ETV Bharat / politics

ପୁଣି ଏକାଠି ହେବେ ପୁରୁଣା ସାଥୀ ! ୨୦୦୯ରେ ଭାଙ୍ଗିଥିଲା ୧୧ ବର୍ଷର ବିଜେପି-ବିଜେଡି ସମ୍ପର୍କ

author img

By ETV Bharat Odisha Team

Published : Mar 7, 2024, 9:32 PM IST

Possible Alliance Between BJD And BJP: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପରେ ମେଣ୍ଟର ସମ୍ଭାବନା ଆହୁରି ଉଜ୍ଜୀବିତ ହୋଇଛି । 1998 ମସିହାରୁ ୨୦୦୯ ଯାଏଁ ରହିଥିଲା ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ । ଆସନ ଭାଗବଣ୍ଟା ନଛିଡିବାରୁ ଛିନ୍ନ ହୋଇଥିଲା ସମ୍ପର୍କ । ଅଧିକ ପଢନ୍ତୁ

ପୁଣି ଏକାଠି ହେବେ ପୁରୁଣା ସାଥୀ! ୨୦୦୯ରେ ଭାଙ୍ଗିଯାଇଥିଲା ୧୧ ବର୍ଷର ବିଜେପି-ବିଜେଡି ସମ୍ପର୍କ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ତାତି ବଢିବା ସହିତ ବଢିଚାଲିଛି ରାଜନୈତିକ ଉଷ୍ମତା । ରାଜ୍ୟରେ ପରସ୍ପରକୁ ବିରୋଧ କରୁଥିବା ବିଜେପି ଓ ବିଜେଡି ମଧ୍ୟରେ ସମ୍ପର୍କ ମଧୁର ହେବାରେ ଲାଗିଛି । ଗତ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପରେ ମେଣ୍ଟର ସମ୍ଭାବନା ଆହୁରି ଉଜ୍ଜୀବିତ ହୋଇଛି । ତେବେ ଗତକାଲି ଦିଲ୍ଲୀରେ ବିଜେପିର ରାଜ୍ୟ ନେତ଼ତ୍ବ ମାନେ ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ଯାଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ନବୀନ ନିବାସରେ ବିଜେଡିର ରୁଦ୍ଧଦ୍ବାର ବୈଠକ ହୋଇଥିଲା । ବୈଠକର କଣ ନିଷ୍କର୍ଷ ବାହାରିଥିଲା ପ୍ରଶ୍ନର ଉତ୍ତରରେ ବିଜେଡି କହିଥିଲା ଯେ ଓଡିଶାର ସ୍ବାର୍ଥ ପାଇଁ ଗୋଟିଏ ନିଷ୍ପତ୍ତି ନିଆଯିବ । ସେପଟେ ବିଜେପି ନେତାଙ୍କ କହିବା କଥା ମେଣ୍ଟ ନେଇ ଆଲୋଚନା ହୋଇଛି ସତ, କିନ୍ତୁ ମେଣ୍ଟ ହେବ କି ନାହିଁ ସେନେଇ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ । ବିଜେପିର କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବ ତାକୁ ଆମେ ସ୍ବାଗତ କରିବୁ କହିଛନ୍ତି ରାଜ୍ୟ ନେତୃମଣ୍ଡଳୀ ।

ତେବେ ବିଜେଡି -ବିଜେପି ଭିତରେ ମେଣ୍ଟ ପ୍ରକ୍ରିୟା ହେବା କୌଣସି ନୂଆ ନୁହେଁ, ପୂର୍ବରୁ 1998 ମସିହାରେ ମଧ୍ୟ ଉଭୟଙ୍କ ମଧ୍ୟରେ ମେଣ୍ଟ ରାଜନୀତିର ଅଧ୍ୟାୟ ଆରମ୍ଭ ହୋଇଥିଲା । ଓଡିଶାରେ ବିଜେପି-ବିଜେପି ମେଣ୍ଟ ଦେଖିଛି 2ଟି ବିଧାନସଭା ନିର୍ବାଚନ ଏବଂ 3ଟି ଲୋକସଭା ନିର୍ବାଚନ । ବେଶ ସଫଳତା ମଧ୍ୟ ମିଳିଥିଲା ମେଣ୍ଟକୁ ସବୁ ନିର୍ବାଚନରେ । 1998 ମସିହାରେ ଗଠନ ହୋଇଥିବା ମେଣ୍ଟ ବଳରେ ଦୁଇ ଦଳ ସଫଳତାର ସହ 1998, 1999 ଏବଂ 2004ରେ ଲୋକସଭା ନିର୍ବାଚନ ଲଢିଥିଲେ । ସେହିପରି 2000 ଏବଂ 2004 ମସିହାରେ ବିଧାନସଭା ନିର୍ବାଚନ ମଧ୍ୟ ଲଢିଥିଲେ ।

