ETV Bharat / politics

ଟିକଟ ଦେଇ ଛଡାଇ ନେଲା କଂଗ୍ରେସ, ଅସନ୍ତୋଷ ଝାଡି ହାତ ଛାଡିଲେ ମୋହନ ହେମ୍ବ୍ରମ ଓ ପତ୍ନୀ ଝୁନା ପଟ୍ଟନାୟକ - Congress Ticket Conflict

author img

By ETV Bharat Odisha Team

Published : Apr 27, 2024, 5:21 PM IST

Congress Ticket Conflict: ଟିକଟ କାଟିଲା ପରେ ମୋହନ କୁମାର ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ, କଂଗ୍ରେସର ନ୍ୟାୟ ଯାତ୍ରା ଉପରେ ପ୍ରଶ୍ନ ଉଠାଇବା ସହ ଦଳ ଉପରେ ବର୍ଷିଛନ୍ତି ।

Congress Ticket Conflict
Congress Ticket Conflict
କଂଗ୍ରେସ ଛାଡିଲେ ମୋହନ କୁମାର ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ, ଟିକଟ କଟିବା ନେଇ ଅସନ୍ତୋଷ

ଭୁବନେଶ୍ୱର: ଦୁର୍ବଳ ହେଉଛି କଂଗ୍ରେସ । ହାତ ଛାଡିଲେ ମୋହନ କୁମାର ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ଟିକଟ କଟିଲା ପରେ କ୍ଷୋଭ ପ୍ରକାଶ ସହ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ମୋହନ କୁମାର ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା ନେଇ କୋହଭରା କଣ୍ଠରେ କହିଛନ୍ତି ପତିପତ୍ନୀ । ଏଥିସହ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି । ଏଥିସହ ନ୍ୟାୟ ଯାତ୍ରା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଏନେଇ ଆଜି (ଶନିବାର) ପ୍ରେସମିଟ କରି ମୋହନ କୁମାର ହେମ୍ବ୍ରମ ଓ ଝୁନା ପଟ୍ଟନାୟକ କହିଛନ୍ତି,"ଏଆଇସିସିର ନିଷ୍ପତ୍ତି ଆମକୁ ଲଜ୍ଜିତ କରୁଛି । ପ୍ରଥମେ ଟିକଟ ଦେଇ ଲଢ଼ିବାକୁ ସଂଗଠିତ କରି ଶୁଭେଚ୍ଛା ଦେବା ପରେ ଟିକେଟ କାଟିଦେଉଛି ଦଳ । ଏହା କେବଳ ତାଙ୍କୁ ନୁହେଁ ତାଙ୍କ ସମର୍ଥକଙ୍କୁ ମଧ୍ୟ ଗଭୀର ଆଘାତ ଦେଇଛି । କାରଣ ଦୀର୍ଘଦିନ ଧରି ଦଳର ନୀତି ଆଦର୍ଶ ସହ ରହି ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଛୁ । ହେଲେ ଦଳ ତାଙ୍କର ଗୁରୁତ୍ୱକୁ ବୁଝିଲା ନାହିଁ । ଯେଉଁଥିପାଇଁ ଦଳ ଛାଡିବାକୁ ବାଧ୍ୟ ହେଉଛୁ ।"

