ETV Bharat / politics

ଶଙ୍ଖ ଫୁଙ୍କିଲେ ଅଭିନେତା ଅଖିଳ ପଟ୍ଟନାୟକ - Akhil Patnaik joined BJD

author img

By ETV Bharat Odisha Team

Published : May 8, 2024, 7:56 PM IST

Akhil Patnaik joins BJD: ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଅଭିନେତା ଅଖିଳ ପଟ୍ଟନାୟକ । ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Akhil Patnaik joined BJD
Akhil Patnaik joined BJD (ETV Bharat Odisha)

ଭୁବନେଶ୍ବର: ବିଜୁ ଜନତା ଦଳରେ ଆଜି ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ । ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ଅଖିଳ ଶଙ୍ଖ ଫୁଙ୍କିଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତରେ ସେ ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରି ବିଜେପି ଛାଡିଥିଲେ ଅଖିଳ ।

ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ । କିଛିଦିନ ତଳେ ସେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ । ଅପରାଜିତା ତାଙ୍କ ଟିକେଟ ଜାଣିଶୁଣି କାଟିଥିବା ଅଖିଳ ଅଭିଯୋଗ କରିଥିଲେ । ଏହାପରେ ସେ ଆଜି ଶଙ୍ଖ ଭବନ ଆସି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ଅଖିଳଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, କୋଭିଡ ସମୟରେ ପ୍ରବାସୀଙ୍କ ପାଇଁ ଅଖିଳ କାମ କରିବା ସହ କର୍କଟ ରୋଗୀଙ୍କ ପାଇଁ କାମ କରୁଛନ୍ତି । ଅଖିଳଙ୍କ ପରିବାରର ଲମ୍ବା ରାଜନୈତିକ ଇତିହାସ ରହିଛି । ଅଖିଳଙ୍କ ଜେଜେବାପା ଅନେକ ଥର ତାପଙ୍ଗ ସରପଞ୍ଚ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ ସହ ଖୋର୍ଦ୍ଧା ସଂଗଠନ ମଜବୁତ କରିବାକୁ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ମୟୂରଭଞ୍ଜରେ ବଢିଲା ବିଜେଡିର ବଳ, ଦଳରେ ମିଶିଲେ ୬୦୦ରୁ ଊର୍ଦ୍ଧ୍ବ କର୍ମୀ - BJD Joining Program

ବିଜେଡିରେ ସାମିଲ ହେବା ପରେ ଅଖିଳ ପଟ୍ଟନାୟକ କହିଛନ୍ତି ଯେ, କଳାକାର ହୋଇ କାମ କରୁଥିଲି । ମୋ ପରିବାର ଗାଁରେ ସେବା କରୁଥିଲେ । ଲୋକ ଜାଣିବେ ବୋଲି ଅଭିନୟକୁ ବାଛିଲି । ଗାଁ କଥା ମନେ ପଡିଲା, ତେଣୁ ସେବା ପାଇଁ ବିଜେପିରେ ମିଶିଥିଲି । ଲଗାତାର ଭାବେ ବିଜେପିରେ କୋଣଠେସା ହେଲି । ବିଜୁବାବୁ ଚାହୁଁଥିଲେ ଓଡ଼ିଆ ମାନେ ନିଜ ଗୋଡ଼ରେ ନିଜେ ଠିଆ ହୁଅନ୍ତୁ । ନବୀନ ପଟ୍ଟନାୟକ ସେହି ଆଦର୍ଶରେ କାମ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହି ରଥକୁ ମୁଁ ଟାଣିବାକୁ ଆସିଛି । ମୁଁ ବିରୋଧୀ ଦଳରେ ଥିବା ବେଳେ ମୋତେ ଅନ୍ଧପୁଟୁଳି ବାନ୍ଧି ଦିଆଯାଇଥିଲା । ଆମକୁ ବିରୋଧ କରିବାକୁ କୁହାଯାଉଥିଲା । ହତୋତ୍ସାହିତ ହୋଇ ବୁଲୁଥିଲି । ଏବେ ନବୀନ ବାବୁଙ୍କ କୋଳ ପାଇଲି । ବିଜେଡି ଛାଡିଥିବା ଅଭିନେତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ଅଖିଳ ।

ସେ କହିଛନ୍ତି, "ନାୟକ ମାନେ ବିଜେଡିରୁ ପରିଚୟ ପାଇଛନ୍ତି । ଯେଉଁମାନେ ଦଳ ଛାଡିଛନ୍ତି, ସେମାନେ ନବୀନଙ୍କ ସହ ଧୋକା କରିଛନ୍ତି । ମୁଁ ବିଜେପିରୁ ଧୋକା ଖାଇଛି । ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ କେବେ ଭୁଲିବି ନାହିଁ । ସେ ମତେ ଫୋନ କରି କହିଲେ, ତୋର ଲଢ଼ିବାର ଇଚ୍ଛାଶକ୍ତି ଅଛି ତେଣୁ ବିଜେଡିକୁ ଆସେ । ମୁଁ ପ୍ରତିଶୃତି ଦେଉଛି, ବିଜେଡିରେ କାମ କରିବି । ଦଳ ଛାଡି ଯିବିନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.