ETV Bharat / politics

ବରଗଡ଼ ଲୋକସଭାରେ ବିଜେପିର ପଲ୍ଲା ଭାରି ସମ୍ଭାବନା: ରାଜନୀତି ସମୀକ୍ଷକ - Bargarh Politics - BARGARH POLITICS

Bargarh Parliamentary Constituency: ବରଗଡ଼ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ । ଅଚିହ୍ନା ମୁହଁ ଉପରେ ଭାରି ପଡ଼ିବେ କି ଚିହ୍ନା ମୁହଁ ? ବିଜେପିର ପଲ୍ଲା ଭାରି ଥିବା ଆକଳନ କଲେ ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

Bargarh Parliamentary Constituency
Bargarh Parliamentary Constituency
author img

By ETV Bharat Odisha Team

Published : Apr 8, 2024, 6:12 PM IST

Bargarh Parliamentary Constituency

ଭୁବନେଶ୍ବର/ବରଗଡ଼: ବରଗଡ଼ ଲୋକସଭା ଆସନରେ ଚିହ୍ନା ମୁହଁ ବନାମ ଅଚିହ୍ନା ମୁହଁ । ବିଜେଡି, ବିଜେପି ଓ କଂଗ୍ରେସ । କାହାର ପ୍ରାର୍ଥୀଙ୍କ ପଲ୍ଲା ଭାରି ରହିବ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ? ବରଗଡ ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟରେ (ଓଡ଼ିଶାରେ ପ୍ରଥମ) 13 ମେ'ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପରିଣିତି ମିଶ୍ର । କଂଗ୍ରେସରୁ ସଂଜୟ ଭୋଇ ଏବଂ ବିଜେପିରୁ ପ୍ରଦୀପ ପୁରୋହିତ ।

2019 ଫଳାଫଳ: ଏହି ନିର୍ବାଚନ ମଣ୍ଡଳୀରେ 2019 ନିର୍ବାଚନରେ 7ରୁ 7 ବିଧାନସଭା ଆସନ ବିଜେଡି ଖାତାକୁ ଚାଲିଯାଇଥିବାବେଳେ ଲୋକସଭା ଆସନଟି କିନ୍ତୁ ଯାଇଥିଲା ବିଜେପି ହାତକୁ । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ପାଇଥିଲେ 5,81,245 ଖଣ୍ଡ ଭୋଟ । ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଥିଲା 5,17,306 ଖଣ୍ଡ ଭୋଟ । ଅଳ୍ପ ବ୍ୟବଧାନରେ ହାରିଯାଇଥିଲେ ପ୍ରସନ୍ନ । ସୁରେଶ ପୂଜାରୀଙ୍କ ଭୋଟ ପ୍ରତିଶତ ଥିଲା 46.58 ପ୍ରତିଶତ । ପ୍ରସନ୍ନଙ୍କ ଭୋଟ ପ୍ରତିଶତ ଥିଲା 41.45 ପ୍ରତିଶତ । ତେଣୁ କେଉଁଠି ନା କେଉଁଠି ଲୋକସଭା କ୍ଷେତ୍ରରେ ବରଗଡ ଲୋକସଭା ନିର୍ବାଚନମଣ୍ଡଳରେ ବିଜେପିର ପଲ୍ଲା ଭାରି ରହିଛି ।

ବରଗଡ଼ରେ ବିଜେପି ପଲ୍ଲା ଭାରି !: ପ୍ରଦୀପ ପୁରୋହିତ ବିଧାୟକ ରହିସାରିଥିବାବେଳେ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । କିନ୍ତୁ ବରଗଡ ନିର୍ବାଚନୀ ମଣ୍ଡଳୀରେ ପୁରୁଣା ମୁହଁ ଭାବେ ବେଶ ପରିଚିତ ପ୍ରଦୀପ ପୁରୋହିତ । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ସମାଲୋଚନା କରି ବେଶ ଚର୍ଚ୍ଚାରେ ରହିଆସିଛନ୍ତି ପ୍ରଦୀପ । ପଦ୍ମପୁର ଉପନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ ପ୍ରଦୀପ । ଏନେଇ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ମୋଦିଙ୍କ ବିକାଶମୂଳକ କାମକୁ ମୁଦ୍ଦା କରି ବରଗଡ଼ରେ 2019 ନିର୍ବାଚନୀ ବୈତରଣୀ ପାର କରିଥିଲା ବିଜେପି । 2024ରେ ସେହିପରି ପ୍ରଦୀପ ପୁରୋହିତଙ୍କୁ ଜନସମର୍ଥନ ରହିପାରେ । ମୋଦିଙ୍କ ନାରା 'ସବକା ସାଥ, ସବକା ବିକାଶ ବରଗଡ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଛୁଇଁ ପାରିଛି ।" ତେଣୁ ଚଳିତ ଲୋକସଭା ନିର୍ବାଚନରେ ବିଜେପି ପୁଣିଥରେ ବରଗଡ଼ ଆସନକୁ ଲୋକସଭା କ୍ଷେତ୍ରରେ ହାତେଇନେବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବରଗଡ଼ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ: ବିଜେଡ଼ିର ମହିଳା କାର୍ଡ଼, ବିଜେପିରୁ ପ୍ରଦୀପ ଓ କଂଗ୍ରେସକୁ ବାହୁଡ଼ିଥିବା ସଞ୍ଜୟ ହେଲେ ପ୍ରାର୍ଥୀ - Bargarh Loksabha Constituency

