ଭୁବନେଶ୍ୱର: ‘ଜୟ ଜଗନ୍ନାଥ ! ସବୁ ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର ଓ ଜୁହାର୍, ଶୁଭେଚ୍ଛା ଓ ଅଭିନନ୍ଦନ । ଓଡ଼ିଶାର ବିକାଶ ଆମ ଫୋକସରେ । ଆମେ ଏହି ରାଜ୍ୟର ବିକାଶପାଇଁ ଲଗାତାର କାମ କରୁଛୁ ।’ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ଭୁବନେଶ୍ୱରରେ 3 ଦିନିଆ DG-IG ସମ୍ମିଳନୀରେ ଯୋଗ ଦେବାକୁ ଆସି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ସଭା ପାଲଟିଥିଲା ଜନସମୁଦ୍ର ।
ମନେ ପକାଇଲେ ଓଡ଼ିଶା ପର୍ବର ମସଲା ଚା’, ଲିଙ୍ଗରାଜ ଭୂମିକୁ ଆସିବାର ସୁଯୋଗ ମିଳିଛି:
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, "ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି । ପୂର୍ବରୁ ମନ୍ତ୍ରିପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ । ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ବାସ ଭରିଛି, ଏଠି ବି ଦେଖୁଛି । ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ । ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ଭଲ ମସଲା ଚା’ ପିଇଥିଲି । ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ଦେଖି ମୁଁ ଅଭିଭୂତ ।"
ଏହା ବି ପଢନ୍ତୁ- ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ
ଏହା ବି ପଢନ୍ତୁ- DG-IG ସମ୍ମିଳନୀ: ଲୋକସେବା ଭବନରେ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ
ମୋଦିଙ୍କ ନିଶାନାରେ ବିରୋଧୀ, କହିଲେ ଅପପ୍ରଚାର କରୁଛନ୍ତି:
ପ୍ରଧାନମନ୍ତ୍ରୀ ମୋଦି ଏହି ସମୟରେ ବିପକ୍ଷଙ୍କୁ ନିଶାନା କରିବାକୁ ଭୁଲି ନଥିଲେ, ‘ବିପକ୍ଷ ଦଳ ବିଜେପି ବିରୋଧରେ ଅପପ୍ରଚାର କରୁଛନ୍ତି କିନ୍ତୁ ଜନତା ଆମକୁ ଆଶୀର୍ବାଦ କରୁଛନ୍ତି । ବଡ ବଡ ରାଜନେତୈକ ପଣ୍ଡିତ କହୁଥିଲେ ଓଡ଼ିଶାରେ ବିଜେପି ସରକାର ହୋଇପାରିବ ନାହିଁ । କିନ୍ତୁ ଫଳାଫଳ ଆସିବା ପରେ ଏସବୁ ତିଶ୍ ମାର ଖାଁ ଚୁପ୍ । ଯେବେ ରାଜ୍ୟରେ ସରକାର ନଥିଲା ସେତେବେଳେ ଆମ ଯୋଜନା ନାଁ ବି ବଦଳା ଯାଉଥିଲା । କିନ୍ତୁ କେନ୍ଦ୍ର ସବୁବେଳେ ଓଡିଶାକୁ ଗୁରୁତ୍ଵ ଦେଉଥିଲା । ଅଧିକ ପ୍ରତିନିଧିତ୍ଵ ଥିଲା । ବଜେଟ 3 ଗୁଣା କରିଥିଲୁ । ଭାବ ଏମିତି ଥିଲା ଯେ ଭାଷା ଏଠି ପ୍ରଚାରରେ ବାଧକ ସାଜି ନଥିଲା । 2014, 2019 ଜିତିବା ଅପେକ୍ଷା 2024 ବିଜୟ ନୂଆ ଉନ୍ମାଦନା ଖେଳାଇଛି ବିଶ୍ୱରେ ।’
ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଆୟୋଜିତ 'ସମ୍ବର୍ଦ୍ଧନା ସଭା' କାର୍ଯ୍ୟକ୍ରମରେ ବରିଷ୍ଠ ନେତୃତ୍ଵଙ୍କ ସହ ଯୋଗଦେଇ ଓଡ଼ିଶାବାସୀଙ୍କ ତରଫରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ପବିତ୍ର ଓଡ଼ିଶା ମାଟିକୁ ସ୍ଵାଗତ ଜଣାଇଲି।
— Mohan Charan Majhi (@MohanMOdisha) November 29, 2024
ଆଜି ହେଉଛି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ। ରାଜ୍ଯରେ ସରକାର ହେବା… pic.twitter.com/zlZy6DhXmr
