ETV Bharat / politics

ପ୍ରଗମନ ଆପ୍‌ ଓ ନେତାଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଦିଆଯିବ ଟିକେଟ: ଜୟଦେବ ଜେନା - Pragaman App

Congress may face challenging situation: ଟିକେଟ ବାଣ୍ଟିବା ପାଇଁ ଦିଲ୍ଲୀରେ ଆଜି କଂଗ୍ରେସର ସ୍କ୍ରିନିଂ କମିଟିର ବୈଠକ ବସିଛି । ତେବେ ପ୍ରଗମନ ଆପ୍‌ରେ ଆବେଦନ ସହ ତୃଣମୂଳସ୍ତରରେ ବାସ୍ତବ ସ୍ଥିତିକୁ ପରଖି କଂଗ୍ରେସ ଟିକେଟ୍‌ ଦେବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅଧିକ ପଢ଼ନ୍ତୁ

Congress may face challenging situation
Congress may face challenging situation
author img

By ETV Bharat Odisha Team

Published : Feb 27, 2024, 8:08 PM IST

Congress may face challenging situation

ଭୁବନେଶ୍ବର: ପାଖେଇଲାଣି ନିର୍ବାଚନ । ଟିକେଟ ବାଣ୍ଟିବା ପାଇଁ 3 ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଏହି ରେସ୍‌ରେ କଂଗ୍ରେସ ପାଦେ ଆଗରେ ରହିଛି । ଟିକେଟ କେଉଁ ପ୍ରାର୍ଥୀଙ୍କୁ ଦିଆଯିବ ଏବଂ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ନାହିଁ ଏହା ଚୟନ କରିବା ପାଇଁ ଦିଲ୍ଲୀରେ ଆଜି କଂଗ୍ରେସର ସ୍କ୍ରିନିଂ କମିଟିର ବୈଠକ ବସିଛି । ପିସିସି ସଭାପତି ଦିଲ୍ଲୀ ଗସ୍ତରେ ଯାଇ ଏହି ବୈଠକରେ ଯୋଗ ଦେଉଛନ୍ତି । ତେବେ କଂଗ୍ରେସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍‌ ହେଲା ପ୍ରଗମନ ଆପ୍‌ ମାଧ୍ୟମରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବ ନା ବାସ୍ତବ ସ୍ଥିତିକୁ ପରଖି କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କିଏ ଯୋଗ୍ୟ ତାହାକୁ ଚିନ୍ତା କରି ଟିକେଟ ଦେବ ।

ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବର୍ତ୍ତମାନ କଂଗ୍ରେସ ନିଜକୁ ରିଭାଇବ୍‌ କରିବାକୁ ଚେଷ୍ଟା କରୁଛି । ଅତୀତରେ କଂଗ୍ରେସ ଯେତେବେଳେ ଟିକେଟ ଦେଉଥିଲା ସେତେବେଳେ ଯେଉଁମାନେ ରାଜନୈତିକ ପରିବାରରୁ ଆସିଛନ୍ତି, ନେତା, ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ପିଲାମାନଙ୍କୁ ଟିକେଟ ଦେଉଥିଲା । କିନ୍ତୁ ଏଥର କଂଗ୍ରେସ ନୂଆ ପରମ୍ପରା ଆରମ୍ଭ କରିଛି । ପ୍ରଗମନ ଆପ୍‌ ମାଧ୍ୟମରେ ଟିକେଟ ଆଶାୟୀ ଟିକେଟ ପାଇଁ ଆବେଦନ କରିଛନ୍ତି । ଏହି ପ୍ରଗମନ ଆପରେ ମଧ୍ୟ ଆଉ ଏକ ବ୍ୟବସ୍ଥା ରହିଛି ଯେ ନିଜ ନିଜ ସପକ୍ଷରେ ଶୁଭେଚ୍ଛୁଙ୍କ ସମର୍ଥନ ଯୋଗାଡ କରିପାରିବେ । ଯାହାର ଯେତେ ସମର୍ଥକ ରହିବେ ତାର ଟିକେଟ ପାଇବା ଆଶା ସେତେ ଉଜ୍ବଳ ରହିବ । ଅନ୍ୟପକ୍ଷରେ କିଛି ପୁରୁଖା ନେତା ଅଛନ୍ତି, ଯଥା ଜୟଦେବ ଜେନା, ନିରଞ୍ଜନ ପଚ୍ଚନାୟକ, ଶରତ ରାଉତ, ସେମାନେ କଂଗ୍ରେସର ତୁଙ୍ଗ ନେତା । ବହୁଦିନ ଧରି ପାର୍ଟି ସହିତ ଜଡିତ । ଦଳ ପାଇଁ କାମ କରୁଛନ୍ତି । ତେଣୁ ସେମାନଙ୍କର ଟିକେଟ କ୍ଲେମକୁ ଅଗ୍ରାହ୍ୟ କରିପାରିବେ ନାହିଁ ପାର୍ଟି ସୁପ୍ରିମୋ । ତେଣୁ ପ୍ରଗମନ ଆପ୍‌ ମାଧ୍ୟମରେ ଆସିଥିବା ଆବେଦନକୁ ବିଚାର କରିବେ । କ୍ଲେମ କରୁଥିବା ନେତାଙ୍କ ପାଇଁ ମଧ୍ୟ ଚିନ୍ତା କରିବେ । କଂଗ୍ରେସ ଫାଷ୍ଟ୍‌ ମୁଭର୍‌ ପ୍ରକ୍ରିୟାରେ ରହିଛି । ଦଳୀୟ ସମ୍ବିଧାନ ଅନୁସାରେ କଂଗ୍ରେସ କାମ କରୁଛି ବୋଲି ବାର୍ତ୍ତା ଦେଉଛି କଂଗ୍ରେସ ।" ତେବେ ପ୍ରାର୍ଥୀ ଚୟନ କରିବାରେ ସେମିତି କିଛି ଚ୍ୟାଲେଞ୍ଜ୍‌ ରହିବ ନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା: ଅଜୟ କୁମାର

