ETV Bharat / politics

'ବିଜେପିର ହିନ୍ଦତ୍ବ ପିଚ୍‌ରେ ରାହୁଲଙ୍କ ଦମଦାର ବ୍ୟାଟିଂ' - Rahul Gandhi Fiery Attack on BJP

author img

By ETV Bharat Odisha Team

Published : Jul 2, 2024, 4:42 PM IST

Rahul Gandhi's Fiery Attack on BJP: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିରୋଧୀ ଦଳ ନେତାଙ୍କ ଧନ୍ୟବାଦ ପ୍ରସ୍ତାବରେ ବିଜେପିର ହିନ୍ଦୁତ୍ବ ପ୍ରସଙ୍ଗରେ ବିଜେପିକୁ ହିନ୍ଦୁତ୍ବର ପରିଭାଷା ବୁଝାଇଛନ୍ତି ରାହୁଲ । ବ୍ୟାକ୍‌ଫୁଟ୍‌ରେ ବିଜେପି ପଡ଼ିଯାଇଥିବା କହିଲେ ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

Political Analyst Rabi Das
Political Analyst Rabi Das (ETV Bharat Odisha)

ଭୁବନେଶ୍ବର: ଗତକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିରୋଧୀ ଦଳ ନେତାଙ୍କ ଧନ୍ୟବାଦ ପ୍ରସ୍ତାବରେ ରାହୁଲ ଗାନ୍ଧୀଙ୍କ ଅଗ୍ନିବର୍ଷି ଭାଷଣ ଏବେ ସାରା ଦେଶରେ ରାହୁଲଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଛି । ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରୋଧୀ ଏହାକୁ ଜଣେ ବିରୋଧୀ ଦଳ ନେତାଙ୍କର ସବୁଠାରୁ ଶକ୍ତିଶାଳୀ ଭାଷଣ କହିଥିବାବେଳେ କଡ଼ା ସମାଲୋଚନା କରିଛି ବିଜେପି । ମନମୋହନ କହିଛନ୍ତି କଂଗ୍ରେସ ଆତ୍ମସମୀକ୍ଷା କରୁ । କଂଗ୍ରେସ ଶିଷ୍ଟାଚାର ଭୁଲି ଯାଇଛି । ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ ବିଜେପିକୁ ହିନ୍ଦୁତ୍ବର ପରିଭାଷା ବୁଝାଇଛନ୍ତି ରାହୁଲ ।

ମହାଦେବଙ୍କ ଏକ ଫଟୋ ଧରି ହିନ୍ଦୁତ୍ବ ଉପରେ କହିଲେ ରାହୁଲ । ହିନ୍ଦୁ ଅହିଂସାରେ ବିଶ୍ବାସ କରେ, ହିନ୍ଦୁ ହିଂସ୍ର ନୁହଁନ୍ତି । ଅନ୍ୟାନ୍ୟ ଗୁରୁ, ମହାପୁରୁଷଙ୍କ କଥା କହି ରାହୁଲ ବିଜେପିକୁ ଟାର୍ଗେଟ କରିଥିଲେ । ଭାରତର ଆଦର୍ଶ କଣ, ବିଜେପି କଣ କରୁଛି, ହିନ୍ଦୁତ୍ବର ନାଁ ନେଇ ବିଜେପି ଯାହା କରୁଛି ତାର ପରିଣାମ ମିଳିଛି ବୋଲି କହି ରାମ ମନ୍ଦିର କଥା କହିଲେ । ଅଯୋଧ୍ୟାରେ ବିଜେପି ହାରିବା ପ୍ରସଙ୍ଗକୁ ଉଦାହରଣ ସ୍ବରୂପ ନେବାପାଇଁ ଭୁଲି ଯାଇନଥିଲେ । NEET ବ୍ୟବସ୍ଥା କଥା କହିଲେ ରାହୁଲ, ଅଗ୍ନିବୀର ବ୍ୟବସ୍ଥା ଦେଶର ଯୁବକମାନଙ୍କ ପାଇଁ କୌଣସି ସମାଧାନର ସୂତ୍ର ନୁହେଁ । ସେନାବାହିନୀକୁ ଦୁଇ ଭାଗ କରାଯାଉଥିବା କହିଲେ । ସବୁ ପ୍ରସଙ୍ଗକୁ ଉଠାଇ ରାହୁଲ ବିରୋଧୀ ଦଳର ଗୁରୁତ୍ବକୁ ଅଧିକ ସୁଦୃଢ କରିଥିବା କହିଛନ୍ତି ରାଜନୀତି ସମୀକ୍ଷକ ।

ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ରାହୁଲ ଗାନ୍ଧୀଙ୍କର ଏହା ଥିଲା ପ୍ରଥମ ଭାଷଣ । ଏହାକୁ ନେଇ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଯଦିଓ ବିରୋଧୀ ଦଳ ନେତାଙ୍କ ଅଭିଭାଷଣ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଥିଲା, ହେଲେ ରାହୁଲ ଗାନ୍ଧୀଙ୍କ ଭାଷଣ ସମ୍ପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥା ଉପରେ ରହିଥିଲା । ତାଙ୍କ ବିଚାର, ବିରୋଧୀ ଦଳର ବିଚାର ଉପସ୍ଥାପିତ କଲେ । ବିଜେପିର ସବୁଠୁ ବଡ଼ ପିଚ୍‌ ହେଉଛି ହିନ୍ଦୁତ୍ବ, ରାହୁଲ ଗାନ୍ଧୀ ହିନ୍ଦୁତ୍ବ ପିଚ୍‌ରେ ହିଁ ଜୋରଦାର ବ୍ୟାଟିଂ କରିଛନ୍ତି । ଯେପରି ଭାବରେ ହିନ୍ଦୁତ୍ବ ପ୍ରସଙ୍ଗକୁ ନେଇ ବିଜେପିକୁ ବ୍ୟାକଫୁଟ୍‌ରେ ରଖିଲେ, ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦୁଇ ଥର ଛିଡା ହୋଇ ରାହୁଲଙ୍କୁ ଅଟକାଇବାକୁ ଚାହିଁଲେ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ, କୃଷିମନ୍ତ୍ରୀ ଉଠି ରାହୁଲଙ୍କୁ ଅଟକାଇବାକୁ ପ୍ରୟାସ କଲେ । ହେଲେ ରାହୁଲ କୌଣସି କର୍ଣ୍ଣପାତ ନକରି ଭାଷଣ ରଖିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଲୋକସଭାରେ ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କହିଲେ ଆପଣ ହିନ୍ଦୁ ହିଁ ନୁହନ୍ତି - Ruckus in Lok Sabha

ଖାଲି ସେତିକି ନୁହେଁ, ବାଚସ୍ପତିଙ୍କୁ ମଧ୍ୟ ସମାଲୋଚନା କଲେ ରାହୁଲ । ଯେତେବେଳେ ବାଚସ୍ପତି ନିର୍ବାଚିତ ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳର ନେତା ରାହୁଲ ତାଙ୍କୁ ପାଛୋଟି ନେଲେ । ହେଲେ ସେ କ୍ଷେତ୍ରରେ ଏକ ବ୍ୟତିକ୍ରମ ଦେଖାଗଲା । ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କ ସହ ମୁଣ୍ଡ ନୂଆଇଁ ହାତ ମିଳାଇଥିଲେ । ହେଲେ ବିରୋଧୀ ଦଳ ନେତାଙ୍କ ସାମ୍ନାରେ ସିଧା ଛିଡ଼ା ହୋଇ ହାତ ମିଶାଇଲେ । କାହିଁକି ଏ ବ୍ୟବସ୍ଥା ବୋଲି ରାହୁଲ ପ୍ରଶ୍ନ ଉଠାଇଥିଲେ । ବାଚସ୍ପତି ହେଉଛନ୍ତି ଗୃହରେ ସର୍ବମାନ୍ୟ । ସେ ଯେତେବଡ଼ ବ୍ୟକ୍ତିତ୍ବ ହେଉନା କାହିଁକି, ଗୃହରେ ବାଚସ୍ପତି ହେଉଛନ୍ତି ମାଲିକ, ସର୍ବେସର୍ବା । ସମସ୍ତଙ୍କୁ ନ୍ୟାୟ ଦେବେ । ପ୍ରଧାନମନ୍ତ୍ରୀଙ୍କ ଆଗରେ ବାଚସ୍ପତି ଝୁକିବା, ନଇଁବା ଶୋଭା ପାଏନା କହି ବାଚସ୍ପତିଙ୍କୁ ମଧ୍ୟ ଅଡ଼ୁଆରେ ପକାଇଛନ୍ତି ରାହୁଲ । ଏସବୁକୁ ଦେଖିଲେ ବିରୋଧୀ ଦଳର ରଣନୀତି, ସରକାରଙ୍କୁ ଟାର୍ଗେଟ କରିବାର କୌଶଳକୁ ଦର୍ଶାଇଛନ୍ତି ରାହୁଲ । ଏପରିକି ସବୁଠାରୁ ବଡ଼ କଥା ହେଉଛି, ବିଜେପି ଯେଉଁ ହିନ୍ଦୁ ପ୍ରସଙ୍ଗକୁ ନେଇ ଆଜି ପର୍ଯ୍ୟନ୍ତ ରାଜନୀତି କରି ଆସିଛି, ସମାନ ପ୍ରସଙ୍ଗରେ ରାହୁଲ ବିଜେପିକୁ ହିଁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଏବେ ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କ ଉତ୍ତରକୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.