'ଦୁର୍ବଳ ସଂଗଠନ ଯୋଗୁଁ ପଛରେ କଂଗ୍ରେସ': କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ 2009 ଲୋକସଭା ନିର୍ବାଚନରେ ବରଗଡ଼ରୁ ପ୍ରାର୍ଥୀ ହୋଇଥିଲେ । ବିଜୟୀ ମଧ୍ୟ ହୋଇଥିଲେ । ଥରେ ସାଂସଦ ରହିସାରିଛନ୍ତି । ଯଦିଓ ଏହା ଭିତରେ 10 ବର୍ଷ ବିତିଯାଇଛି, ତଥାପି କହିପାରିବା ଯେ ସଞ୍ଜୟ ମଧ୍ୟ ପୁରୁଣା ମୁହଁ ବା ଚିହ୍ନା ମୁହଁ । କିନ୍ତୁ କଂଗ୍ରେସର ବର୍ତ୍ତମାନ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଦେଶରେ ଯାହା ରହିଛି ଏବଂ ରାଜ୍ୟରେ ଯେପରି ସଂଗଠନ ଚାଲିଛି ସେଥିରୁ କଂଗ୍ରେସ ପୁରୁଣା ଭୋଟକୁ ହାତେଇବା ଟିକିଏ କଷ୍ଟକର ବ୍ୟାପାର ହୋଇପାରେ ଲୋକସଭା କ୍ଷେତ୍ରରେ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ବିଜେଡି ପ୍ରାର୍ଥୀଙ୍କ ସ୍ଥିତି କ'ଣ ?: ଯଦି ବିଜେଡି ପ୍ରାର୍ଥୀ ପରିଣୀତି ମିଶ୍ରଙ୍କ କଥା ଦେଖାଯାଏ, ତେବେ ଏକଦା ସେ ମଧ୍ୟ କଂଗ୍ରେସରେ ଥିଲେ ପରେ ବିଜେପିକୁ ଆସିଥିଲେ ଏବଂ ଏବେ ବିଜେଡିରେ ସାମିଲ ହୋଇ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସର ପରମ୍ପରା ଓ ସମ୍ପର୍କଗତ ଭୋଟ ଗୁଡିକ ପରିଣିତିଙ୍କ ପାଖରେ ରହିଛି । ପରିଣିତିଙ୍କ ପାଇଁ ଏକମାତ୍ର ଭରସା ହେଲା ସାଂଗଠନିକ ଭୋଟ । କାରଣ ସମସ୍ତ ବିଧାନସଭାରେ ବିଜେଡି 2019ରେ ଜିତିସାରିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ, ଟିକେଟକୁ ନେଇ ଥିଲେ ଅସନ୍ତୁଷ୍ଟ - PRABHAS SINGH Resign

କିନ୍ତୁ ଲୋକସଭା କ୍ଷେତ୍ରରେ ମୋଦି ମ୍ୟାଜିକ ଆଗରେ ସବୁ କିଛି ଫିକା ପଡିଯିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ସେ କହିଛନ୍ତି, "ଏଠାରେ ପୁଣିଥରେ ମୋଦିଙ୍କ ଚମତ୍କାର କାମ କରିବ । ଲୋକସଭା କ୍ଷେତ୍ରରେ ବରଗଡ ନିର୍ବାଚନ ମଣ୍ଡଳୀର ଭୋଟରମାନେ ବିଜେପି ଉପରେ ମୋହର ମାରିବେ ଅର୍ଥାତ ପୁରୁଣା ମୁହଁ ବା ଚିହ୍ନା ମୁହଁ ଅଚିହ୍ନା ମୁହଁଙ୍କ ଉପରେ ଭାରି ପଡିବ । ପରିଣିତି ଯାହା ହେଲେ ବି ନୂଆ ମୁହଁ । ବିଜେଡିରେ ତାଙ୍କର ସଂଗଠନ ଏତେଟା ସୁଦୃଢ ନାହିଁ । ପୁରୁଣା ବିଜେଡି ସଂଗଠନ ଯାହା ଭୋଟ ଯୋଗାଡ କରିବ ପରିଣିତିଙ୍କ ପାଇଁ ।" ଜଣେ ପ୍ରାର୍ଥୀ ହିସାବରେ ପ୍ରଦୀପଙ୍କ ପରି ତାଙ୍କର ଦବଦବା ରହିପାରିବ ନାହିଁ ଯାହାକି ତାଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ ବୋଲି ରାଜନୀତି ସମୀକ୍ଷକ ରବି ଦାସ ଆକଳନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.