ETV Bharat / politics

ଟିକଟ କଟିବା ପଛରେ ଜିଲ୍ଲାସ୍ତରୀୟ ନେତାଙ୍କ ଷଡ଼ଯନ୍ତ୍ର: ରଘୁନନ୍ଦନ ଦାସ - MLA Raghunandan Das - MLA RAGHUNANDAN DAS

Raghunandan Das Reaction: ବିଜେଡି ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ଭାବେ ଶାରଦା ଜେନାଙ୍କ ନାଁ ଘୋଷଣା କରିବା ପରେ ବିଧାୟକ ତଥା ଆଶାୟୀ ରଘୁନନ୍ଦନ ଦାସ ପ୍ରତିକ୍ରିୟା ରଖିଛନ୍ତି । ଟିକଟ କଟିବା ପଛରେ ଷଡଯନ୍ତ୍ର ରହିଥିବା କହିଛନ୍ତି ରଘୁନନ୍ଦନ । ଅଧିକ ପଢନ୍ତୁ

Raghunandan Das Reaction
Raghunandan Das Reaction
author img

By ETV Bharat Odisha Team

Published : Apr 22, 2024, 7:15 PM IST

Raghunandan Das Reaction

ଭୁବନେଶ୍ୱର: 'ବିଧାୟକ ଭାବେ ଜନସାଧାରଣଙ୍କ ସହ ରହି କାର୍ଯ୍ୟ କରିଛି । ମନ୍ତ୍ରୀ ଭାବେ କାର୍ଯ୍ୟ ବେଳେ ଦୁର୍ନୀତି ମୋତେ ସ୍ପର୍ଶ କରିନାହିଁ । ତେଣୁ ନିର୍ବାଚନ ମଣ୍ଡଳୀରେ ମୋ ବିରୋଧୀ ଲହର ଥିବା ଅନୁଭବ କରୁନାହିଁ । କିଛି ଜିଲ୍ଲାସ୍ତରୀୟ ନେତା ଷଡ଼ଯନ୍ତ୍ର କରି ମୋ ଟିକଟ କାଟିଛନ୍ତି । ସମର୍ଥକ ଓ କର୍ମୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସେ କହିଛନ୍ତି ।' ଏଭଳି କହିଛନ୍ତି ଏରସମା- ବାଲିକୁଦା ଟିକେଟ କଟିବା ପରେ ବିଧାୟକ ରଘୁନନ୍ଦନ ଦାସ ।

ଆଜି(ସୋମବାର) ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଏରସମା- ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଶାରଦା ପ୍ରସାଦ ଜେନାଙ୍କ ନାଁ ଘୋଷଣା କରିଛି ଦଳ । ତେବେ 2019ରେ ଏହି ମଣ୍ଡଳୀରୁ ନିର୍ବାଚନ ଲଢି ଜିତିଥିବା ରଘୁନନ୍ଦନ ଦାସଙ୍କ ଟିକଟ କଟିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରଘୁନନ୍ଦନ ।

ସେ କହିଛନ୍ତି ଯେ, ବହୁ ବିଳମ୍ବରେ ଆଜି ବିଜେଡି ବାଲିକୁଦା - ଏରସମା ପ୍ରାର୍ଥୀ ଘୋଷଣା କରିଛି । ଟିକଟ କଟିଥିବାରୁ ମୁଁ ନିଶ୍ଚିତ ଭାବେ ଦୁଃଖିତ । ଦୀର୍ଘ ସମୟ ଧରି ଦଳ ଟିକଟ ଝୁଲେଇ ରଖିଥିବାରୁ ଲୋକେ ଅଧିକ ସଙ୍କିତ ଅବସ୍ଥାରେ ଥିଲେ । ବାରମ୍ବାର ସେମାନେ ଆମ ସହିତ ଯୋଗଯୋଗ କରିଥିଲେ । ଟିକଟ କାହିଁକି ଘୋଷଣା ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଟିକଟ ଘୋଷଣା ହୋଇଥିବାରୁ ଖୁସି । କିନ୍ତୁ ମୋତେ ଟିକେଟ ମିଳିନଥିବାରୁ ଦୁଃଖିତ ।

