ETV Bharat / politics

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ! ମୋହନ ସରକାରକୁ ଘେରିଲା ବିଜେଡି

ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା । ସମୀକ୍ଷା କଲେ ଡିଜିପି ଖୁରାନିଆ । ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍ । ଏପଟେ ମୋହନ ସରକାରକୁ ଘେରିଲା ବିଜେଡି ।

author img

By ETV Bharat Odisha Team

Published : 15 hours ago

Updated : 15 hours ago

odisha woman rape case in delhi
odisha woman rape case in delhi (ETV Bharat Odisha)

ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ତେଜିବାକୁ ଲାଗିଲାଣି ରାଜନୀତି । ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ବିଜେପି ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ଭାରତର ରାଜଧାନୀ ଦିଲ୍ଲୀରେ ଏଭଳି ଘଟଣା ନିନ୍ଦନୀୟ । ନିର୍ଭୟା ପରେ ଏଭଳି ଘଟଣା ଦିଲ୍ଲୀରେ ଘଟିଛି । ନିର୍ଭୟା ଘଟଣା ପାଇଁ ଗୋଟେ ସରକାର ପଡିଥିଲା । ଏହା ପରେ ମଧ୍ୟ ଆମେ ଚେତିନାହାନ୍ତି । ଆମ ଆଚରଣ ଓ ଉଚାରଣ ଆମର ଠିକ ନାହିଁ । ମହିଳାଙ୍କୁ ପ୍ରାଧାନ୍ୟ ଦେଉଛି ବୋଲି ବିଜେପି ସବୁବେଳେ କହୁଛି । ବେଟି ବଚାଓ, ବେଟି ପଢ଼ାଓ ଏକ ରାଜନୈତିକ ସ୍ଲୋଗାନ ହୋଇ ରହିଛି । କୌଣସି ସ୍ଥାନରେ ବିଜେପି ମହିଳାଙ୍କୁ ସମ୍ମାନ ଦେଉଛି ନା ସୁରକ୍ଷା । ରାଜଧାନୀ ଦିଲ୍ଲୀରେ ଯଦି ଏ ଅବସ୍ଥା ଅନ୍ୟ କେଉଁଠି କଣ ହେଉଥିବ ତାହା ଅନୁମେୟ । ଦିଲ୍ଲୀରେ ମହିଳା ସୁରକ୍ଷିତ ନୁହେଁ । ଓଡ଼ିଶାର ଭାରତପୁର ଘଟଣା ସାରା ଦେଶ ଦେଖିଲା ।"

ସୁଲତା ଆହୁରି ମଧ୍ୟ କହିଛନ୍ତି, "ଭାରତୀୟ ଜନତା ପାର୍ଟି କୁହେ ଗୋଟେ କଥା, କରେ ଆଉ ଗୋଟେ କାମ । ଦିଲ୍ଲୀରେ ଓଡ଼ିଶାର ମହିଳାଙ୍କ ସହ ଦୁଷ୍କର୍ମ ହେବା ପରେ ଚୁପ ରହିଲେ ଆବାସିକ କମିଶନ । ନିର୍ଭୟା ପରି ଓଡ଼ିଶାର ମହିଳା ଗଣଦୁଷ୍କର୍ମର ଶିକାର ହୋଇଛି । ଆଇସିୟୁରେ ବଞ୍ଚିବା ଲାଗି ସଂଘର୍ଷ କରିଛନ୍ତି ପିଡୀତା । କିନ୍ତୁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ନାହିଁ । ସରକାର ଏଠି ମେଢ଼ ବୁଲିବାରେ ବ୍ୟସ୍ତ ଅଛନ୍ତି । ପୂଜା ମଣ୍ଡପ ବୁଲୁଛନ୍ତି ସରକାର । ଏହା ହେଉଛି ବିଜେପିର ସରକାର । ଯାହାଙ୍କର ତିଳେମାତ୍ର ମହିଳାଙ୍କ ପ୍ରତି ସମ୍ବେଦନଶୀଳ ନାହିଁ । ଏ ସରକାରଠାରୁ ଅଧିକ କିଛି ଆଶା କରାନଯାଇପାରେ ।"

ଏହା ବି ପଢନ୍ତୁ- ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ, ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍

