ETV Bharat / politics

ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଭିନ୍ନ ହେବାର ଥିଲା: ସୌମ୍ୟ - Soumya Patnaik rise qustion over same symbol

author img

By ETV Bharat Odisha Team

Published : Jun 6, 2024, 1:08 PM IST

Independent candidate soumya patnaik over election symbol: ପରାଜୟ ପାଇଁ ଚିହ୍ନକୁ ଦାୟୀ କଲେ ସୌମ୍ୟ । ଘଷିପୁରାରେ ସ୍ବଚ୍ଛ ନିର୍ବାଚନ ନେଇ କଲେ ଖୁସି ବ୍ୟକ୍ତ । ନିର୍ବାଚନ କମିଶନଙ୍କ ନିକଟରେ ରଖିବେ ଏହି ପରାମର୍ଶ । ଅଧିକ ପଢନ୍ତୁ

ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଭିନ୍ନ ହେବାର ଥିଲା : ସୌମ୍ୟ
ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଭିନ୍ନ ହେବାର ଥିଲା : ସୌମ୍ୟ (ETV Bharat Odisha)

ଭୁବନେଶ୍ବର: ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଅଳ୍ପ ବ୍ୟବଧାନରେ ହାରିଛନ୍ତି ଚର୍ଚ୍ଚିତ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ତେବେ ଏହି ନିର୍ବାଚନ ତାଙ୍କ ଲାଗି ଶିକ୍ଷଣୀୟ ବୋଲି ସେ କହିଛନ୍ତି ସୌମ୍ୟ । ବୁଥ କ୍ୟାପିଚରିଂ, ହିଂସାକାଣ୍ଡ ବିନା ନିର୍ବାଚନ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଅଲଗା ଅଲଗା କରିବାକୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଭିନ୍ନ ହେବାର ଥିଲା (ETV Bharat Odisha)

ସୌମ୍ୟ କହିଛନ୍ତି, ‘‘ପ୍ରତି ନିର୍ବାଚନ ଶିକ୍ଷଣୀୟ ହେଇଥାଏ । କିଛି ନା କିଛି ଆମକୁ ଶିଖିବାକୁ ମିଳିଥାଏ । ଯିଏ ପ୍ରତି ନିର୍ବାଚନରୁ କିଛି କିଛି ଶିଖିଥାଏ, ପରବର୍ତ୍ତୀ ନିର୍ବାଚନରେ ତାଙ୍କ ପାଇଁ ଉପଯୋଗୀ ହେଇଥାଏ । ଘଷିପୁରା ନିର୍ବାଚନ ମୋ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ଥିଲା । ତେବେ ଏକ ବିଶେଷ ପରିସ୍ଥିତିରେ ମୁଁ ଘଷିପୁରାରୁ ନିର୍ବାଚନ ଲଢିବାକୁ ଚିନ୍ତା କରିଥିଲି । ସେଠାରେ ମୋ ପରିବାରର ସମ୍ପର୍କ ଥାଇପାରେ । କିନ୍ତୁ ବ୍ୟକ୍ତିଗତ ଭାବେ ମୋର କୌଣସି ସମ୍ପର୍କ ନଥିଲା । ତାହା ପୁଣି ବିନା ଦଳ, ବିନା ସଙ୍ଗଠନ ଏବଂ ବିନା ଅନୁଭବରେ ମୁଁ ନିର୍ବାଚନ ଲଢ଼ିଛି । ଏହାକୁ ଗୋଟେ ପାଖରେ ରଖିଲେ, ଯାହା ମୁଁ ଅନୁଭବ କଲି ତାହା ମୋତେ ଆଶ୍ଚର୍ଯ୍ୟ ଚକିତ କରିଛି ।’’

