ETV Bharat / politics

ଆଜିଠାରୁ ବିଧାନସଭା, ଶପଥ ନେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ନବନିର୍ବାଚିତ ବିଧାୟକ - Odisha Assembly Special Session

author img

By ETV Bharat Odisha Team

Published : Jun 18, 2024, 9:08 PM IST

Odisha Assembly Special Session: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଆଜି ଏବଂ ଆସନ୍ତାକାଲି ଜାରି ରହିବ ବିଧାୟକ ମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଉଛନ୍ତି ଶପଥ ପାଠ । ଅଧିକ ପଢନ୍ତୁ

Odisha Assembly Special Session
Odisha Assembly Special Session (ETV Bharat Odisha)

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେସନ । ବିଧାନସଭାରେ ଆଜି ଶପଥ ପାଠ କରିଛନ୍ତି ନବନିର୍ବାଚିତ ବିଧାୟକ । ବିଧାୟକଙ୍କୁ ଶପଥ ପାଠ କରାଉଛନ୍ତି ପ୍ରୋଟେମ ସ୍ପିକର ବା କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଶପଥ ନେଇଛନ୍ତି ।

ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି । ସେହିପରି ଜଣଙ୍କ ପରେ ଜଣେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି । ଆସନ୍ତାକାଲି ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି । ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବା ଲାଗି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା । ବିଧାୟକଙ୍କୁ ଶପଥ ପାଠ କରାଇବା ଲାଗି ପ୍ରୋଟେମ ସ୍ପିକର ବା କାମଚଳା ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ନିଷ୍ପତ୍ତି ଅନୁସାରେ ଆଜି ଓ ଆସନ୍ତାକାଲି ବିଧାୟକ ମାନଙ୍କୁ ଶପଥ ପାଠ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ନିଷ୍ପତ୍ତି ଅନୁସାରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିଧାନସଭା ପକ୍ଷରୁ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ଆଜିଠୁ ବିଧାନସଭା ଅଧିବେଶନ: ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ, ବଛାଯିବେ ବାଚସ୍ପତି - ODISHA ASSEMBLY SESSION TODAY

ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଭିନ୍ନ ଦଳର ବିଧାୟକ ବିଧାନସଭାରେ ପହଁଚିଥିଲେ । ବିଧାନସଭା ଗୃହକୁ ପ୍ରବେଶ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ବିଧାୟକ ଭାବେ ଶପଥ ପାଠ କରିଛନ୍ତି ।

ପରବର୍ତ୍ତୀ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଶପଥ ନେଇଛନ୍ତି । ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି । ସେହିପରି ନିର୍ବାଚିତ ବିଧାୟକ ଜଣଙ୍କ ପରେ ଜଣେ ପ୍ରାୟ ଶତାଧିକ ବିଧାୟକ ଶପଥ ନେଇଛନ୍ତି । ଯେଉଁ ବିଧାୟକମାନେ ଅନୁପସ୍ଥିତ ଅଛନ୍ତି, ସେମାନେ ଆସନ୍ତାକାଲି ବିଧାନସଭାରେ ଶପଥ ନେବେ । ଆଜି ସନ୍ଧ୍ୟା ୫ ଟା ଯାଏଁ ଶପଥ ପାଠ କାର୍ଯ୍ୟକ୍ରମ ଚାଲିବ ଓ ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.