ETV Bharat / politics

ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ହୋମ ଭୋଟିଂ, କୋରାପୁଟରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା - Home Voting

author img

By ETV Bharat Odisha Team

Published : May 5, 2024, 12:09 PM IST

Home Voting: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କୋରାପୁଟରେ ୧୦୩ ବର୍ଷୀୟା ବୃଦ୍ଧା ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ

home voting
home voting (Etv Bharat Odisha)

Home Voting (Etv Bharat Odisha)

କୋରାପୁଟ: ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ହୋମ ଭୋଟିଂ । ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନଆସି ନିଜ ଘରୁ ମନ ପସନ୍ଦର ନେତା ବାଛିଛନ୍ତି । ଚାରୋଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ 'ଘରୁ ମତଦାନ' ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦେଶରେ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ମତଦାତା ଓ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ଶନିବାରଠାରୁ ଏହା ଆରମ୍ଭ ହୋଇଛି ।

ଏହି କ୍ରମରେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ରହିଥିବା ବରିଷ୍ଠ ନାଗରିକ ଓ ୪୭ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ । ସେମାନଙ୍କୁ ଭୋଟ ଦେବାକୁ ଆଉ ମତଦାନ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ । ପୋଲିସ ଅଫିସରଙ୍କ ସହ ପୁଲିଂ ପାର୍ଟି, ମାଇକ୍ରୋ ଅବଜର୍ବଭର, ଏଜେଣ୍ଟ ଓ ଇଭିଏମ କମିଶନିଂ ଅଫିସର ଘର ଘର ବୁଲି ଭୋଟ ସଂଗ୍ରହ କରିଛନ୍ତି । ଶନିବାର ଦିନ ଏହି ପ୍ରକ୍ରିୟାରେ ବି. ଅନ୍ନପୂର୍ଣ୍ଣାଙ୍କ ଭଳି 103 ବର୍ଷୀୟା ବୃଦ୍ଧା ସାମିଲ ହୋଇଛନ୍ତି । ଜଣେ ଭୋଟର ଯଦି ପ୍ରଥମ ଥରରେ ମତଦାନ ସାବ୍ୟସ୍ତ କରି ନପାରେ ତେବେ ତାଙ୍କୁ ଦ୍ବିତୀୟ ଥର ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି. ଭାସନ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ... କୋରାପୁଟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଫ୍ଲାଗ ମାର୍ଚ୍ଚ - Flag March

ସେ ଆଉମଧ୍ୟ କହିଛନ୍ତି ଯେ, ଜିଲ୍ଲାରେ ଶନିବାର ସୁଦ୍ଧା ୮୫ ଜଣ ବରିଷ୍ଠ ନାଗରିକ ଓ ୪୭ ଜଣ ଭିନ୍ନକ୍ଷମ ଏହି ସେବା ପାଇବାକୁ ଫର୍ମ ଦାଖଲ କରିଛନ୍ତି । ଯେଉଁମାନେ ଚାହିଁବେ ସେମାନେ ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରି ସେବା ପାଇପାରିବେ । ଏହାସହ ପୋଷ୍ଟାଲ ଭୋଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ, ସୁରକ୍ଷା କର୍ମଚାରୀ, ସର୍ଭିସ ଭୋଟର ପ୍ରମୁଖ ଏହି ପ୍ରକ୍ରିୟା ଅନୁସାରେ ମତଦାନ ସାବ୍ୟସ୍ତ କରିପାରିବେ । କୋରାପୁଟ ଜିଲ୍ଲାରେ ୫୦ ହଜାର ୩୨୮ ଜଣ ୧୮ରୁ ୧୯ ବର୍ଷୀୟ ଭୋଟର, ୨୧ହଜାର ୨୦୩ ଜଣ ୮୦ ବର୍ଷରୁ ଅଧିକ ଭୋଟର ରହିଥିବା କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.