ETV Bharat / politics

ରାଜନଗର ବିଜେପି ପ୍ରାର୍ଥୀଙ୍କୁ ବିରୋଧ, ପୁନଃବିଚାର ନହେଲେ ସାମୁହିକ ଇସ୍ତଫା ଚେତାବନୀ - odisha assembly poll

author img

By ETV Bharat Odisha Team

Published : Apr 20, 2024, 7:45 AM IST

Opposed to Rajnagar BJP candidate: ରାଜନଗର ବିଜେପିରେ ଟିକଟ କନ୍ଦଳ । ଲଳିତ ବେହେରାଙ୍କ ପ୍ରାର୍ଥିତ୍ବକୁ ଅଲେଖ ଜେନାଙ୍କ ଗୋଷ୍ଠୀର ତୀବ୍ର ବିରୋଧ । ନିଷ୍ପତ୍ତି ପରିବର୍ତ୍ତନ ନହେଲେ ସାମୂହିକ ଇସ୍ତଫା ଚେତାବନୀ । ଅଧିକ ପଢନ୍ତୁ

ରାଜନଗର ବିଜେପି ପ୍ରାର୍ଥୀଙ୍କୁ ବିରୋଧ, ପୁନଃବିଚାର ନହେଲେ ସାମୁହିକ ଇସ୍ତଫା ଚେତାବନୀ

କେନ୍ଦ୍ରାପଡା: ରାଜନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କୁ ବିରୋଧ । ଉପଯୁକ୍ତ ବିଚାର କରାନଯାଇ ଟିକଟ ଦିଆଯାଇଥିବା ଅଭିଯୋଗରେ ଶତାଧିକ ବିଜେପି କର୍ମୀ ଓ ବିଧାୟକ ଆଶାୟୀ ପ୍ରାର୍ଥୀ ଅଲେଖ ଜେନାଙ୍କ ସମର୍ଥକ ପ୍ରତିବାଦ କରିଛନ୍ତି । ଟିକଟ ସମ୍ପର୍କିତ ନିଷ୍ପତ୍ତିର ପୁନଃବିଚାର କରାନଗଲେ ଦଳରୁ ସାମୁହିକ ଇସ୍ତଫା ଦେବାକୁ ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି । ଗତକାଲି (ଶୁକ୍ରବାର) ଅପରାହ୍ନରେ ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଦେବୀ ଛୁଆଳିଆ ଶକ୍ତିପୀଠରେ ଅଲେଖଙ୍କ ସମର୍ଥକଙ୍କ ଏହି ବୈଠକରେ ଏଭଳି ଘୋଷଣା ଜିଲ୍ଲା ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ସୂଚନାନୁଯାୟୀ, କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦଳର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଲଳିତଙ୍କ ନାମ ଘୋଷଣା କରାଯିବା ପରେ ରାଜନଗର ଗୋପାଳପୁର ଛକ ନିକଟରେ ଦଳର ଅନ୍ୟତମ ଆଶାୟୀ ଅଜୟ ବେହେରାଙ୍କ ସମର୍ଥକମାନେ ବିରୋଧ କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ । ଗତକାଲି ପୂର୍ବତନ ବିଧାୟକ ତଥା ଗତ (୨୦୧୯) ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ହୋଇଥିବା ଅଲେଖ ଜେନାଙ୍କ ସମର୍ଥକମାନେ ପ୍ରତିବାଦ କରିଛନ୍ତି । ଦଳ ଉଚିତ ନିଷ୍ପତ୍ତି ଗ୍ରହଣ କରିନି । ଯଦି ଏହାର ପୁନଃବିଚାର କରାଯାଇ ଅଲେଖଙ୍କୁ ଟିକଟ ନଦିଆଯାଏ, ତେବେ ସେମାନେ ସାମୂହିକ ଇସ୍ତଫା ଦେବେ ବୋଲି କହିଛନ୍ତି ।

ଆଶାୟୀ ପ୍ରାର୍ଥୀ ଅଲେଖ ଓ ତାଙ୍କ ସମର୍ଥକଙ୍କ ଅଭିଯୋଗ ଅନୁଯାୟୀ, ଦଳ ପ୍ରାର୍ଥୀ କରିଥିବା ଲଳିତ ବେହେରା ପ୍ରତ୍ୟେକ୍ଷ ଭାବେ ରାଜନଗର ନିର୍ବାଚନ ମଣ୍ଡଳୀ ସହ ସମ୍ପୃକ୍ତ ନୁହନ୍ତି । ସେ ଆଳି ନିର୍ବାଚନ ମଣ୍ଡଳୀର ରାଜକନିକାରେ ରହୁଥିବା ବେଳେ ଚାନ୍ଦବାଲିରେ ତାଙ୍କର ବ୍ୟବସାୟ ଚାଲୁଛି । ସେ ରାଜନଗର ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହ ସମ୍ପର୍କ ରଖିନାହାନ୍ତି କିମ୍ବା ଦଳର କୌଣସି କାର୍ଯ୍ୟକର୍ତ୍ତା ତାଙ୍କୁ ଚିହ୍ନି ମଧ୍ୟ ନାହାନ୍ତି । ଏଭଳି ସ୍ଥଳେ ଦଳର ରାଜ୍ୟ ସଭାପତି ତାଙ୍କୁ ଟିକେଟ ପ୍ରଦାନ କରିବା ଫଳରେ ଦଳ ରାଜନଗରରେ ବିଧାନସଭା ଆସନରେ ପରାଜିତ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ- ଲୋକସଭା ନିର୍ବାଚନ 2024: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1625 ପ୍ରାର୍ଥୀଙ୍କ ଭାଗ୍ୟ - First Phase voting concludes

ଟିକଟ ଘୋଷଣା କରାଯିବା ପରେ ଅଲେଖଙ୍କ ସମର୍ଥକ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଟିକଟ ପୁନଃବିଚାର ପାଇଁ ନିବେଦନ କରିଥିଲେ । ସେମାନଙ୍କ ଦୃଢ଼ ବିଶ୍ୱାସ ଯେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରାଯିବ । ଅନ୍ୟପଟେ ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ ନକଲେ ଶହ ଶହ ସଂଖ୍ୟାରେ ବିଜେପିର କାର୍ଯ୍ୟକର୍ତ୍ତା ଓ ସାଧାରଣ କର୍ମୀ ଦଳରୁ ସାମୁହିକ ଇସ୍ତଫା ଦେବେ ବୋଲି କହିଛନ୍ତି । ଏବେ ନିର୍ବାଚନ ପାଖଉଥିବା ବେଳେ ବିଜେପିରେ ଏହି ଅନ୍ତଃକନ୍ଦଳ ଏବେ ରାଜନଗରରେ ବିରୋଧୀଙ୍କୁ ଫାଇଦା ଦେବା ପରି ସ୍ଥିତି ସୃଷ୍ଟି କରିଛି କହିଲେ ଭୁଲ ହେବନି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.