ETV Bharat / politics

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗିରଫ ପ୍ରସଙ୍ଗ; ମୁହାଁମୁହିଁ ଶାସକ ବିରୋଧୀ - BJD BJP Face off Over Naveen Arrest - BJD BJP FACE OFF OVER NAVEEN ARREST

BJD BJP Face off Over Naveen Arrest Demand: ବିଧାନସଭାରେ ପୁଣି ଉଠିଲା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି ପ୍ରସଙ୍ଗ । ଶୂନ୍ୟକାଳରେ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ଦଳର ନେତା । ଅଧିକ ପଢନ୍ତୁ

BJD BJP Face off Over Naveen Arrest Demand
BJD BJP Face off Over Naveen Arrest Demand (ETV Bharat Odisha)
author img

By ETV Bharat Odisha Team

Published : Jul 25, 2024, 4:18 PM IST

ଭୁବନେଶ୍ବର: ସପ୍ତଦଶ ବିଧାନସଭା ଅଧିବେଶନର ଆଜି ଚତୁର୍ଥ ଦିନ । ପୁଣି ଗୃହରେ ଉଠିଲା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି । ବଜେଟ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ନବୀନଙ୍କୁ ଗିରଫ ନେଇ ଦାବି ହେଉଥିବା ବେଳେ ଏନେଇ ଆଜି ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

ନବୀନ ପଟ୍ଟନାୟକ ଗିରଫ ପ୍ରସଙ୍ଗ; ମୁହାଁମୁହିଁ ଶାସକ ବିରୋଧୀ (ETV Bharat Odisha)

ସୋମବାର ବଜେଟ ଅଧିବେଶନ ଆରମ୍ଭ ପରେ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଏହି ସମୟରେ ASOଙ୍କୁ ରାଜ୍ୟପାଳଙ୍କ ମାଡ଼ ମାରିବା ପ୍ରସଙ୍ଗ ଉଠିଥିଲା । କାହିଁକି ଏଯାଏଁ ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଇନାହିଁ ବୋଲି ନବୀନ ପ୍ରଶ୍ନ କରିବା ସହ ସେ ଓ ତାଙ୍କ ଦଳ କକ୍ଷତ୍ୟାଗ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ନବୀନଙ୍କୁ ଗିରଫ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି ।

'ଯଦି ସାହସ ଅଛି, ଗିରଫ କର'

ଗୃହ ବାହାରେ ଏନେଇ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ସହ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଏହି ସମୟରେ ସାରା ଭାରତ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରନ୍ତି । ତାଙ୍କ ଅମାୟିକ ବ୍ୟକ୍ତିତ୍ବ, ଭଦ୍ରତା ଭାରତର ରାଜନୈତିକ ଇତିହାସରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଧାନସଭା ଗୃହରେ ଯେଉଁ ବହି ପ୍ରାକ୍ଟିସ ଆଣ୍ଡ ପ୍ରୋସିଜ୍ୟୁଅରରୁ ନେଇ ଗିରଫ କୁହାଗଲା, ସେଠି କେଉଁଠି ଵି ଗିରଫ ଶବ୍ଦ ଲେଖାଯାଇନାହିଁ । ଆମର ଦାବି ଥିଲା ଯେ ଏପରି ଶବ୍ଦକୁ ବିଧାନସଭା ବିବରଣୀରେ ସ୍ଥାନ ଦେଇ ଭବିଷ୍ୟତ ପାଇଁ ଭୁଲ ଉଦାହରଣ ସୃଷ୍ଟି ନ କରାଯାଉ । ତେଣୁ ଏହାକୁ ବିବରଣୀରୁ ବାଦ ଦିଆଯାଉ । ସେମାନେ ଉତ୍ସାହିତ ହୋଇ କହି ଦେଇଛନ୍ତି ଅସ୍ମିତାର ମୋହରେ । ନ ହେଲେ ଯଦି ସାହସ ଅଛି, ଗିରଫ କର । ଯଦି ସେ ଅନଭିଜ୍ଞତାରୁ ଗିରଫ ଶବ୍ଦ କହିଛନ୍ତି, ତେବେ ଏହାକୁ ବାଦ ଦିଆଯାଉ ଏବଂ ସେ ଦୁଃଖ ପ୍ରକାଶ କରନ୍ତୁ ।"

'ରାଜରାସ୍ତାଜୁ ଓହ୍ଲାଇବ ବିଜେଡି'