ସେ ଆହୁରି ମଧ୍ୟ କହିଛନ୍ତି, "ମୋତେ ଆଜି (ସୋମବାର) ନବୀନ ନିବାସ ଡକାଯାଇଥିଲା । ମୋତେ ନବୀନ ନିବାସରେ କୁହାଗଲା କି ମୋର ଅସୁସ୍ଥତା ସମୟରେ ମୋ ବିରୋଧୀ ଲହର ଅଞ୍ଚଳରେ ବଢିଛି । ତେଣୁ ମୋ ବିଜୟ ସମ୍ଭାବନା ବହୁତ କମ ବୋଲି ସେଠାରେ କୁହାଗଲା । ତେଣୁ ମୋ ଟିକଟ କଟାଗଲା । ମୁଁ ମୋ ପକ୍ଷ ରଖିଲି । ତାହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି । ଅଞ୍ଚଳରେ ସର୍ଭେ ହୋଇଛି ବୋଲି କୁହାଯାଉଛି । ଅଞ୍ଚଳରୁ ଅନେକ ଦାବିଦାର ଟିକେଟ ପାଇଁ ଆବେଦନ କରିଥିଲେ । ଅନେକ ଲୋକ ଭୁବନେଶ୍ୱର ଆସିଥିଲେ । ଟିକଟ ପାଇଁ ଦାବି କରୁଥିଲେ । ମୋ ବିରୋଧୀ ଲହର ଅଞ୍ଚଳରେ ବଢିଥିବା ଦଳ ଅନୁଭବ କରିଥିବ ।"

ଏହାମଧ୍ୟ ପଢନ୍ତୁ.. ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDDATE LIST

ସେ ଏହା ମଧ୍ୟ କହିଛନ୍ତି , "ବାଲିକୁଦା, ଏରସମା ବ୍ଲକ ସଭାପତି, ଗ୍ରାମପଞ୍ଚାୟତ ଅଧ୍ୟକ୍ଷ, 7ରୁ 6 ଜିଲ୍ଲା ପରିଷଦ, 34 ଜଣ ସରପଞ୍ଚ, 37 ଜଣ ସମିତିସଭ୍ୟ, ସମବାୟ ସମିତି ଅଧ୍ୟକ୍ଷ ଆସି ମୋତେ ସମର୍ଥନ ଦେଇଛନ୍ତି । ମୁଁ କୌଣସି ଖରାପ କାର୍ଯ୍ୟ ମୋ ସମୟରେ କରିନାହିଁ । ନିର୍ବାଚନ ମଣ୍ଡଳୀ ଭିତରେ କିମ୍ବା ବାହାରେ ମୋର କୌଣସି ଖରାପ କାର୍ଯ୍ୟ ନାହିଁ । ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମୁଁ ତୁଲାଇଛି । ମନ୍ତ୍ରୀ ଭାବେ ମୋ ବିଭାଗରେ କୌଣସି ଦୁର୍ନୀତି କରିନାହିଁ । ତେଣୁ ବଡ଼ ଧରଣର ମୋ ବିରୋଧୀ ଲହର ଥିବା ମୁଁ ଗ୍ରହଣ କରୁନାହିଁ ।"

ଅନ୍ୟପଟେ ଷଡଯନ୍ତ୍ର ଅଭିଯୋଗ ଆଣିଛନ୍ତି ରଘୁନନ୍ଦନ । ସେ କହିଛନ୍ତି," ମୋତେ ଲାଗୁଛି ଯେ ପ୍ରାୟୋଜିତ ଭାବେ ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି । ଜିଲ୍ଲାସ୍ତରୀୟ କିଛି ନେତା ଏହି ଷଡ଼ଯନ୍ତ୍ର କରିଛନ୍ତି । 20 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମୋ ସହିତ ଥିବା ସମର୍ଥକ, କର୍ମୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବି । କାରଣ ସେମାନେ ମୋତେ ଓ ମୁଁ ଯେଉଁଠି କହିଛି ଭୋଟ ଦେଇଛନ୍ତି । ଦଳ ଯାହାକୁ ଟିକେଟ ଦେଇଛି, ତାଙ୍କୁ ସମର୍ଥନ ଦେବା ମୋର ପ୍ରାଥମିକତା । କିନ୍ତୁ କିଛି ଲୋକଙ୍କ ଭଲପାଇବା ଓ ସମର୍ଥନ ପାଇଁ ମୁଁ ଓ ମୋ ରାଜନୈତିକ ଜୀବନ ବଞ୍ଚିରହିଛି ତେଣୁ ସେମାନଙ୍କ ସହ ପ୍ରଥମେ ଆଲୋଚନା କରିବି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.