ସେ ଏହା ମଧ୍ୟ କହିଛନ୍ତି, "ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସଂସଦରେ ପୁଷ୍ପା ଉପାଧ୍ୟୟଙ୍କ କବିତା କହିଥିଲେ । ଉଠ ଦ୍ରୋପଦୀ ବସ୍ତ୍ର ସମ୍ଭାଳ । ଆଉ ଗୋବିନ୍ଦ ଆସିବେ ନାହିଁ । ଉଠ ଦ୍ରୋପଦୀ ଶସ୍ତ୍ର ଉଠାଓ । ଆଉ ଗୋବିନ୍ଦ ଆସିବେ ନାହିଁ । ନିଜକୁ ନିଜେ ରକ୍ଷା କରିବାର ସମୟ ଆସିଛି । ଏଭଳି ସରକାର ନିଲ୍ଲଜ ସରକାର । ଏହା ହେଉଛି ଡବଲ ଇଞ୍ଜିନ ସରକାରର କୁପରିଣତି ।" ଏହା ସହିତ ସୁଲତା ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁଲତା କହିଛନ୍ତି, "ଓଡ଼ିଶାର ନାଚୁଣିର ଏକ ଘଟଣାକୁ ସରକାର ଲୁଚେଇ ଦେଇଛନ୍ତି । ଜଣେ ନାବାଳିକାକୁ ସ୍କୁଲରେ ଦୁଷ୍କର୍ମ କରାଯାଇଛି । ବିଜେପି ଯେଉଁଠି ସରକାର କରିଛି, ସେଠି ଏଭଳି ଘଟଣା ଘଟିଛି । ବିଜେପି ସରକାରରେ ମହିଳା ନିଜେ ନିଜକୁ ସୁରକ୍ଷା ଦେବା ଦରକାର ।"

ଏହା ବି ପଢନ୍ତୁ- ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ! ଅଚେତ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଦେଶରେ ବର୍ତ୍ତମାନ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲାଣି । ମେଣ୍ଟ ସରକାରର ଜଣେ ନେତାଙ୍କୁ ଅପରାଧୀ ଗୁଳି ମାରୁଛନ୍ତି । ବିଜେପି ସବୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଥାନ୍ତା । ପ୍ରତ୍ୟେକ ଦିନ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଦୁଃଖର କଥା କୌଣସି ସ୍ଥାନରେ ମହିଳା ସୁରକ୍ଷିତ ନୁହଁନ୍ତି । ଦିଲ୍ଲୀର ଘଟଣା ଓଡ଼ିଆ ଅସ୍ମିତା ନାଁ ନେଇ ସରକାର ଆସିଛି । କିନ୍ତୁ ଏହା ଉପରେ ପ୍ରତିକ୍ରିୟା ନାହିଁ । ପୀଡିତାଙ୍କ ଚିକିତ୍ସା ଚାଲିଛି । ଆଶା ସେ ଶୀଘ୍ର ଭଲ ହୋଇଯାଆନ୍ତୁ ।"

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ! -

ଲଜ୍ଜାଜନକ ଘଟଣା । ଦିଲ୍ଲୀରେ ଦୁଷ୍କର୍ମର ଶିକାର ହେଲେ ଓଡ଼ିଆ ଯୁବତୀ ! ଚେତାଶୂନ୍ୟ ଅବସ୍ଥାରେ ରାସ୍ତାକଡରୁ ଯୁବତୀଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ସରାଇ କାଲେ ଖାନ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଯୁବତୀଙ୍କ ବୟସ 34 ବର୍ଷ ହୋଇଥିବା ବେଳେ ତାଙ୍କୁ କେହି ଦୁଷ୍କର୍ମ କରି ଅଚେତ ଅବସ୍ଥାରେ ରାସ୍ତାରେ ଫୋପାଡି ଦେଇଥିବା ପୋଲିସ କହିଛି । ଜାତୀୟ ଗଣମାଧ୍ୟମ ‘ପିଟିଆଇ’ ଏହି ଘଟଣାକୁ ସାମ୍ନାକୁ ଆଣିଛି ।

ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ

ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ । ମାମଲାର ତଦନ୍ତ ସମ୍ପର୍କରେ ଡିଜିପି ଖୁରାନିଆ ଦିଲ୍ଲୀ କମିଶନରଙ୍କଠାରୁ ଅବଗତ ହୋଇଛନ୍ତି । ଗତକାଲି ଉଭୟ ଅଧିକାରୀଙ୍କ ମଧ୍ୟରେ ଏହି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି ।

Last Updated : 15 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.