ETV Bharat / politics

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଅସ୍ମିତା ଓ ବିଜେଡି ଏକ୍ସପାୟାରୀ ଡେଟ ପ୍ରସଙ୍ଗରେ ପ୍ରତାପଙ୍କ କଡ଼ା ଜବାବ - BJD Expire date issue

author img

By ETV Bharat Odisha Team

Published : May 6, 2024, 4:10 PM IST

Pratap Dev Reaction: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେଡିର ଏକ୍ସପାରି ଡେଟ ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ । ଅଧିକ ପଢନ୍ତୁ

Pratap Dev Reaction
Pratap Dev Reaction (Etv Bharat Odisha)
Pratap Dev Reaction (ETV Bharat Odisha)

ବାଲେଶ୍ୱର: ରାଜ୍ୟ ତମାମ ନିର୍ବାଚନୀ ଉଷ୍ମତା । ନାମାଙ୍କନ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କ ପ୍ରଚାର ମଧ୍ୟ ଜୋରଦାର ରହିଛି । ଏହାମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ରାଜନୀତି ମାହୋଲକୁ ଆହୁରୀ ସରଗରମ କରିଛି । ବିଜେପି ପୂର୍ବରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ବିଜେଡି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେଡିର ଟାଣୁଆ ନେତା ତଥା ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରତାପ ଦେବ ।

ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ନିଜର କାର୍ଯ୍ୟାଳୟ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶାଣିତ ସ୍ୱରରେ ବିରୋଧି ପାର୍ଟି ବିଜେପିକୁ ଟାର୍ଗେଟ କରିଛନ୍ତି ବାଲେଶ୍ଵର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ହେବ ଏବଂ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାର ଆହ୍ୱାନ ଦେଇଥିଲେ ପ୍ରତାପ ଦେବ । ଏହାସହ ଓଡ଼ିଆ ଅସ୍ମିତା ଉପରେ ବିରୋଧୀ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରତାପ ଦେବ କହିଛନ୍ତି, "ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ମୁଖ୍ୟମନ୍ତ୍ରୀ ବେଶ ଯତ୍ନବାନ ହୋଇଛନ୍ତି । ଅନେକ କାର୍ଯ୍ୟକ୍ରମ ଓଡ଼ିଆ ଏବଂ ଓଡ଼ିଶା ପାଇଁ ଆୟୋଜନ କରଯାଇଛି । ଓଡ଼ିଆ ଭାଷା କେମିତି ବିଦେଶରେ ନିଜର ପରିଚୟ ସୃଷ୍ଟି ହୋଇ ପାରିବ ସେନେଇ ଚେଷ୍ଟା କରାଯାଇଛି । ବିରୋଧୀଙ୍କ ପାଖରେ କୌଣସି ମୁଦ୍ଦା ନ ଥିବା ବେଳେ ଏମିତି କଥା କେବଳ ନିର୍ବାଚନୀ ପ୍ରହସନ ଚଳାଇଛନ୍ତି ।"

ଏହାମଧ୍ୟ ପଢନ୍ତୁ.. ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ' - PM Modi Address Rally In Berhampur

ଅନ୍ୟପଟେ ଆସନ୍ତା ଜୁନ 4 ତାରିଖ ବିଜେଡିର ଶେଷ ଏବଂ ତାହାହିଁ ବିଜେଡିର ଏକ୍ସପାରି ଡେଟ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ବେଳେ ଏହାର ଉତ୍ତର ଦେବାକୁ ଯାଇ ପ୍ରତାପ ଦେବ କହିଛନ୍ତି ଯେ, ଏମିତି ଅନେକ କଥା ପୂର୍ବରୁ ବିରୋଧୀ କହିଛନ୍ତି । କେତେବେଳେ ପୋଡା ଟ୍ରାନ୍ସଫର୍ମର ତ କେତେବେଳେ ବିଜେଡିକୁ ବଙ୍ଗୋପସାଗରରେ ଫିଙ୍ଗି ଦେବା କଥା କୁହାଯାଇଛି । ହେଲେ ଫଳାଫଳ କିଛି ଓଲଟା ହୋଇଥିବା ସମସ୍ତେ ଦେଖିଛନ୍ତି । ଏବେ ପୁଣି ଏକ୍ସପାରି ଡେଟ ବୋଲି କହୁଛନ୍ତି ଠିକ ସମୟରେ ଏହାର ଉତ୍ତର ବିରୋଧୀ ପାଇଯିବେ ବୋଲି ପ୍ରତାପ ଦେବ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.