ଆହୁରି ମଧ୍ୟ ସୌମ୍ୟ କହିଛନ୍ତି, ଘଷିପୁରାରେ ଲୋକେ ଏକ ଭୟର ବାତାବରଣ ମଧ୍ୟରେ ବାସ କରୁଥିଲେ । ଘଷିପୁରା ନିର୍ବାଚନ ମଣ୍ଡଳୀରେ ହିଂସା ରାଜୁତି କରୁଥିଲା । କଥା କଥାକେ ଗୁଣ୍ଡାଗର୍ଦ୍ଦି ଓ ମର୍ଡର କଥା ଉଠୁଥିଲା । ଏପରିକି ରାଜନୈତିକ ହିଂସାକାଣ୍ଡ ସର୍ବାଧିକ କହିଲେ ଅତ୍ୟୁକ୍ତି ହେବନାହିଁ । ଘଷିପୁରାରେ ଯେଉଁମାନେ ପ୍ରତିନିଧିତ୍ୱ କରୁଥିଲେ, ସେଠାରେ ସେମାନଙ୍କ ବିରୋଧରେ ଜନ ଅସନ୍ତୋଷ ଥିଲା । ଏଭଳି ପରିସ୍ଥିତିରେ ଘଷିପୁରା ନିର୍ବାଚନରେ ପ୍ରବେଶ ସେ କରିଥିଲେ । ଘଷିପୁରାକୁ ଅଧିକରୁ ଅଧିକ ଜାଣିବାକୁ ପାଇଲି । ପ୍ରଥମରୁ ସେ ଘଷିପୁରା ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବାକୁ ଲକ୍ଷ୍ୟ ରଖିଥିଲି । ଆଉ ସେଥିରେ ମୁଁ ସଫଳ ହେଇଛି । ଏଥର ବିନା ବୁଥ କ୍ୟାପଚରିଂରେ ଘଷିପୁରାରେ ନିର୍ବାଚନ ହେଇଛି । ବିଗତ ଦିନ ପରି ଧମକେଇ ଭୋଟିଂରୁ ବିରତ ରଖିବା । ବୁଥ କ୍ୟାପିଚର, ହିଂସାକାଣ୍ଡ ଘଟିଲା ନାହିଁ ।ଘଷିପୁରାର ଅନେକ ଲୋକ 25 ବର୍ଷ ପରେ ଭୋଟ ଦେବାର ଅଧିକାର ପାଇଲେ । ସ୍ୱାଧୀନ ହେଲେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 8ରେ ମୋଦିଙ୍କ ଶପଥ ! ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ, ଫୋନରେ କଥା ହେଲେ ବାଇଡେନ୍ - Modi invites world leaders

ସୌମ୍ୟ କହିଛନ୍ତି, ତାଙ୍କର ପ୍ରତିଦ୍ୱନ୍ଦୀ ପୂର୍ବରୁ ବାରମ୍ବାର ନିର୍ବାଚିତ ହୋଇଛନ୍ତି । ଏଥର ମଧ୍ୟ ନିର୍ବାଚିତ ହୋଇଛନ୍ତି । ବୁଥ କ୍ୟାପଚରିଂ ବିନା ସେ ବିଜୟ ଲାଭ କରିଥିବାରୁ ସେ ଅଧିକ ଆନନ୍ଦ ଲାଭ କରିବେ । ଏହା ସହ ନିର୍ବାଚନ କମିଶନଙ୍କୁ ଏକ ଛୋଟିଆ ଅନୁରୋଧ ଓ ପରାମର୍ଶ ଦେବାକୁ ଚାହୁିଛନ୍ତି ସୌମ୍ୟ । ଯେଉେଁଠି ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି ହେଉଛି । ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ବଢିଯାଉଛି । ସ୍ୱାଧୀନ ଭାବେ ଲଢୁଥିବା ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀଙ୍କ ଚି଼ହ୍ନ ସମାନ ହେବା ଉଚିତ ନୁହେଁ । ଉଭୟଙ୍କ ଗୋଟିଏ ଚିହ୍ନ ହେଲେ ଭୋଟରଙ୍କୁ ଭୋଟ ଦେବା ସମୟରେ ଭୁଲ ଭଟକା ହେଇଯାଉଛି । ଗ୍ରାମାଞ୍ଚଳ ଲୋକମାନେ ଅଧିକ ଭାବପ୍ରବଣରେ ଭୁଲ ସ୍ଥାନରେ ଭୋଟ ଦେଇଦେଉଛନ୍ତି । ସେ ମଧ୍ୟ ଏହାର ଶିକାର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.