ETV Bharat / politics

ଆସନ ନପାଇ ମଧ୍ୟ NDA ଛାଡିବନି RLJP, ପାରସ କହିଲେ ମୋଦି ଆମର ନେତା - RLJP to be a part of NDA

author img

By ETV Bharat Odisha Team

Published : Mar 30, 2024, 7:25 PM IST

NDA ମେଣ୍ଟ ଛାଡିବନି ପଶୁପତି ପାରସଙ୍କ RLJP । ପାରସ କହିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ପୁଣି କେନ୍ଦ୍ରରେ ସରକାର ଗଢିବ ‘ଏନଡିଏ’ । ଏଥର 4ଶହ ପ୍ଲସ ଆସନ । ଅଧିକ ପଢନ୍ତୁ

ଆସନ ନପାଇ ମଧ୍ୟ NDA ଛାଡିବନି RLJP, ପାରସ କହିଲେ ମୋଦି ଆମର ନେତା

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ’ ମେଣ୍ଟରୁ କୌଣସି ଆସନ ପାଇନଥିଲେ ସୁଦ୍ଧା ମେଣ୍ଟ ଛାଡିବନାହିଁ ପଶୁପତି ପାରସଙ୍କ ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି (ଆରଏଲଜେପି) । ପୂର୍ବରୁ ଆସନ ନପାଇ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ପାରସ କହିଛନ୍ତି, ଏବେବି ତାଙ୍କ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ଜନଲୋକଶକ୍ତି ପାର୍ଟି ଏନଡିଏ ମେଣ୍ଟର ଏକ ସହଯୋଗୀ ଦଳ ଭାବେ ରହିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ଏନଡିଏ’ ମେଣ୍ଟ 4ଶହ ଆସନ ପାର କରିବ ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ବିହାରରେ ସମସ୍ତ 40 ଆସନ ଜିତିବା ପାଇଁ ତାଙ୍କ ଦଳ ସମସ୍ତ ସହଯୋଗ କରିବ ।

ଆଜି ଟ୍ବିଟ କରି ପାରସ ଲେଖିଛନ୍ତି, ‘‘ଆମ ପାର୍ଟି ‘ଆରଏଲଜେପି’ ‘ଏନଡିଏ’ ମେଣ୍ଟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମର ନେତା ଏବଂ ତାଙ୍କ ନିଷ୍ପତ୍ତି ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ନେତୃତ୍ୱରେ ‘ଏନଡିଏ’ ତୃତୀୟ ଥର ପାଇଁ ସରକାର ଗଠନ କରିବ । ପୂର୍ବ ନିର୍ବାଚନ ଅପେକ୍ଷା ରେକର୍ଡ ଭାଙ୍ଗି ସଂଖ୍ୟା ଗରିଷ୍ଠତା ସହିତ ସମଗ୍ର ଦେଶରେ 4ଶହ ପ୍ଲସ ଆସନ ଜିତିବା ।"

ଲୋକସଭା ନିର୍ବାଚନ ପାଇଁ ବିହାରରେ ‘ଏନଡିଏ’ ମେଣ୍ଟରେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଥିବା ବେଳେ ପଶୁପତି ପାରସଙ୍କ ପାର୍ଟି ଏଥିରୁ ବାଦ ପଡିଥିଲା । ମୋଟ 40 ସଂସଦୀୟ ଆସନ ମଧ୍ୟରୁ ବିଜେପି ସର୍ବାଧିକ 17 ଆସନରେ ନିର୍ବାଚନ ଲଢିବ । ସେହିପରି ନୀତିଶଙ୍କ ଜେଡି-ୟୁ 16 ଆସନରେ ଓ ଚିରାଗ ପାସଓ୍ବାନଙ୍କ ଦଳ 5ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି ଏନଡିଏ । ଅବଶିଷ୍ଟ 2 ଆସନ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ ଓ ଉପେନ୍ଦ୍ର କୁଶଓ୍ବାଙ୍କ ‘ଆରଏଲଏମ’ ଗୋଟିଏ ଲେଖାଏଁ ଆସନ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବିହାରରେ ଛିଡିଲା NDA ଅଙ୍କ: 17ରେ ବିଜେପି, ଜେଡିୟୁକୁ 16 ଓ ଚିରାଗଙ୍କୁ 5 ଆସନ

ପଶୁୁପତି ପାରସ କେନ୍ଦ୍ରରେ ମୋଦି କ୍ଯାବିନେଟରେ ମନ୍ତ୍ରୀ ଥିବା ସତ୍ତ୍ବେ ମଧ୍ୟ ତାଙ୍କ ଦଳକୁ ଗୋଟିଏ ଆସନ ନଛାଡି ପୁତୁରାଙ୍କ ଚିରାଗଙ୍କ ପାର୍ଟିକୁ ବିଜେପି 5 ଆସନ ଛାଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ପରେ ପାରସ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମାତ୍ର ଏହାର କିଛି ଦିନ ମଧ୍ୟରେ ପୁଣି ୟୁଟର୍ଣ୍ଣ ମାରିଛନ୍ତି ପଶୁପତି ପାରସ । ଏବେ ସେ ବିହାରରେ ଏନଡିଏ ମେଣ୍ଟକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.