ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ ହୋଇଛି କଂଗ୍ରେସର ନିର୍ବାଚନ ମ୍ୟାନେଜମେଣ୍ଟ କମିଟି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି କମିଟି । କମିଟିରେ ୨୬ ଜଣ ସଦସ୍ୟ ରହିଛନ୍ତି । ମନୋରଞ୍ଜନ ଦାସଙ୍କୁ କମିଟିର ଆବାହକ ଭାବେ ନିଯୁକ୍ତି ମିଳିଛି । ସେହିପରି ଦୁଇ ଜଣ ଯୁଗ୍ମ ଆବାହକ ମଧ୍ୟ ରହିଛନ୍ତି । ଏନେଇ ଆଜି ଏଆଇସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବକ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଏକ ନିର୍ବାଚନ ମ୍ୟାନେଜମେଣ୍ଟ କମିଟି ଗଠନ କରିଛନ୍ତି । ଚଳିତ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ନିର୍ବାଚନ ମ୍ୟାନେଜମେଣ୍ଟ କମିଟି ଗଠନ ହୋଇଛି । ଏହି କମିଟିରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାସ ଏହି କମିଟିର ଆବାହକ ଭାବରେ ନିଯୁକ୍ତି ପାଇଛନ୍ତି । ସେହିପରି ବାଙ୍କନିଧି ବେହେରା ଓ ବିକାଶ ଗରାବଡୁ ଯୁଗ୍ମ ଆବାହକ ଭାବରେ କମିଟିରେ ରହିଛନ୍ତି ।
ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଲା ତିରିଆ, ଶରତ ରାଉତ, ଡଃ ରାମଚନ୍ଦ୍ର ଖୁଟିଆ, ବିଜୟ କୁମାର ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ନକୁଳ ନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଡଃ ହମିଦ ହୁସେନ, ବନ୍ଦିତା ପରିଡ଼ା, ଶୁଭେନ୍ଦୁ ମହାନ୍ତି, ମନୋଜ ଜେନା, ଦେବାଶିଷ ଭୂୟାଁ, ସିତାଂଶୁ ଦାସ, କିଶୋର ଜେନା, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । 'ଏକ୍ସ-ଅଫିସିଓ' ସଭ୍ୟ ଭାବରେ ସମସ୍ତ ପୂର୍ବତନ ପିସିସି ସଭାପତି ଓ ବିରୋଧି ଦଳ ନେତା, ଓଡ଼ିଶା ଦାୟିତ୍ଵରେ ଥିବା ଏଆଇସିସି କର୍ମକର୍ତ୍ତା, ରାଜ୍ୟ ଛାମୁଆ ସଂଗଠନ ବା ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ, ପିସିସି ୱାର୍ ରୁମ ଅଧ୍ୟକ୍ଷ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷମାନେ ରହିଛନ୍ତି । ଏନେଇ ପିସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର