ETV Bharat / politics

କାହାର ହେବ ପୁରୀ ? ରିପିଟ୍‌ କରିବ ବିଜେପି ନା ନୂଆମୁହଁ ଖୋଜିବେ ଭୋଟର - ପୁରୀ ରାଜନୀତି

Odisha Assembly Election 2024: ପାଖେଇ ଆସୁଛି ସାଧାରଣ ନିର୍ବାଚନ 2024 । ରାଜନୀତି ରଣକ୍ଷେତ୍ରରେ ଲଢ଼ିବାକୁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ସବୁଦଳର ଫୋକସରେ ପୁରୀ ନିର୍ବାଚନ ମଣ୍ଡଳୀ । ଅଧିକ ପଢ଼ନ୍ତୁ

କାହାର ହେବ ପୁରୀ ?
କାହାର ହେବ ପୁରୀ ?
author img

By ETV Bharat Odisha Team

Published : Feb 14, 2024, 10:01 PM IST

କାହାର ହେବ ପୁରୀ ?

ପୁରୀ: ନିର୍ବାଚନ ପୂର୍ବରୁ ପୁରୀ ବିଧାନସଭା ଆସନରେ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଥର ପୁରୀବାସୀଙ୍କ ମନ ଜିଣିବାକୁ ବିଭିନ୍ନ ଦଳ ପ୍ରସ୍ତୁତ କଲେଣି ରଣନୀତି । ଗତ 2019ରେ ପୁରୀ ବିଧାନସଭା ଆସନରେ ପରାଜୟ ବରଣ କରିଥିବା ବିଜେଡି ପୁଣିଥରେ ଏହି ଆସନକୁ ନିଜ କବଜାକୁ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେପଟେ ଏଠାରେ ଗତଥର ବିଜୟୀ ହୋଇଥିବା ବିଜେପି ବିଧାୟକ ମଧ୍ୟ ପୁଣିଥରେ ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଗ୍ରାଣ୍ଡ ଓଲ୍ଡ ପାର୍ଟି ଟିକେଟ୍‌ରୁ ଲଢ଼ିବାକୁ ଏକାଧିକ ଆଶାୟୀ ମୈଦାନ ପ୍ରସ୍ତୁତ କରୁଛନ୍ତି ।

କାହାର ହେବ ପୁରୀ ?
କାହାର ହେବ ପୁରୀ ?

ପୂର୍ବ ନିର୍ବାଚନ ଫଳାଫଳ:

2019 ନିର୍ବାଚନ-ଗତ 2019 ନିର୍ବାଚନରେ ପୁରୀ ବିଧାନସଭା ଆସନରେ ବିଜେଡିକୁ ବିଜେପି ପରାସ୍ତ କରିଥିଲା । ବିଜେପିର ଜୟନ୍ତ ଷଡ଼ଙ୍ଗୀ ବିଜେଡିର ବରିଷ୍ଠ ନେତା ମହେଶ୍ଵର ମହାନ୍ତିଙ୍କୁ 4008 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ 76, 747 ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ହୋଇଥିବା ଦିବଂଗତ ନେତା ସ୍ବର୍ଗତ ମହେଶ୍ଵର ମହାନ୍ତି 72, 739 ପାଇଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅରୋ ପ୍ରସାଦ ମିଶ୍ର କେବଳ 2,934 ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ ।

2014 ନିର୍ବାଚନ- 2014 ନିର୍ବାଚନରେ ବିଜେଡିର ମହେଶ୍ଵର ମହାନ୍ତି କଂଗ୍ରେସର ଉମାବଲ୍ଲଭ ରଥଙ୍କଠାରୁ 34,721 ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ମହେଶ୍ଵର ମହାନ୍ତି 76,760 ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ଟିକେଟ୍‌ରୁ ଲଢ଼ିଥିବା ଉମା ବଲ୍ଲଭ ରଥ 42,039 ଭୋଟ ପାଇଥିଲେ । ସେହିଭଳି ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା 17,560 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

2009 ନିର୍ବାଚନ- ଏହା ପୂର୍ବରୁ 2009 ନିର୍ବାଚନରେ ବିଜେଡିର ମହେଶ୍ଵର ମହାନ୍ତିଙ୍କ ସହିତ ସିଧାସଳଖ ଲଢ଼େଇ ହୋଇଥିଲା ବିଜେପିର । ସେତେବେଳେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଉମାବଲ୍ଲଭ ରଥ । ତେବେ ମହେଶ୍ବର ସେହି ନିର୍ବାଚନରେ ଉମାଙ୍କ ଠାରୁ 13,394 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ବିଜେଡି ପ୍ରାର୍ଥୀ ମହେଶ୍ଵର ମହାନ୍ତି 61328 ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଉମାବଲ୍ଲଭ ରଥ 47,934 ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଉତ୍ତମ କୁମାର ଆଚାର୍ଯ୍ୟ 4,832 ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ ।

କାହାର ହେବ ପୁରୀ ?
କାହାର ହେବ ପୁରୀ ?

ଏହା ମଧ୍ୟ ପଢ଼ନ୍ତୁ...2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବ ଚର୍ଚ୍ଚା: ପୁରୀ ବିଧାନସଭା ଆସନ ପାଇଁ ଏଥର ବିଜେଡିରୁ କିଏ ପ୍ରାର୍ଥୀ ହେବ, ସେନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ପୁରୀକୁ ହେରିଟେଜ ସହର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ପୁରୀକୁ ବିଶେଷ ଦୃଷ୍ଟି ଦେଉଥିବାରୁ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପୁରୀରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି । ଏନେଇ ବରିଷ୍ଠ ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି, "ପୁରୀର ଯେଉଁଭଳି ଭାବରେ ବିକାଶ ହେଉଛି, ପୁରୀବାସୀ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଏଠାରୁ ଲଢ଼ନ୍ତୁ । ସେ 6ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ । ତେଣୁ ସେ ଏଠାରୁ ଲଢ଼ିଲେ ସାରା ଓଡ଼ିଶାକୁ ଭଲ ବାର୍ତ୍ତା ଯିବ ।"

ବିଜେଡି ଲକ୍ଷ୍ୟରେ ମହେଶ୍ବରଙ୍କ ପରିବାର: ପୁରୀ ବିଜେଡିରେ ଥିବା ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବିଜେଡିର ବରିଷ୍ଠ ନେତା ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇ ଦଳ ମ୍ୟାନେଜ କରିଛି । ତେବେ ମହେଶ୍ଵରଙ୍କ ବିୟୋଗ ପରେ ତାଙ୍କ ବଡ଼ ପୁଅ ସୁନୀଲ ମହାନ୍ତିଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିବ ବୋଲି ଏକ ପ୍ରକାର ଚର୍ଚ୍ଚା ଜୋର ଧରିଛି । କେହି କେହି ମହେଶ୍ବରଙ୍କ ପତ୍ନୀ ବିଷ୍ଣୁପ୍ରିୟା ମହାନ୍ତିଙ୍କୁ ବିଜେଡି ଟିକେଟ ଦେବାର ସମ୍ଭାବନା ରହିଥିବା କଥା କହୁଛନ୍ତି । ଭେଟେରାନ ଲିଡର ମହେଶ୍ଵରଙ୍କ ବିୟୋଗ ପରେ ତାଙ୍କ ପୁଅ ବା ପତ୍ନୀଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାସଲ କରି ପୁଣି ପୁରୀ ଆସନକୁ ଦଖଲ କରିବ ବୋଲି ଯୋଜନା ରଖିଛି ବିଜେଡି । ଏନେଇ ମହେଶ୍ବରଙ୍କ ପୁଅ ସୁନୀଲ କହିଛନ୍ତି, "ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ କାର୍ଯ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ଏଠାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଦଳ ଯଦି ମୋତେ ସୁଯୋଗ ଦିଏ ନିଶ୍ଚୟ ମୁଁ ଦାୟିତ୍ଵ ନେଇ ଆଗକୁ ବଢ଼ିବି । ବାପାଙ୍କ ଭଳି ଲୋକଙ୍କ ସୁଖଦୁଃଖରେ ଛିଡ଼ା ହୋଇଛି ଓ ରହିବି ।" ତେଣୁ ଏଥର ନିର୍ବାଚନରେ ପୁରୀ ସଦର ବିଧାନସଭାବାସୀ ତାଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶ୍ଚୟ ଆଶୀର୍ବାଦ ଦେଇ ଜିତାଇବେ ବୋଲି ଟିକେଟ ଆଶାୟୀ ଥିବା ସୁନୀଲ ମହାନ୍ତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରଗରମ ବୀରମିତ୍ରପୁର ରାଜନୀତି, ରିପିଟ୍‌ କରିବ ବିଜେପି ନା ନୂଆମୁହଁ ଖୋଜିବେ ଭୋଟର ?

ପୁଣି ବିଜୟ ନେଇ ବିଜେପିର ଦୃଢ଼ୋକ୍ତି: ସେପଟେ ପୁରୀ ବିଧାୟକ ଥିବା ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ଲୋକେ ବେଶ୍‌ ସଚେତନ ହୋଇ ସାରିଲେଣି । ଆଉ ମିଛ ପ୍ରତିଶ୍ରୁତି, ମଦ, ମାଂସ, ଟଙ୍କା ନେଇ ଭୋଟ ଦେବେନି । 2019 ଭଳି ଚଳିତ ନିର୍ବାଚନରେ ପୁଣି ପୁରୀ ଭୋଟର ପୁରୀ ବିଧାନସଭା ଆସନରେ ବିଜେପିକୁ ବିପୁଳ ବିଜୟ ଦେବେ ।" ଯଦି ଦଳ ତାଙ୍କୁ ପ୍ରାର୍ଥୀ କରେ, ସେ ନିଶ୍ଚିତ ବିଜୟ ହାସଲ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ପୁରୀ ସହରର ବିକାଶ ପାଇଁ ମୋଦି ସରକାର ରେଲୱେ ଷ୍ଟେସନ୍, ରାସ୍ତା, ଏୟାରପୋର୍ଟ ସହିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଅନେକ ଅର୍ଥ ଦେଇଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ବ ଓ ବିକାଶଧାରାକୁ ପୁରୀବାସୀ ସମର୍ଥନ କରି ବିପୁଳ ବିଜୟ ଦେବେ ବୋଲି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ।

ପଛରେ ପଡ଼ିନି କଂଗ୍ରେସ: ପୁରୀ ବିଧାନସଭା ଆସନରେ ସିଧାସଳଖ ଶାସକ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେବ ବୋଲି କୁହାଯାଉଛି । ହେଲେ ପଛରେ ପଡ଼ିନି ଗ୍ରାଣ୍ଡ ଓଲ୍ଡ ପାର୍ଟି କଂଗ୍ରେସ । ଦଳର ବର୍ତ୍ତମାନ ସ୍ଥିତି ଖରାପ ଥିଲେ ମଧ୍ୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ଏକାଧିକ ଆଶାୟୀ ଅଛନ୍ତି । ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ ଏଥର ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ସେ ମୁହଁ ଖୋଲି ନାହାନ୍ତି । ସେପଟେ ଯୁବ କଂଗ୍ରେସ ନେତା ସୁଜିତ ମହାପାତ୍ର ମଧ୍ୟ ପୁରୀ ବିଧାନସଭା ଆସନରୁ ଲଢ଼ିବା ପାଇଁ ଆଶାୟୀ ତାଲିକାରେ ଅଛନ୍ତି । ସେ କହିଛନ୍ତି ,"ଶ୍ରୀମନ୍ଦିର ରତ୍ନଭଣ୍ଡାର ସମେତ ଚାରିଦ୍ବାର ଖୋଲିବା ହେଉଛି ପୁରୀ ତଥା ଓଡ଼ିଶାବାସୀଙ୍କ ଦାବି । ଏହାକୁ କଂଗ୍ରେସ ଉଠାଇଥିଲା । ହେଲେ ସରକାର ଶୁଣିଲେନି । ସହରରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ମୌଳିକ ସମସ୍ୟା ରହିଛି । ବିଜେପି-ବିଜେଡି ମିଳିତ ସରକାରର ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ । ତେଣୁ ଦଳ ଯାହାକୁ ଟିକେଟ୍‌ ଦେବ, ଜନସାଧାରଣ ତାଙ୍କୁ ବିଶ୍ବାସକୁ ଆଣି ଜିତାଇବେ ।" ତେବେ ସେ ମଧ୍ୟ ଟିକେଟ୍‌ ପାଇଲେ ଲଢ଼ିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ।

'ଆଗରେ ଅଛି ବିଜେଡି': ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା, "ପୁରୀ ବିଧାନସଭା ଆସନ ନେଇ ବିଜେଡି ସ୍ଵର୍ଗତ ମହେଶ୍ଵର ମହାନ୍ତିଙ୍କ ପୁଅ ସୁନୀଲ ନହେଲେ ସୁନୀଲଙ୍କ ପତ୍ନୀ ଅବା ମହେଶ୍ଵରଙ୍କ ପତ୍ନୀଙ୍କୁ ଟିକେଟ ଦେଇପାରେ । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପୁରୀରୁ ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।" ତେବେ ଆଗାମୀ ନିର୍ବାଚନରେ ପୁରୀ ଭୋଟର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବାରୁ ଏହାର ଫାଇଦା ଉଠାଇ ବିଜେଡି ପୁଣି ପୁରୀ ଆସନରେ ବିଜୟ ହାସଲ କରିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ରାଜନୀତି ସମୀକ୍ଷକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.