ETV Bharat / politics

ପାଟଣାଗଡ଼ରେ ନାମାଙ୍କନ ଭରିଲେ କନକ ବର୍ଦ୍ଧନ ସିଂହ ଦେଓ ଓ ସରୋଜ ମେହେର - Odisha Assembly Election 2024

author img

By ETV Bharat Odisha Team

Published : May 3, 2024, 10:26 PM IST

Odisha Assembly Election 2024: ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ଓ ବିଜେଡି ପ୍ରାର୍ଥୀ ସରୋଜ ମେହେର । ଅଧିକ ପଢ଼ନ୍ତୁ,

Odisha Assembly Election 2024
Odisha Assembly Election 2024 (Etv Bhrat Odisha)

ବଲାଙ୍ଗୀର: ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ତେବେ ଶେଷ ଦିନରେ ଆଜି ପାଟଣାଗଡ଼ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ଓ ବିଜେଡି ପ୍ରାର୍ଥୀ ସରୋଜ ମେହେର ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଦୁଇ ପ୍ରତିଦ୍ବନ୍ଦୀ ଆଜି ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ଶୋଭାଯାତ୍ରାରେ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା ।

ଆଜି ନାମାଙ୍କନ ପତ୍ର ଦାଖଲ ବେଳେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ସହରରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ପରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଯାଇ ସେଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଠକ କହି କଟାକ୍ଷ କରିବା ସହିତ କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କୁ ବାରୋଡ ପ୍ଲେୟାର ବୋଲି କହିଥିଲେ । ଅନ୍ୟପଟେ ସାରା ଦେଶ ଏବେ ଗେରୁଆ ମୟ ହେଉଥିବା ବେଳେ ପାଟଣାଗଡ଼ ମଧ୍ୟ ଗେରୁଆ ମୟ ହେବ ବୋଲି ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ନେଇ ତାଙ୍କ ଦଳର ଲୋକେ ଯେଉଁ ଲାଭ ହେବ ବୋଲି ଭାବୁଛନ୍ତି ତାହା ହେବ ନାହିଁ ବୋଲି ସେ କହିଛନ୍ତି । ଲୋକେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ମିଛ କହି ଶାସନ କରୁଛନ୍ତି । ନିଜେ ପୂର୍ବରୁ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ହେଲେ ଆଜି ସେ ବିଜେପୁର କେତେ ବିକଶିତ ଲୋକ ଜାଣିଛନ୍ତି ବୋଲି ସେ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ସୋଫିଆ ଫିରଦୋସ - Sofia Firdous File Nomination

ସେହିପରି ତାଙ୍କର ପାରମ୍ପରିକ ଅଞ୍ଚଳରୁ ସେ ଦାଦନ ସମସ୍ୟା ହଟାଇ ପାରିଲେ ନାହିଁ ଏବେ କଣ୍ଟାବାଞ୍ଜି ପାଇଁ ସେ କଣ ଅଧିକ କରିବେ ବୋଲି କହିଛନ୍ତି କନକ ବର୍ଦ୍ଧନ । ତେବେ ଲୋକ ସବୁ ସତ ଜାଣିଛନ୍ତି ଏବଂ ଏଥର ବିଜେପିକୁ ହିଁ ସେମାନେ ବାଛିବେ ବୋଲି ସେ କହିଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ସରୋଜ ମେହେର ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କହିଛନ୍ତି ଯେ, ପାଟଣାଗଡ ବିକାଶ ଏତେ ବର୍ଷ ପରେ ତାଙ୍କ ସମୟରେ ହୋଇଛି । ଯେଉଁଥିରେ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ପର୍ଯ୍ୟଟନ ଇତ୍ୟାଦିର ବିକାଶ ହୋଇଛି। ସେହିପରି ଦେବା ଦେବୀ ପୀଠର ମଧ୍ୟ ବିକାଶ ହୋଇଛି। ତେବେ ଲୋକେ ଯାହା ସରକାରଙ୍କ ପାଖରେ ଦାବି କରିଥିଲେ ତାହା ମୁଖ୍ୟମନ୍ତ୍ରୀ ପୂରଣ କରିଥିବାର ସେ କହିଛନ୍ତି । ସେହିପରି ପାଟଣାଗଡ଼ ବାୟପାସ ଠାରୁ ନେଇ ଅନେକ ବିକାଶ କାମ ଆହୁରି ହେବ ଯାହା ପାଇଁ ଟଙ୍କା ଆସି ସାରିଛି ବୋଲି ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସବୁ ବେଳେ ପାଟଣାଗଡ଼ ବିକାଶ ପାଇଁ ତତ୍ପର ଅଛନ୍ତି ଯାହା ଲୋକ ଜାଣିଛନ୍ତି। ତେବେ ଏଠି କୌଣସି ଅନ୍ୟର ଦଳ କାମ ଦେବା ନାହିଁ ଓ ନବୀନ ବ୍ରାଣ୍ଡ କାମ ଦେବା ସହ ବିଜେଡି ବହୁ ମାତ୍ରାରେ ବିଜୟ ହେବ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.