ETV Bharat / politics

'ରାହୁଲ ଗାନ୍ଧୀ କ'ଣ କୁହନ୍ତି ବୁଝିପାରନ୍ତି ନାହିଁ'; ସଂସଦରେ ରାହୁଲ ଗାନ୍ଧୀଙ୍କ ବୟାନକୁ ରାଜ୍ୟ ବିଜେପିର ନିନ୍ଦା - BJP Press Meet

author img

By ETV Bharat Odisha Team

Published : Jul 2, 2024, 11:04 PM IST

BJP Press Meet: ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନିନ୍ଦା କଲା ରାଜ୍ୟ ବିଜେପି । ମନମୋହନ କହିଲେ ମାନସିକ ଭାରସାମ୍ୟ ହରାଇଛନ୍ତି ରାହୁଲ । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet (ETV Bharat Odisha)

ଭୁବନେଶ୍ବର: ସଂସଦରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସାରା ଦେଶରେ ଜାରି ରହିଛି ଚର୍ଚ୍ଚା ଓ ଆଲୋଚନା । ତାଙ୍କର ଏଭଳି ଭାଷଣକୁ ବହୁ ବିରୋଧୀ ଦଳର ନେତା ପ୍ରଶଂସା କରୁଥିବାବେଳେ ବିଜେପି କିନ୍ତୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି । ଏହି କ୍ରମରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରେସମିଟ୍‌ କରି କଂଗ୍ରେସ ଓ ରାହୁଲଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ମାନସିକ ଭାରସାମ୍ୟ ହରାଇ ବସିଛି ବୋଲି କହିବା ସହ ରାହୁଲ ଗାନ୍ଧୀ କଣ କୁହନ୍ତି, ନିଜେ ବୁଝିପାରନ୍ତି ନାହିଁ ବୋଲି କହିଛନ୍ତି । ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ କୁହାଯିବାକୁ ନିନ୍ଦା କରୁଛି ରାଜ୍ୟ ବିଜେପି ।

BJP Press Meet (ETV Bharat Odisha)

ମନମୋହନ କହିଛନ୍ତି, "କଂଗ୍ରେସ ୫୬ ବର୍ଷ ସରକାର କରିଛି, ବିରୋଧୀ ଦଳ ଭୂମିକାରେ ବସିବା ଅଭ୍ୟାସ ନାହିଁ । ତେଣୁ ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ରାହୁଲ ଗାନ୍ଧୀ । ସେ କ'ଣ କୁହନ୍ତି, ଜାଣି ପାରନ୍ତି ନାହିଁ । ଶେଷରେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ କହିବା ସହ ଯେଉଁ ଚର୍ଚ୍ଚା କରିଛନ୍ତି, ଆମେ ତାହାର ନିନ୍ଦା କରୁଛୁ । ଲୋକସଭାର ଗାରିମାକୁ ନଷ୍ଟ କରିଛନ୍ତି । ଏହା ତାଙ୍କ ଅଧିକାର ନୁହେଁ । ହିନ୍ଦୁତ୍ବ ଏକ ଜୀବନ ଧାରା ବୋଲି ସୁପ୍ରିକୋର୍ଟଙ୍କ କହିଛନ୍ତି । ଭାରତକୁ ହିନ୍ଦୁସ୍ତାନ ବୋଲି କୁହାଯାଏ । ଆମେ ଅଖଣ୍ଡ ଭାରତର ସ୍ବପ୍ନ ଦେଖୁଥିବା ଲୋକ । ନେତାଜୀ ଅଖଣ୍ଡ ଭାରତ ପାଇଁ ଲଢୁଥିଲେ । ହିନ୍ଦୁମାନେ ଯଦି ହିଂସାବାଦୀ ଓ ମିଥ୍ୟାବାଦୀ ତାହେଲେ ରାହୁଲ ଗାନ୍ଧୀ ବି ସେଥିରୁ ବଞ୍ଚିବେ କେମିତି ? କାରଣ ସେ ବି ଜଣେ ହିନ୍ଦୁ । ଏହା 140 କୋଟି ଭାରତବାସୀଙ୍କୁ କଷ୍ଟ ଦେଇଛି । ଯିଏ ନିଜ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଇପାରନ୍ତିନି, ତାଙ୍କଠୁ କିଛି ଅଧିକ ଆଶା କରାଯାଇ ପାରେନା ।"

ସେ ଆହୁରି କହିଛନ୍ତି, "ଆମେ ଚାହୁଁ ଭଲ ଗଣତାନ୍ତ୍ରିକ ଶାସନ ଚାଲୁ । ଗତକାଲି ଲୋକସଭାରେ ଯେଉଁ ଘଟଣା ଘଟିଲା ଓ ରାହୁଲ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଲେ, ତାହା ସାରା ଦେଶ ପାଇଁ ଅପମାନଜନକ, ଏହା ସମସ୍ତଙ୍କୁ ଆଘାତ କରିଛି । ଦାୟିତ୍ବବାନ ରାଜନୈତିକ ଦଳ ଭାବେ ଏହି ପ୍ରସଙ୍ଗକୁ ସର୍ବସମ୍ମୁଖରେ ଏହାକୁ ପ୍ରକାଶ ନକରିଲେ ଅଖଣ୍ଡ ଭାରତର ଅସ୍ମିତା ରହିବ ନାହିଁ । କଂଗ୍ରେସ ନିଜ ସ୍ବାର୍ଥ ପାଇଁ ଦେଶକୁ ତୁଚ୍ଛ କରିଦେଇପାରେ, ଆମ ଦଳ ପାଇଁ ଦେଶ ପ୍ରଥମେ, ସ୍ବାର୍ଥ ପଛରେ । କଂଗ୍ରେସ ନିଜ ଶିଷ୍ଟାଚାର ଭୁଲିଛି । ସେଥିପାଇଁ ଓଡ଼ିଶାରେ କଂଗ୍ରେସ ଅସ୍ଥିତ୍ଵ ହରାଇଛି । କଂଗ୍ରେସ ଆତ୍ମସମୀକ୍ଷା କରିବା ଆବଶ୍ୟକ ରହିଛି । ରାହୁଲ ଗାନ୍ଧୀ ଚୀନ ଓ ପାକିସ୍ତାନକୁ ପ୍ରଶଂସା କରନ୍ତି । ତାଙ୍କୁ ଯେତେ ନିନ୍ଦା କଲେ କମ ହେବ । କଂଗ୍ରେସ ନିଜର ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ । ବରିଷ୍ଠ ନେତାମାନେ ରାହୁଲ ଗାନ୍ଧୀଙ୍କୁ ବୁଝାଇବା ଦରକାର ।

ଏହା ମଧ୍ୟ ପଢ଼ନ୍ତୁ...ମାଷ୍ଟରକ୍ୟାଣ୍ଟିନରେ ରାହୁଲ-ମୋଦି ଝଡ଼କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ, ଏକାଧିକ ଆହତ - BJP and Congress workers Face Off

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.