ଏହା ମଧ୍ୟ ପଢନ୍ତୁ .... ବିଜେଡିରେ ବିଜୟ ନନ୍ଦନ ଅରବିନ୍ଦ, ନବୀନ ନିବାସରେ ହେଲେ ସାମିଲ

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ଗଲେ କାର୍ତ୍ତିକ ପାଣ୍ଡିଆନ- ବବି ଦାସ, ଶୀର୍ଷ ବିଜେପି ନେତାଙ୍କୁ ଭେଟିବେ !

ଏକଦା ଏନଡିଏ ମେଣ୍ଟରେ ସବୁଠାରୁ ବିଶ୍ବସ୍ତ ସହଯୋଗୀ ବୋଲି ବିଜେଡିକୁ ବିବେଚନା କରାଯାଉଥିଲା । କିନ୍ତୁ 2009 ମସିହାରେ ଏହି ମେଣ୍ଟ ଭୁଶୁଡି ଯାଇଥିଲା । ସିଟ-ସେୟାରିଂ କଥାବାର୍ତ୍ତା ଫେଲ ମାରିବା କାରଣରୁ ଭୁଶୁଡି ଯାଇଥିଲା ବିଜେଡି-ବିଜେପି ମେଣ୍ଟ । ବିଧାନସଭା ସିଟ କ୍ଷେତ୍ରରେ ବିଜେପିର ସଂଖ୍ୟା 63ରୁ 40କୁ କମ କରିବା ପାଇଁ ବିଜେଡିର ଦାବି କାରଣରୁ ଏହି ମେଣ୍ଟ ଭାଙ୍ଗିଗଲା ବୋଲି କୁହାଗଲା । ସେହିପରି ଲୋକସଭାରେ 9ରୁ 6କୁ ସିଟ ସଂଖ୍ୟା କମାଇବାକୁ ନେଇ ବିଜେଡିର ଦାବି କାରଣରୁ ମେଣ୍ଟକୁ ଶକ୍ତ ଧକ୍କା ଲାଗିଥିଲା । ବିଜେଡିର ଏହି ଦାବି ଅପ୍ରାସଙ୍ଗିକ କହି ବିଜେପି ମେଣ୍ଟରୁ ଓହରି ଆସିଲା । ବିଜେଡି-ବିଜେପି ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା । ଶେଷ ହେଲା ବିଜେଡି-ବିଜେପିର 11ବର୍ଷର ସମ୍ପର୍କ । ସେତେବେଳେ ବିଜେପିର ସମର୍ଥନ ପ୍ରତ୍ୟାହାରକୁ ବିଜେଡି କହିଥିଲା ଆକ୍ଟ ଅଫ ବିଟ୍ରେୟାଲ ।

ସୂଚନାଯୋଗ୍ୟ, 1998 ମସିହାରେ ସେତେବେଳର ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର ଓ ବିଜେପିର ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ମିଳିତ ଉଦ୍ୟମରେ ମେଣ୍ଟ ସମ୍ଭବ ହୋଇଥିଲା । 2000 ମସିହାରେ ବିଧାନସଭା ନିର୍ବାଚନରେ ବିଜେଡି 68 ଆସନରେ ବିଜୟ ହୋଇଥିବା ବେଳେ ବିଜେପିକୁ ମିଳିଥିଲା 38 ଆସନ । ମୋଟ 106 ଆସନରେ ବିଜୟ ଲାଭ କରି ମେଣ୍ଟ ପ୍ରଥମ ଥର ସରକାର ଗଠନ କରିଥିଲେ । ଏବେ ଯଦି ମେଣ୍ଟ ହେଉଛି ତାହେଲେ ସିଟ ସେୟାରିଂକୁ ନେଇ କଣ ନିଷ୍ପତ୍ତି ହେଉଛି ତା ଉପରେ ସଭିଙ୍କ ନଜର ରହିଛି । କାରଣ 2009ରେ ସିଟ ସେୟାରିଂରେ ଅସନ୍ତୋଷ କାରଣରୁ ମେଣ୍ଟ ଭାଙ୍ଗିଥିଲା ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.