ETV Bharat / politics

72 ଘଣ୍ଟାର କଣ୍ଟ ପୂରିଲା; ବିଜେପି କର୍ମୀଙ୍କୁ ଗିରଫ ଦାବିରେ କଂଗ୍ରେସର ବିକ୍ଷୋଭ - CONGRESS PROTEST

author img

By ETV Bharat Odisha Team

Published : Jul 5, 2024, 7:52 PM IST

Congress Protest: କଂଗ୍ରେସ ଭବନ ଉପରେ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ଗିରଫ ପାଇଁ 72 ଘଣ୍ଟାର ମହଲତ ଦେଇଥିଲା କଂଗ୍ରେସ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ଘେରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

Congress Protest
Congress Protest (ETV Bharat Odisha)

ଭୁବନେଶ୍ବର: ସଂସଦରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ନେଇ ଗତ ମଙ୍ଗଳବାର ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଲାଗିଥିଲା ନିଆଁ । ମୁହାଁମୁହିଁ ହୋଇଥିଲେ ଯୁବ ବିଜେପି ଓ କଂଗ୍ରେସ କର୍ମୀ । ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ଭବନ ଉପରକୁ ଏମାନେ ଢେଲା ଓ ଗୋବର ମାଡ଼ କରିଥିବା ଅଭିଯୋଗ ହୋଇଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଓଡ଼ିଶା ପୋଲିସକୁ 3 ଦିନ ସମୟ ଦେଇଥିଲା କଂଗ୍ରେସ । ହେଲେ 3 ଦିନ ପୂରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ଘେରିଛି କଂଗ୍ରେସ ।

Congress Protest (ETV Bharat Odisha)

ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କ ଦ୍ବାରା କଂଗ୍ରେସ ଭବନ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ଉପରକୁ ଟେକା ପଥର ଏବଂ ଗୋବର ମାଡ କରିବାକୁ 72 ଘଣ୍ଟା ବିତିଯାଇଥିଲେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହି ଘଟଣାରେ ଅନେକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଏହି ଘଟଣାରେ ସଂପୃକ୍ତ ବିଜେପି କର୍ମୀଙ୍କୁ ଗିରଫ କରିବାକୁ ପୋଲିସକୁ 72 ଘଣ୍ଟା ମହଲତ ଦେଇଥିଲା କଂଗ୍ରେସ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ବର ପୋଲିସ କମିଶନରେଟର ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଏଥିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଓ ବିଧାୟକ ରମେଶ ଜେନାଙ୍କ ଠାରୁ ଆରମ୍ଭ କରି ମହିଳା କଂଗ୍ରେସ ଅଧ୍ୟକ୍ଷା ମୀନାକ୍ଷୀ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ । କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'କଂଗ୍ରେସ ଭବନ ଉପରେ ଆକ୍ରମଣର ଜବାବ ଦିଆଯିବ'; 3 ଦିନର ମହଲତ ଦେଲା କଂଗ୍ରେସ - BJP Attack on Congress Bhawan

ଏହି ବିକ୍ଷୋଭ ବେଳେ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର ଇଟିଭି ଭାରତକୁ କହିଛନ୍ତି, "ବିଜେପିର ଗୁଣ୍ଡାମାନେ ରାହୁଲ ଗାନ୍ଧୀଙ୍କ ଫଟୋ ଏବଂ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କ ଉପରେ ଯେଉଁଭଳି ଆକ୍ରମଣ କଲେ, ଏମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ତାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ପୋଲିସ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରୁଛି କଂଗ୍ରେସ । ଆମେ ମଧ୍ୟ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଓ କରିଛୁ । ଦାବି କରୁଛୁ ତୁରନ୍ତ ଏଥିରେ ସଂପୃକ୍ତ ଗୁଣ୍ଡାମାନଙ୍କୁ ଗିରଫ କରାଯାଉ । ସେହିଭଳି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "ବିଜେପିର ଗୁଣ୍ଡାମାନଙ୍କ ଯେଭଳି କାର୍ଯ୍ୟ କଲେ, କଂଗ୍ରେସ ଭବନ ଉପରେ ଆକ୍ରମଣ କଲେ, ଏହାଦ୍ବାରା ସେମାନେ ପ୍ରମାଣ କଲେ ଯେ ସେମାନେ ଅହିଂସା ଓ ଶାନ୍ତିକୁ ବିଶ୍ବାସ କରନ୍ତିନି । ରାହୁଲ ଗାନ୍ଧୀ ସଂସଦରେ ସ୍ପଷ୍ଟ ଭାବରେ କହିଛନ୍ତି, କଂଗ୍ରେସ ଅହିଂସାରେ ବିଶ୍ବାସ କରେ । ସେଥିପାଇଁ ଗଣତାନ୍ତ୍ରିକ ଉପାୟରେ ଆଜି ପ୍ରତିବାଦ କରୁଛୁ ।"

ପ୍ରକାଶ ଥାଉ, ସଂସଦରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣକୁ ନେଇ ସାରା ଦେଶରେ ବିଜେପି ହଙ୍ଗାମା କରିଥିଲା । ସେହି କ୍ରମରେ ଓଡ଼ିଶା କଂଗ୍ରେସ ଭବନ ଆଗରେ ଯୁବ ବିଜେପି କର୍ମୀ ଗତ ମଙ୍ଗଳବାର ଏହାର ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ସମୟରେ କଂଗ୍ରେସ ପକ୍ଷରୁ ମଧ୍ୟ ମୋଦିଙ୍କ କୁଶପୁତ୍ତଳିକା ଦାହ ପୂର୍ବକ ବିକ୍ଷୋଭ କରାଯାଉଥିଲା । ଏହି ସମୟରେ ଉଭୟ ଦଳର କର୍ମୀ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଯୁବ ବିଜେପି କର୍ମୀ କଂଗ୍ରେସ ଭବନକୁ ଗୋବର ଓ ଢେଲା ମାଡ଼ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ କଂଗ୍ରେସ କର୍ମୀଙ୍କ ଢେଲା ମାଡ଼ରେ ଏକାଧିକ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମାଷ୍ଟରକ୍ୟାଣ୍ଟିନରେ ରାହୁଲ-ମୋଦି ଝଡ଼କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ, ଏକାଧିକ ଆହତ - BJP and Congress workers Face Off

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.