍ରୀ ଯେଉଁ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି ଏହା ଏକ ଅକ୍ଷମଣୀୟ ଅପରାଧ । ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ସାରା ଓଡ଼ିଶାବାସୀ ନିନ୍ଦା କରୁଛନ୍ତି । ମୁଁ ବି ନିନ୍ଦା କରୁଛି । ମନ୍ତ୍ରୀ ଏହି କଥାକୁ ତର୍ଜମା କରି ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।"

'ମୋତେ ପଚାରିବାକୁ ବିଜେଡିର ନୈତିକତା ନାହିଁ':

ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, "ଚାଉଳ ୩ ମାସ ପାଇଁ ଜୁଲାଇ ମାସରେ ଦିଆଯାଇଥିଲା । ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ଚାଉଳ ଯାଇଛି । ଅକ୍ଟୋବର ମାସ ଲାଗି ଚାଉଳ ଦିଆଚାଲିଛି । ଅକ୍ଟୋବର-ନଭେମ୍ବର-ଡିସେମ୍ବର ମାସ ଲାଗି ଚାଉଳ ଦିଆଚାଲିଛି । ଆମ୍ବ ଟାକୁଆ ତାଙ୍କର ଅତିରିକ୍ତ ଖାଦ୍ୟ । ମନା କଲେ ମଧ୍ୟ ସେମାନେ ମାନୁ ନାହାନ୍ତି । ବିଜେଡି ସରକାର ସମୟରେ ଆମ୍ବ ଟାକୁଆ ଖାଇ ଲୋକ ମଧ୍ୟ ମରିଛନ୍ତି । ନୂଆ କଥା କିଛି ନାହିଁ । ମୁଖ୍ୟମନ୍ତ୍ରୀ ଆରଡ଼ିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ତଦନ୍ତ ରିପୋର୍ଟକୁ ଅପେକ୍ଷା । ମୋତେ ପଚାରିବାକୁ ବିଜେଡିର ନୈତିକତା ନାହିଁ । ମୁଁ ଇସ୍ତଫା ଦେବା ବଡ଼ କଥା ନୁହେଁ । ବଡ଼ କଥା ହେଉଛି ସଠିକ କଥା, ଲୋକଙ୍କ ପାଖକୁ ଯାଉ । ଭୁଲ କଥା ନଯାଉ ।"

'ବିଜେଡି ସରକାରରେ ବି ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିଲା' :

ବିଜେପି ଉପସଭାନେତ୍ରୀ ସୁକେସି ଓରାମ କହିଛନ୍ତି, ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳେ ଯେ, ବିଭିନ୍ନ ଖାଦ୍ୟ ସେମାନେ ଗ୍ରହଣ କରନ୍ତି । ବିଗତ କିଛି ଦିନରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥଲା ୨ ଜଣ ଅସୁସ୍ଥ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି l ସେଥିପାଇଁ ଆମ ସ୍ବାସ୍ଥ୍ୟ ମନ୍ତ୍ରୀ ସେମାନଙ୍କୁ ଭେଟିଥିଲେ l ସରକାରୀ ଦଳ ଚାଉଳ ଯୋଗାଇ ଦେଉନାହିଁ ବିରୋଧୀଙ୍କ ଏ ଅଭିଯୋଗ ମିଥ୍ୟା । ନବରଙ୍ଗପୁରରେ ୨୦୧୮, ରାୟଗଡ଼ରେ ୨୦୧୬ରେ ବିଜୁ ଜନତା ଦଳ ସରକାର ସମୟରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିଲା । ସେତେବେଳ ତାଙ୍କ ମୁଖ୍ୟମନ୍ତ୍ରୀ, ଯୋଗଣ ମନ୍ତ୍ରୀ ଗିରଫ ହୋଇଥିଲେ କି ? ଇସ୍ତଫା ଦେଇଥିଲେ କି ? ଏଥିସହ ସେମାନେ ଉତ୍ତର ରଖିବା କଥା ଯେ, ସେମାନେ କିପରି ଜମି ଜମା ବିକ୍ରିବଟା କରି ଅଧିବାସୀ ମାନଙ୍କୁ ତଳିତଳାନ୍ତ କରିଥଲେ ତାହା ଭୁଲିଯାଉଛନ୍ତି l ଆମ ସରକାର ଆଦିବାସୀଙ୍କ ପାଇଁ ଯତ୍ନବାନ ଅଛି ।"

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଖାଇବା ଘଟଣା; SCBରେ ୨ ଅସୁସ୍ଥଙ୍କୁ ଭେଟିଲା ବିଜେଡି ଟିମ୍‌, କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ଆମ୍ୱ ଟାକୁଆ ଟ୍ରାଜେଡି: ଏସସିବିକୁ 2 ସ୍ଥାନାନ୍ତର, ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଛି'

ସରକାର ଲଜ୍ଜା ଅନୁଭବ କରିବା ଉଚିତ:

ସେପଟେ ଏନେଇ ରାଜ୍ୟ ସରକାରଙ୍କ ଶାସନ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ସେ କହିଛନ୍ତି, "କୌଣସି ଘର କିମ୍ବା କୌଣସି ପରିବାରର ସୁବିଧା ଥିଲେ କେହି ଆମ୍ବ ଯାଉକୁ ପାରମ୍ପରିକ ଖାଦ୍ୟ କରିବ ନାହିଁ । ଆଦିବାସୀ ପରିବାରରେ ପାରମ୍ପରିକ ଖାଦ୍ୟ ସେତେବେଳେ କରନ୍ତି ଯେତେବେଳେ କିଛି ଖାଦ୍ୟ ମିଳେନାହିଁ । ଆଦିବାସୀମାନଙ୍କ ରୋଜଗାର ବହୁତ କମ । ମାସ ମାସ ଧରି ସେମାନେ ଖାଦ୍ୟ ପାଉନାହାଁନ୍ତି । ସରକାର ଲଜ୍ଜା ଅନୁଭବ କରିବା ଉଚିତ । କୋଉଠି ତ୍ରୁଟି ହେଲା ସରକାର ଭାବିବା ଉଚିତ । ଏ ଖବର ଆସିଲା ଦିନଠାରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସାଧାରଣରେ ଉଦ୍‌ବେଗ ପ୍ରକାଶ କରିବା କଥା ।"

ପୂର୍ବ ଘଟଣାରେ ନଜର:
୨୦୦୧ରେ ରାୟଗଡାରେ ଆମ୍ବ ଟାକୁଆ ଯାଉ ଖାଇ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ସାରା ଦେଶ ନୁହେଁ ବିଶ୍ୱରେ ମଧ୍ୟ ଚହଳ ସୃଷ୍ଟି କରିଥିଲା । ଜାତୀୟ ଗଣମାଧ୍ୟମ ଶିରୋନାମା ପାଲଟିଥିଲା । ସେତେବେଳେ ରାଜ୍ୟର ଉଭୟ ବିଜେଡି ବିଜେପିର ମିଳିତ ସରକାର ଥିଲା । ସେହିପରି ୨୦୧୬ରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 6, 2024, 10:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.