ସେହିପରି ଗିରଫ ଶବ୍ଦ ନେଇ ଶାସକ ଦଳକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, "ରାଜ୍ୟ ସରକାରଙ୍କ କୌଣସି ପ୍ରସଙ୍ଗରେ ଜ୍ଞାନ ନାହିଁ । ସେ ଭଲ ସେ ପଢ଼ନ୍ତୁ । କୌଣସି ସ୍ଥାନରେ ଲେଖା ହୋଇନି ଗିରଫଦାରୀ କଥା । ଯଦି ଗିରଫ କଥା ଉଠୁଛି, ତେବେ ଆଗ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ଗିରଫ ହେବା କଥା । କାରଣ ତତ୍କାଳୀନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣକୁ ସେ ବିରୋଧ କରିଥିଲେ । ବିଜେପି ଏଥିରୁ କ୍ଷାନ୍ତ ନ ରହିଲେ, ରାଜରାସ୍ତାରେ ଆନ୍ଦୋଳନ କରିବ ବିଜେଡି ।"

'କ୍ଷମତା ଯିବା ପରେ ଅସହିଷ୍ଣୁ ହୋଇପଡ଼ିଛି ବିଜେଡି'

ସେପଟେ ଏନେଇ ଶାସକ ଦଳର ବିଧାୟକ ଈରାଶିଷ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, "କ୍ଷମତା ଯିବା ପରେ ବିଜେଡି ଅସହିଷ୍ଣୁ ହୋଇଯାଇଛି । ସେମାନେ ଜାଣି ପାରୁନାହାନ୍ତି, କଣ କରୁଛନ୍ତି । ବିଧାନସଭା ନିୟମାବଳୀରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ଯେତେବେଳେ ଅଭିଭାଷଣ ଦେଉଥିବେ, ସେ ସମୟରେ କୌଣସି ନେତା କହିବାର ଅଧିକାର ନାହିଁ । ଏହାସହ ସ୍ପଷ୍ଟ ଉଲ୍ଲେଖ ଅଛି, ଯଦି କୌଣସି ନେତା ସେ ସମୟରେ କହିବେ, କିମ୍ବା ଗୃହରେ ବିଶୃଙ୍ଖଳା କରିବେ, ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବିଜେଡି ଲେଖିକି ଦେଇଛନ୍ତି ଯେ ବିରୋଧୀ ଦଳ ନେତାଙ୍କ ମାଇକ ବନ୍ଦ କରିଦିଆଗଲା । ଏଥିରୁ ସେମାନେ ସ୍ବୀକାର କରୁଛନ୍ତି, ଯେ ବିରୋଧୀ ଦଳ ନେତା ବିଶୃଙ୍ଖଳା କରୁଥିଲେ । ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଆତ୍ମ ଚିନ୍ତନ କରିବାର ସମୟ ଆସିଛି, ସେମାନେ ଭାବନ୍ତୁ, ସେମାନେ ଯାହା କରିଛନ୍ତି ଠିକ୍ କରିଛନ୍ତି କି ? ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ପଏଣ୍ଟ ଅଫ ଅର୍ଡର ଆଣିବାର ନିୟମ ଅଛି କି ? ପୂର୍ବ ସରକାର ସମୟରେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ହଇରାଣ କରାଯାଇଥିଲା । ବିଧାନସଭା ଭିତରେ ଜୟ ନାରାୟଣ ମିଶ୍ରଙ୍କୁ ଅଣସାମ୍ବିଧାନିକ ଶବ୍ଦ କୁହାଯାଇଥିଲା, ତାଙ୍କୁ ପାଗଳ ବୋଲି କୁହାଯାଇଥିଲା । ସେ କଥା ଆଦୌ ଠିକ୍ ନଥିଲା ।"

ପଢନ୍ତୁ ଏ ସମ୍ପର୍କିତ ଅନ୍ୟ କିଛି ଖବର

ବିଧାନସଭା ବଜେଟ ଅଧିବେଶନ: ପୋଲାଭରମ, ରୁଲ-ପ୍ରୋସିଡିଂ ପ୍ରସଙ୍ଗରେ ହୁଲୁସ୍ତୁଲ, ଶାସକ-ବିରୋଧୀ ମୁହାଁମୁହିଁ, ୪ ଯାଏଁ ଗୃହ ମୁଲତବୀ

ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କଲେ ମନ୍ତ୍ରୀ ମହାଲିଙ୍ଗ, ପ୍ରବଳ ବିରୋଧ କଲା ବିଜେଡି

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା; ଗୃହ ହୁଲୁସ୍ତୁଲ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.