ETV Bharat / politics

ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବ ବିଜେପି, ୧୦ ହଜାର କାର୍ଯ୍ୟକର୍ତ୍ତା ଶୁଣିବେ ମନ କି ବାତ୍ - BJP Felicitation Program

author img

By ETV Bharat Odisha Team

Published : Jun 28, 2024, 11:05 PM IST

Odisha BJP To Host Mega Felicitation Program: ଚଳିତ ନିର୍ବାଚନରେ ବାଜିମାତ କରିଥିବା ବିଜେପିର ସମସ୍ତ ଜନ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଅଧିକ ପଢ଼ନ୍ତୁ

BJP FELICITATION PROGRAM
BJP FELICITATION PROGRAM (ETV Bharat Odisha)

ଭୁବନେଶ୍ବର: ଆସନ୍ତା ୩୦ତାରିଖରେ ଆୟୋଜିତ ହେବ ରାଜ୍ୟ ବିଜେପିର ସମ୍ବର୍ଦ୍ଧନା ଉତ୍ସବ । ଯେଉଁଥିରେ ବିଜେପି ସରକାରର ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ବିଜେପି ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ବି ଉପସ୍ଥିତ ରହିବେ । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନକୀ ବାତ୍‌ର ବିଶେଷ କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ।

ତେବେ ବିରଞ୍ଚି ନାରାୟଣ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଜନସାଧାରଙ୍କ ଆଶୀର୍ବାଦ ଓ ଭଲ ପାଇବାରୁ ବିଜେପି ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବାସୀଙ୍କ ସେବା କରିବାର ସୁଯୋଗ ପାଇଛି । ଓଡ଼ିଶାରେ ମଧ୍ୟ ଦୀର୍ଘଦିନ ଧରି ଶାସନ ବ୍ୟବସ୍ଥାର ପରିବର୍ତ୍ତନ ଘଟିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରୁ ବିଜେପି ସେବା କରିବାର ସୁଯୋଗ ପାଇଛି । ଓଡିଶାବାସୀ ଭରପୁର ସମର୍ଥନ ଦେଇଛନ୍ତି । 21ରୁ 20 ସାଂସଦ ଓ 78 ବିଧାୟକ ଓ 3 ଜଣ ସହଯୋଗୀ ସଦସ୍ୟ ଅର୍ଥାତ 81 ଜଣ ବିଧାୟକ ଜିତିଛନ୍ତି । ତେଣୁ ଆସନ୍ତା ୩୦ ତାରିଖ ରବିବାର 11ରେ ବିଜେପି ପକ୍ଷରୁ ସମସ୍ତ ନବନିର୍ବାଚି ସାଂସଦ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ, ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଏହି ବିଶାଳ ସମ୍ବର୍ଦ୍ଧନା ସମାବେଶ । ବିଜେପିର ୧୦ ହଜାର କର୍ମକର୍ତ୍ତା ଏଥିରେ ସାମିଲ ହେବେ । ବିଜେପିର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ଜିଲ୍ଲାର ପଦାଧିକାରୀ ଓ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ପ୍ରମୁଖ ଯୋଗଦେବେ । ରାଷ୍ଟ୍ରୀୟ ଓ ରାଜ୍ୟ ସଦସ୍ୟ ମଧ୍ୟ ରହିବେ । ଜିଲ୍ଲାର, ରାଜ୍ୟ ଓ କେନ୍ଦ୍ରର ମୋର୍ଚ୍ଚା ଦାୟିତ୍ବ ନେଇଥିବା ଓଡିଶାର ସଦସ୍ୟ ଉପସ୍ଥିତ ହେବ । ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ରହିବେ । ୧୦ ହଜାର ସଂଖ୍ୟାରେ କାର୍ଯ୍ୟକାର୍ତ୍ତାଙ୍କ ଉପସ୍ଥତିରେ ନିର୍ବାଚିତ ହୋଇଥିବା ସମସ୍ତ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଦଳ ପକ୍ଷରୁ ଦିଆଯିବାକୁ ଥିବା ବେଳେ ଏହା ସବୁଠାରୁ ବଡ଼ ସମ୍ବର୍ଦ୍ଧନା ଉତ୍ସବ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ସରକାର ପରେ BMCର ପ୍ରଥମ ବୈଠକ, ହଟଗୋଳ କରି ଗୃହତ୍ୟାଗ କଲେ ବିଜେଡି କର୍ପୋରେଟର - BMC Corporation Meeting

ଏହି ବଡ ସମ୍ବର୍ଦ୍ଧନାରେ ତୃତୀୟ ଥର ନରେନ୍ଦ୍ର ମୋଦିଙ୍କ ସରକାର ହେବା ପରେ ମନ କି ବାତ୍‌ କାର୍ଯ୍ୟକ୍ରମ ହେବ । ସେହିଦିନ ସାମୁହିକ ଭାବରେ 10 ହଜାର କର୍ମକର୍ତ୍ତାଙ୍କ ସହ ଲୋକମାନେ ବସି ମନ କି ବାତ୍‌ ଶୁଣିବେ । ତେଣୁ ଖାଲି ନେତା କର୍ମୀ ଓ କାର୍ଯ୍ୟକର୍ତ୍ତା ନୁହଁନ୍ତି ବରଂ ସ୍ଥାନୀୟ ସାଧାରଣ ଲୋକଙ୍କୁ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବା ପାଇଁ ବିଜେପି ଆମନ୍ତ୍ରଣ କରୁଛି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.