ଅନ୍ୟପକ୍ଷରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ବାସ୍ତବ ସ୍ଥିତି ଅନୁଧ୍ୟାନ ଏବଂ ପ୍ରଗମନ ଆପ୍‌ ଉଭୟକୁ ବିଚାର କରି ଟିକେଟ ଦେବା ନିଷ୍ପତ୍ତି ନିଆଯିବ । ସେପରି ନକଲେ ଭୁଲ ହୋଇଯିବ । ପ୍ରଥମେ ହେଉଛି ସ୍ଥିତି ଅନୁଧ୍ୟାନ । ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କର ଗ୍ରାଉଣ୍ଡରେ ସ୍ଥିତି କଣ ଅଛି । ତୃଣମୂଳସ୍ତରରେ ସେମାନେ ଲୋକମାନଙ୍କ ସହିତ ଅଛନ୍ତି କି ନାହାନ୍ତି । ଏସବୁର ଅନୁଧ୍ୟାନ କରାଯିବ । ତା ସହିତ କଂଗ୍ରେସକୁ ଚଳଚଞ୍ଚଳ କରିବା ପାଇଁ ପ୍ରଗମନ ଆପ୍‌କୁ ପ୍ରଚଳ କରାଯାଇଛି । ତେଣୁ ପ୍ରଗମନ ଆପକୁ ମଧ୍ୟ ଗୁରୁତ୍ବ ଦିଆଯିବ । ଦୁଇଟା ଯାକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଟିକେଟ୍‌ ଦିଆଯିବ । ଆଶାୟୀମାନେ ତ ଆଶାୟୀ ରହିବେ । କିନ୍ତୁ ବ୍ୟବସ୍ଥାକୁ ଅନୁଧ୍ୟାନ କରି କିଏ ଯୋଗ୍ୟ ତାହା ନିର୍ଦ୍ଧାରଣ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଆଗୁଆ ଟିକେଟ ବଣ୍ଟନ କଂଗ୍ରେସକୁ ସରକାର ଗଠନରେ ସହାୟକ ହେବ: ଜୟଦେବ ଜେନା

ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ଶରତ ରାଉତଙ୍କ ପରି ପୁରୁଖା ନେତା କଂଗ୍ରେସରେ ଅଛନ୍ତି, ଯେଉଁମାନେ ବାରମ୍ବାର ଟିକେଟ ପାଇ ହାରିଛନ୍ତି । ସେମାନେ ଦଳର ଜଣେ ଜଣେ ସୁଦକ୍ଷ କର୍ମୀ ତଥା ନେତା । ସେମାନଙ୍କୁ ଇଗନୋର୍‌ କରିବା ଦଳ ପାଇଁ ସହଜ ହେବ ନାହିଁ । କାରଣ 2024 ନିର୍ବାଚନ ପାଇଁ ସେମାନେ ଜଣେ ଜଣେ କ୍ଲେମାଣ୍ଟ । ଏପରି ସ୍ଥିତିରେ ପ୍ରଗମନ ଆପ୍‌ ମାଧ୍ୟମରେ ଯେଉଁମାନେ ଆବେଦନ କରିଛନ୍ତି, ସେମାନଙ୍କର ମଧ୍ୟ ଆଶା ରହିବ ଟିକେଟ ପାଇବା ପାଇଁ । ଦେଖିବାର କଥା କଂଗ୍ରେସ ସ୍କ୍ରିନିଂ କମିଟି କେଉଁ ଆଧାରରେ ଟିକେଟ ବଣ୍ଟନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.