ସେ ଆହୁରି କହିଛନ୍ତି," ୨୦୧୯ ତେଲକୋଇ ବିଧାନସଭା ପାଇଁ ମୁଁ ପ୍ରସ୍ତୁତ ହେଉଥିଲି । ସେତେବେଳେ ମଧ୍ୟ ମୋତେ ହଠାତ ଲୋକସଭା ପାଇଁ ଲଢ଼ିବାକୁ କୁହାଯାଇଥିଲା । ସେତେବେଳେ ମଧ୍ୟ ମୁଁ ନିର୍ବାଚନ ଲଢ଼ି 1 ଲକ୍ଷ 28 ହଜାର ପାଖାପାଖି ଭୋଟ ପାଇଥିଲି । ଏବେ 2024ରେ ମଧ୍ୟ ସମାନ ସ୍ଥିତି ହୋଇଛି । ମୁଁ ବିଧାନସଭା ପାଇଁ ପ୍ରସ୍ତୁତ ଥିଲି । ପିସିସି ତରଫରୁ ପୁରୀ ଡକାଯାଇ ବିଧାୟକ ଭାବରେ ଲଢ଼ିବା ପାଇଁ ମୋତେ କୁହାଯାଇଥିଲା । ମୁଁ ଦଳ ନିୟମ ଅନୁଯାୟୀ ୫୦ ହଜାର ଟଙ୍କା ମଧ୍ୟ ପଇଠ କରିଥିଲି । ପୁଣି ମୋତେ ବିଧାୟକ ନୁହେଁ ସାଂସଦ ଭାବରେ ଲଢ଼ିବା ପାଇଁ ନାମ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ମୋର ଟିକେଟ କାଟିଦେଇଥିଲା ଦଳ ।"

ଏହାମଧ୍ୟ ପଢନ୍ତୁ.. ସମ୍ବଲପୁର ଲୋକସଭାରେ ବଦଳିବେ କଂଗ୍ରେସ ପ୍ରାର୍ଥୀ, ଚର୍ଚ୍ଚାରେ ନଗେନ୍ଦ୍ରଙ୍କ ନାଁ ! - Sambalpur Lok Sabha

ସେ ଏନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । ଯଦି ମୋର ଯୋଗ୍ୟତା ନାହିଁ ତେବେ କାହିଁକି ମୋତେ ଟିକେଟ ଦେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ମୋହନ । ଯେଉଁଠାରେ କଂଗ୍ରେସ କର୍ମୀ ହିଁ ନ୍ୟାୟ ପାଉନାହାନ୍ତି ସେଠାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ମୋହନ । ଏହାସହ ସେ କହିଛନ୍ତି ମୋ ଟିକେଟ କାଟିବା ନେଇ ମୁଁ ପିସିସି ସଭାପତିଙ୍କୁ ପଚାରିବାରୁ ସିଏ ମୋତେ କହିଥିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା ଜିଦ କରୁଛନ୍ତି କି ମୋହନକୁ ଟିକଟ ମିଳିଲେ ଆମେ ନିର୍ବାଚନ ଲଢ଼ିବୁ ନାହିଁ । ଏହା କି ପ୍ରକାର ନ୍ୟାୟ । ତେଣୁ ମୁଁ ପିସିସିକୁ ଦେଇଥିବା 50 ହଜାର ଟଙ୍କା ସହ ମୋ ନାଁ ଘୋଷଣା ପରେ ମୁଁ ଖର୍ଚ୍ଚ କରିଥିବା 7 ଲକ୍ଷ ଟଙ୍କା ମୋତେ 48 ଘଣ୍ଟା ମଧ୍ୟରେ ଫେରସ୍ତ ନ କଲେ ମୁଁ ଆଇନଗତ କାଯ୍ୟନୁଷ୍ଠାନ ନେବି ବୋଲି ଚେତାବନୀ ଦେଇଛନ୍ତି ମୋହନ।

ମୋହନଙ୍କ ପତ୍ନୀ ଖୋର୍ଦ୍ଧା ଜିଲ୍ଲାର ମହିଳା ସଭାପତି ଭାବରେ କାଯ୍ୟ କରି ଆସୁଥିଲେ ସେ ମଧ୍ୟ ଦଳର ଅଣଦେଖା ଓ ଭୁଲ ନିଷ୍ପତ୍ତିକୁ ବିରୋଧ କରି ଦଳ ଛାଡିଛନ୍ତି ଓ ଦଳ ପ୍ରତି ମନର କ୍ଷୋଭ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.