ଏହା ବି ପଢନ୍ତୁ- ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମ
ବାଲିଯାତ୍ରା କଥା କହିଲେ, ‘DG ସମ୍ମିଳନୀ ପାଇଁ ଆସିଛି’:
ମୋଦି ପୁଣି କହିଥିଲେ, ‘ବାଲିଯାତ୍ରା ଏବେ ସରିଛି । DG ସମ୍ମିଳନୀ ପାଇଁ ମୁଁ ଆସିଛି । 100, 150 ବର୍ଷ ଧରି DG ସମ୍ମିଳନୀ ହେଉଛି କିନ୍ତୁ ଓଡ଼ିଶାରେ ପ୍ରଥମ ପାଇଁ ହେଉଛି । ଡିସେମ୍ବର 4ରେ ନୌସେନା ଦିବସ ହେବ । 2025 ଜାନୁଆରୀ 8 ରୁ 10 ଭିତରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବ । ଏହା ଦ୍ଵାରା ଓଡିଶା ବହୁଳ ପ୍ରଚାର ପ୍ରସାର ବିଶ୍ୱରେ ହେବ । ମୋ ଲକ୍ଷ୍ୟ ଓଡିଶାକୁ ବିଶ୍ୱରେ ପରିଚିତ କରାଇବା । ମିଶନ୍ ପୂର୍ବଦୋୟରୁ ଓଡିଶା ବିକାଶ ହେଉଛି । ଉତ୍କର୍ଷ ଉତ୍କଳ ଅଭିଯାନ ରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଆବାସ, ପାନୀୟ ଜଳ ଯୋଗାଣ, ନୂଆ ଶିକ୍ଷା ନୀତି ଲାଗୁ ଭଳି ପଦକ୍ଷେପ ନିଆଯାଉଛି ।
ନିଜର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ମାଟିକୁ ସ୍ଵାଗତ କରିବା ପାଇଁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଜନତା। #ModiInOdisha pic.twitter.com/4T6EWh9mWf
— Mohan Charan Majhi (@MohanMOdisha) November 29, 2024
ନାଁ ନନେଇ କଂଗ୍ରେସକୁ ଟାର୍ଗେଟ:
ମୋଦି ଆହୁରି କହିଛନ୍ତି, ‘ଭାରତ ସମ୍ବିଧାନକୁ ଦଳି ଦିଆଯାଉଛି । ନିଜ କ୍ରୋଧକୁ ଜନତା ଉପରେ କାଢିଛନ୍ତି । ମିଥ୍ୟା ଓ ଗୁଜବ ଦୋକାନ ଖୋଲିଛନ୍ତି । ଦେଶବାସୀଙ୍କୁ କହୁଛି ଆମକୁ ସତର୍କ ରହିବାକୁ ହେବ । ସତ୍ତା ପାଇଁ ଭୋକିଲା ଥିବା ଏଭଳି ତତ୍ତ୍ଵ ମିଥ୍ୟା ପ୍ରଚାର କରୁଛନ୍ତି । ଜନତାଙ୍କୁ ଭ୍ରମିତ କରି କ୍ଷମତାକୁ ଆସିବାକୁ ପ୍ରୟାସ କରୁଛନ୍ତି ।’
Great affection, love and enthusiasm for PM @narendramodi ji. Watch live #ModiInOdisha https://t.co/4c2PfFWxUe
— Dharmendra Pradhan (@dpradhanbjp) November 29, 2024
ଆଜି ଐତିହାସିକ ଦିନ: ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିର ଦିନକୁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ । ଆମ ସରକାର ଆସିବାର ମାତ୍ର ୫ ମାସ ହୋଇଛି । ସୁଭଦ୍ରା ଯୋଜନା, ଚାଷୀଙ୍କୁ ୩୧୦୦ ଟଙ୍କା ଏମ୍ଏସ୍ପି ନିଷ୍ପତ୍ତି ହୋଇଛି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଡିଜି-ଆଇଜି ସମ୍ମିଳନୀ-
ଶୁକ୍ରବାରଠୁ ଆରମ୍ଭ ହୋଇଛି 59ତମ ସର୍ବଭାରତୀୟ ଡିଜି-ଆଇଜି (DG-IG) କନଫରେନ୍ସ । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି ଏହି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା-NSA ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ଏହା ତିନି ଦିନ ଧରି ଚାଲିବ । ଯେଉଁଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜି-ଆଇଜିଙ୍କ ସହ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି ।