ETV Bharat / politics

ଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜସ୍ୱ ମନ୍ତ୍ରୀ, ସମାଧାନ ହେବ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ସମସ୍ୟା - Suresh Pujari Meets Ashwini

author img

By ETV Bharat Odisha Team

Published : Jul 12, 2024, 10:52 PM IST

Revenue Minister Meets Railway Minister: ନୂଆଦିଲ୍ଲୀ ଗସ୍ତରେ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

Revenue Minister Suresh Pujari Meets Railway Minister Ashwini Vaishnaw
Revenue Minister Suresh Pujari Meets Railway Minister Ashwini Vaishnaw (ETV Bharat Odisha)

ଭୁବନେଶ୍ବର: ଆଜି ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାରେ ରେଳପଥ ବିକାଶରେ ଦେଖାଦେଇଥିବା ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଉଭୟ ନେତାଙ୍କ ଭିତରେ ଆଲୋଚନା ହୋଇଛି । ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବା ସହ ରେଳପଥର ବିକାଶ ଓ ପ୍ରକଳ୍ପ ଗୁଡିକ ଆଗକୁ ନେବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାକ୍ଷାତ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ ପୂର୍ବଦ୍ୟୋୟ ଭାରତର ବିକାଶକୁ ପ୍ରଧାନ୍ୟ ଦେଇ ଆସୁଛନ୍ତି । ଏହାସହ ଓଡିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ବିଶେଷ ଭାବେ ରେଳପଥର ବିକାଶ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ରେଳଯାତ୍ରୀଙ୍କ ସୁବିଧା ଓ ଗମନାଗମନ ସହିତ ରେଳବାଇ ପରିବହନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଗତ ୧୦ ବର୍ଷରେ ମୋଦି ସରକାର ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି । ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥିକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହୋଇପାରିବ ବୋଲି ମୋଦିଜୀ ସଂକଳ୍ପବଦ୍ଧ ।"

ଏହା ମଧ୍ୟ ପଢ଼ନ୍ତୁ...ସରିଲା ପ୍ରାକ ବଜେଟ ବୈଠକ: କେଉଁ ବର୍ଗକୁ ମିଳିଛି ଗୁରୁତ୍ବ ? କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Pre Budget Consultation Meeting

ସୁରେଶ ପୂଜାରୀ ଏହା ମଧ୍ୟ କହିଛନ୍ତି, "ଓଡ଼ିଶାର ବିଜେଡି ସରକାରରେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଥିଲା । ଏହି ପ୍ରସଙ୍ଗରେ ଆଗାମୀ ଦିନରେ ରେଳ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ସହିତ ସମସ୍ତ ପ୍ରକଳ୍ପର ଅଗ୍ରଗତି ବାବଦରେ ଏକ ସମୀକ୍ଷା ବୈଠକ କରାଯିବ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସମାପନ କରିବା ଉପରେ ଗୁରୁତ୍ୱ ଦିଆଜିବ ବୋଲି ବୋଲି ଦିଲ୍ଲୀରେ ଆଲୋଚନା ହୋଇଛି । ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ । ରେଳପଥର ବିକାଶ ଏବଂ ପ୍ରକଳ୍ପ ଗୁଡିକ ଆଗକୁ ନେବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି ।" ତେବେ ମନ୍ତ୍ରୀ ସୁରେଶ ପୂଜାରୀ ନୂଆଦିଲ୍ଲୀ ଗସ୍ତ କରିଥିବା ବେଳେ ଦିଲ୍ଲୀରେ ରହଣୀ ସମୟରେ ରାଜସ୍ୱମନ୍ତ୍ରୀ ପୂଜାରୀ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ବିଜେପି ନେତୃବୃନ୍ଦଙ୍କୁ ଭେଟିଛନ୍ତି ।

ଇଟିଭି ଭାରତ, ଭୁବେନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.