ETV Bharat / politics

କିଏ ହେବ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ: ରେସ୍‌ରେ ଚର୍ଚ୍ଚିତ ଚେହେରା, ଜାଣନ୍ତୁ ସିଲେକ୍ସନ ଫର୍ମୁଲା - new Chief Minister of Odisha

author img

By ETV Bharat Odisha Team

Published : Jun 5, 2024, 7:45 PM IST

Odisha CM Race: କିଏ ହେବ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ସେ ନେଇ ଭାରତୀୟ ଜନତା ପାର୍ଟିରେ ଚାଲିଛି ଅଙ୍କକଷା । କାହା ଉପରେ ସୁନାକଳସ ଢାଳିବ ଦଳ । କିଛି ଚର୍ଚ୍ଚିତ ହେଭିୱେଟ ଚେହେରା ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ବେଳେ ଚାଲିଛି ବହୁ କଳ୍ପନା ଜଳ୍ପନା । ପଢନ୍ତୁ ଏହି ରିପୋର୍ଟ

WHO WILL BE THE NEW CHIEF MINISTER OF ODISHA STATE
WHO WILL BE THE NEW CHIEF MINISTER OF ODISHA STATE (ETV Bharat Odisha)

ଭୁବନେଶ୍ବର: ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ? କିଏ ଅଛନ୍ତି ସିଏମ ରେସରେ ଆଗରେ । ବିଜେପି ଅପ୍ରତ୍ୟାଶିତ ବିଜୟ ଲାଭ କରିବା ପରେ କିଏ ସେହି ଓଡିଆ ପୁଅ କିମ୍ବା ଝିଅ, ଯିଏ ରାଜ୍ୟର ସାଢେ 4 କୋଟି ଲୋକଙ୍କ ଭାଗ୍ୟ ବିଧାତା ସାଜିବ । ଜନାଦେଶରେ ଲୋକମାନେ ବିଜେପିକୁ ବିପୁଳ ପରିମାଣରେ ଅବିଶ୍ବସନୀୟ ଭାବେ ଆଶୀର୍ବାଦ ଦେବା ପରେ କିଏ ବସିବେ ସିଏମ ସିଟରେ ? ଏଭଳି ଏନେକ ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରିଥିବା ବେଳେ ବଡ ବଡ ନାଁ ବର୍ତ୍ତମାନ ଚର୍ଚ୍ଚାରେ । ପ୍ରଧାନମନ୍ତ୍ରୀ ମୋଦି ଖୋଦ କିଛି ଦିନ ପୂର୍ବରୁ କହିଥିଲେ ଓଡିଶା ବାସୀଙ୍କ ଦୁଃଖ ବୁଝିବା ପରେ ଜଣେ ଓଡିଆଙ୍କୁ ଆମେ ଜୁନ 10 ତାରିଖରେ ମୁଖ୍ୟମନ୍ତ୍ରୀ କରି ରାଜ୍ୟବାସୀଙ୍କ ସେବା ପାଇଁ ଶପଥ ପାଠ କରାଇବୁ । ବର୍ତ୍ତମାନ ବିଜେପି ରାଜ୍ୟରେ 78 ଆସନରେ ବିଜୟ ହାସଲ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚାରିଆଡେ କଳ୍ପନା ଜଳ୍ପନା ।

ଗତବର୍ଷ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପି ବିଜୟ ପରେ ଭେଟେରାନ ଲିଡରଙ୍କୁ ହଟାଇ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣି ମୁଖ୍ୟମନ୍ତ୍ରୀ କରିଥିଲା । ସେହି ଫର୍ମୁଲାରେ କଣ ଓଡିଶାରେ ଦେଖିବାକୁ ମିଳିବ କି ମୁଖ୍ୟମନ୍ତ୍ରୀ ଚେହେରା ? ତାହା ହେଲେ କିଏ ହେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ? ରେଜଲ୍ଟ ଆସିବାର 24 ଘଣ୍ଟା ପରେ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ କିଏ ଚେହେରା ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି କି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରରେ ଲୋକସଭାରେ ବିଜୟୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ରେସରେ ସବୁଠୁ ଆଗରେ ଥିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭାରୁ ବିଜୟୀ ହୋଇଥିବା ସୁରେଶ ପୂଜାରୀ, ତଥା ସିଏଜି ଗିରିଶ ମୁର୍ମୁଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ ରହିଛି ।

କିଏ ଆଗରେ କିଏ ପଛରେ:

ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରରେ ଲୋକସଭାରେ ବିଜୟୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ରେସରେ ଆଗରେ । ସମ୍ବଲପୁର ମୈଦାନରେ ବିଜେଡି ହେଭିଓ୍ବେଟ ପ୍ରଣବ ପ୍ରକାଶ ଦାସଙ୍କୁ ଏକ ଲକ୍ଷ 19 ହଜାର 836 ଖଣ୍ଡ ଭୋଟରେ ପରାଜିତ କରିଥିବା ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର । କାରଣ ରାଜ୍ୟ ବିଜେପିର ସବୁଠୁ ବଡ ଚେହେରା ହେଲେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦା ଟାର୍ଗେଟ କରୁଥିବା ବେଳେ ବିଜେଡି ମଧ୍ୟ ସର୍ବଦା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରୁଥିଲା । ଏପରେ ବିଜୟ ପରେ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ଧର୍ମେନ୍ଦ୍ର । ଯାହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।

ଗିରିଶ ମୁର୍ମୁ: ସିଏଜି ଗିରିଶ ମୁର୍ମୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି । ଜଣେ ଓଡିଆ ତଥା ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ମୁର୍ମୁ । ସେ ପୂର୍ବରୁ ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଉପରାଜ୍ୟପାଳ ରହିସାରିଛନ୍ତି । ଏହା ସହିତ ସେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ଜଣେ ଆଇଏଏସ୍ ଅଫିସର ଭାବେ ସେ ମୋଦିଙ୍କ ଖାସ ଥିଲେ ।

ପ୍ରତାପ ଷଡଙ୍ଗୀ: ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ‘ଓଡିଶାର ମୋଦି’ । 2019 ନିର୍ବାଚନରେ ବାଲେଶ୍ବରରୁ ଲୋକସଭା ଆସନରେ ବିଜୟୀ ହେବା ପରେ ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ନନା ତଥା ସାଂସଦ ପ୍ରତାପ ଷଡଙ୍ଗୀ । ସେତେବେଳେ ମଧ୍ୟ ମୋଦି ସରକାରରେ ମନ୍ତ୍ରୀ ହୋଇଥିଲେ ନନା । ତେବେ ବର୍ତ୍ତମାନ ନନା ଓଡିଶାର ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ବାଲେଶ୍ୱରରେ ଏଥର ଏକ ଲକ୍ଷ 47 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ପ୍ରତାପ ଷଡଙ୍ଗୀ ରାଜ୍ୟରେ ଜଣେ ଲୋକପ୍ରିୟ ନେତା । ବିଜେପିର ବିଭିନ୍ନ ସାଂଗଠନିକ କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି ।

ବୈଜୟନ୍ତ ପଣ୍ଡା: ରାଜ୍ୟର ଅନ୍ୟତନ ହେଭିୱେଟ ନେତା ତଥା ତିନି ତିନି ଥରର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି । ସେ ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପସଭାପତି ରହିଥିବା ବେଳେ ପୁଣି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ସୁରେଶ ପୂଜାରୀ: ପୂର୍ବତନ ବରଗଡ ସାଂସଦ ତଥା ବର୍ତ୍ତମାନର ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ରେସରେ । 26789 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିବା ସୁରେଶ ପୂଜାରୀ ବିଜେପିରେ ଜଣେ ଶୃଙ୍ଖଳିତ ଏବଂ ଲୋକପ୍ରିୟ ନେତା ।

ଏହା ମଧ୍ୟ ପଢନ୍ତୁୁ.......40 ବର୍ଷର ସଂଘର୍ଷ; ଦିନେ ଥିଲେ ଜଣେ ବିଧାୟକ, ଆଜି ‘ବିଜେଡି ଦୁର୍ଗ’ ଭାଙ୍ଗି ଗଢିଲେ ସରକାର - Odisha Election Results 2024

କେମିତି ବଛା ଯାଏ ମୁଖ୍ୟମନ୍ତ୍ରୀ, କଣ ରହିଛି ସିଲେକ୍ସନ ଫର୍ମୁଲା ?

ବିଜେପି ନିକଟ ଅତୀତରେ ଏକାଧିକ ବିଧାନସଭା ନିର୍ବାଚନରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢି ବିଜୟ ଲାଭ କରିବା ପରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ନଜିର ରହିଛି । ଏହି ଫର୍ମୁଲାରେ ମଧ୍ୟ ଓଡିଶାରେ ଲଢି ବିଜୟୀ ହୋଇଛି ଦଳ । ତେବେ ବିଜେପିରେ ନିକେଟ ବାଣ୍ଟିବା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କିମ୍ବା ଦଳୀୟ ପଦ ପଦବୀ ପାଇଁ ସମସ୍ତ ନିଷ୍ପତ୍ତି ଦଳର ପାର୍ଲାମେଣ୍ଟ ପାର୍ଟି ନିଅନ୍ତି । ତେଣୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ମଧ୍ୟ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବେ ବୋଲି ଆଜି ବିଜୟ ପ୍ରତିକ୍ରିୟାରେ କହିଛନ୍ତି ଦଳର ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହିବା ଅନୁସାରେ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ । ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.