ETV Bharat / politics

ଆସନ୍ତାକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ - Odisha CEO Undivided Koraput Visit - ODISHA CEO UNDIVIDED KORAPUT VISIT

Odisha CEO Undivided Koraput Visit: ଆଗକୁ ରହିଛି ସାଧାରଣ ନିର୍ବାଚନ । ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

Odisha CEO Undivided Koraput Visit
Odisha CEO Undivided Koraput Visit
author img

By ETV Bharat Odisha Team

Published : Mar 21, 2024, 8:15 PM IST

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଗୁରୁତ୍ବପୂର୍ଣ୍ଣ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଯାଉଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କୋରାପୁଟ ଜିଲ୍ଲାରେ ୪ ଜିଲ୍ଲାର ଜିଲ୍ଲାପାଳ, ଡିଆଇଜି-ସୁନାବେଡ଼ା, ଏସପି ଓ ୧୪ଟି ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସେ ଆଲୋଚନା କରିବେ ।

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ ECIଙ୍କ ବଦଳି ନିର୍ଦ୍ଦେଶ, ବଦଳିବେ ଓଡ଼ିଶାର ୨ ଏସପି ଜଣେ ଜିଲ୍ଲାପାଳ

ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନ ବିଗୁଲ ବାଜିବା ପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲା ଲାଗି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏହାର ସମୀକ୍ଷା ଲାଗି ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଯାଉଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସେ ସମୀକ୍ଷା କରିବେ । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ବପୂର୍ଣ୍ଣ ଗସ୍ତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ (ନିର୍ବାଚନ) ସଂଜୟ କୁମାର ଓ ଅନ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଗସ୍ତରେ ଯାଉଛନ୍ତି ।

ଏହା ବି ପଢନ୍ତୁ- ପ୍ରାଧିକୃତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟରେ ମତଦାନ ବ୍ୟବସ୍ଥା

ଏହା ବି ପଢନ୍ତୁ- ECIଙ୍କୁ ସିରଏଲ ନମ୍ବର ସହ ସବିସ୍ତୃତ ନିର୍ବାଚନୀ ବଣ୍ଡ ତଥ୍ୟ ଦେଲା SBI

ଅବିଭକ୍ତ କୋରାପୁଟ ଜିଲ୍ଲାରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାପାଳ, ଡିଆଇଜି-ସୁନାବେଡ଼ା, ଏସପି ଓ ୧୪ଟି ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବେ । ଏହି ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମତ ଗଣନା କେନ୍ଦ୍ରଗୁଡ଼ିକୁ ମଧ୍ୟ ପରିଦର୍ଶନ କରିବେ । ଆଇନ ଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚାଳନାର ସମସ୍ତ ଦିଗ, ପୋଷ୍ଟାଲ ବାଲାଟ, ନିର୍ବାଚନ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ସେହିପରି ୨୩ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନବରଙ୍ଗପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଠାରେ ମଧ୍ୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.