ETV Bharat / politics

ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କଂଗ୍ରେସର କଟାକ୍ଷ

author img

By ETV Bharat Odisha Team

Published : Mar 6, 2024, 10:40 PM IST

Congress Press Meet: ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତ ଅବସରରେ ଦେଇଥିବା ଭାଷଣକୁ କଟାକ୍ଷ କରିଛି କଂଗ୍ରେସ । ପୂର୍ବତନ ପିସିସି ସଭାପତି କହିଲେ ଜଣେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଡାହା ମିଛ କହିବା, ଆଗରୁ କୋଉଠି ଦେଖିନାହୁଁ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କଂଗ୍ରେସର କଟାକ୍ଷ
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କଂଗ୍ରେସର କଟାକ୍ଷ
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କଂଗ୍ରେସର କଟାକ୍ଷ

ଭୁବନେଶ୍ବର: ରାଜ୍ୟରେ ଏବେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚ୍ଚା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ଖୁବଶୀଘ୍ର ଦୁଇ ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଗତକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବେଳେ ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟ ଉଭୟଙ୍କୁ ବେଶ ପ୍ରଶଂସା କରିଥିଲେ । ହେଲେ ମୋଦିଙ୍କ ଟାର୍ଗେଟରେ ଥିଲା କଂଗ୍ରେସ । ତେବେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତ ଅବସରରେ ଦେଇଥିବା ଭାଷଣକୁ କଟାକ୍ଷ କରିଛି କଂଗ୍ରେସ । ଭୁବନେଶ୍ବର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦସ୍ତାବିଜ ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।

ପାରାଦ୍ଵୀପ ବନ୍ଦର ପ୍ରକଳ୍ପ, ଆଇଓସିଏଲ୍‌ ସାର କାରଖାନା ସବୁ କଂଗ୍ରେସ କରିଛି ବୋଲି କଂଗ୍ରେସ କହିଛି । ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଏବଂ ଏନ୍‌ଡିଏ ଓ ୟୁପିଏ ସରକାର ସମୟରେ ପାରାଦ୍ଵୀପ ପାଇଁ କାହାର ଅବଦାନ କେତେ, ତଥ୍ୟ ରଖି ମୋଦିଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ପାରାଦ୍ବୀପ କାମର ଅଗ୍ରଗତି ନେଇ ନବୀନ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏକ ଚିଠି ଲେଖି ଅସନ୍ତୋଷ ଝାଡ଼ିଥିବା ଚିଠିକୁ ଦେଖାଇ ଉଭୟ ମୋଦି ଓ ନବୀନଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ମୋଦି ଏତେ କଥା କହିଲେ, କିନ୍ତୁ ନବୀନ ସରକାରଙ୍କ ବିରୋଧରେ ପଦେ କହିଲେ ନାହିଁ । ଏତେ ଚର୍ଚ୍ଚା ପରେ ବି ବିଜେଡି ସହ ମିଶିକି ଲଢ଼ିବା କଥା ପଦେ କହିଲେ ନାହିଁ ମୋଦି । ପୋଡା ଟ୍ରାନ୍ସଫର୍ମରଠାରୁ ଆରମ୍ଭ କରି 120 ମିଶନ କୁଆଡେ ଗଲା ? ସତ କଥା ହେଉଛି ବିଜେଡି ବିଜେପି ମିଶିକି ଅଛନ୍ତି । ସେମାନେ ଏକାଠି ନିର୍ବାଚନ ଲଢ଼ିବେ । ଏବେ ଓଡ଼ିଶାରେ ଏକମାତ୍ର ବିରୋଧୀ କଂଗ୍ରେସ । ଗୋଟିଏ ବିକଳ୍ପ କଂଗ୍ରେସ, 2024 କଂଗ୍ରେସର ବର୍ଷ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଜଣେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଡାହା ମିଛ କହିବା, ଆଗରୁ କୋଉଠି ଦେଖିନାହୁଁ । ଗତକାଲି ମୋଦିଙ୍କ ଓଡିଶା ଗସ୍ତ ଅବସରରେ ଦେଇଥିବା ଭାଷଣ ସବୁ ମିଛ । ସବୁ ସେ କରିଛନ୍ତି ବୋଲି କହିଲେ ।" ହେଲେ ଏସବୁ କଂଗ୍ରେସ କରିଥିବା ଦସ୍ତାବିଜ ଦେଖାଇଥିଲେ ପ୍ରସାଦ । କଂଗ୍ରେସର ସାମ୍ବାଦିକ ସମ୍ବିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବିଜୟ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ବିଶ୍ବରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.