ETV Bharat / politics

ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା: ଦଳ ଅନ୍ୟାୟ କରିଥିବା ଅଭିଯୋଗ, ପଦ୍ମ ଧରିବା ନେଇ ଚର୍ଚ୍ଚା ଜୋର - MLA Simarani Naik quits BJD

MLA Simarani Naik quits BJD: ଶଙ୍ଖ ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଦଳ ତାଙ୍କ ପ୍ରତି ଅନ୍ୟାୟ ଅବିଚାର କରିଥିବାରୁ ବିଜେଡି ଛାଡିଥିବା କହିଲେ ସୀମାରାଣୀ । ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 23, 2024, 1:58 PM IST

MLA Simarani Naik quits BJD
MLA Simarani Naik quits BJD
MLA Simarani Naik quits BJD

ଢେଙ୍କାନାଳ: କାନ୍ଦିଲେ ହିନ୍ଦୋଳ ବିଧାୟିକା ସୀମାରାଣି ନାୟକ । ବିଜେଡି ଦଳରୁ ଇସ୍ତଫା ଦେବା ପରେ ଭାବବିହ୍ୱଳ ହୋଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ସୀମାରାଣୀ ।

ରାଜ୍ୟ ରାଜନୀତିରେ ଏବେ ଦଳବଦଳ ଓ ଇସ୍ତଫା ପର୍ବ ଜୋରଦାର ଚାଲିଛି । ନିର୍ବାଚନ ଯେତେ ପାଖେଇ ଆସୁଛି ଅସନ୍ତୋଷ ନେତାମାନଙ୍କ ଦଳ ପରିବର୍ତ୍ତନ ଓ ଦଳରୁ ଇସ୍ତଫା ଦେବା ସେତେ ଅଧିକ ଦେଖିବାକୁ ମିଳୁଛି । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୀମାରାଣୀଙ୍କ ଟିକଟ କାଟି ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ଅସନ୍ତୋଷ ଜାହିର କରି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଧାୟିକା ।

ଏନେଇ ପ୍ରତିକ୍ରିୟା ଦେଇ ସୀମାରାଣୀ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ୧୦ ବର୍ଷ ତାଙ୍କ ଦଳରେ ସୁଯୋଗ ଦେଇଛନ୍ତି । ତାଙ୍କ ଆଶୀର୍ବାଦରୁ ହିନ୍ଦୋଳବାସୀଙ୍କ ସେବା କରିପାରିଛି । କିନ୍ତୁ ଦଳ ମୋ ପ୍ରତି ଯେଉଁ ଅନ୍ୟାୟ ଅବିଚାର କଲା ସେଥିପାଇଁ ମୁଁ ଦଳରୁ ଇସ୍ତଫା ଦେଉଛି ।" ତେବେ ପ୍ରତିକ୍ରିୟା ଦେବାବେଳେ ସୀମାରାଣୀ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ.. ବିଜେଡି ଛାଡ଼ିଲେ ପୂର୍ବତନ ସମ୍ବଲପୁର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ - Raseswari Panigrahi Quits BJD

ଅନ୍ୟପଟେ ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଜି ନିଜ ସମର୍ଥକଙ୍କ ସହ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି । ସୂଚନା ଥାଉକି, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ରରେ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ସୀମାରଣୀ ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦଳରୁ ହିନ୍ଦୋଳ ବିଧାନସଭା ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ଛିଡା ହୋଇ ବିପୁଳ ଭୋଟ ବ୍ୟବଧାନ ଅର୍ଥାତ୍ ୪୯ହଜାର ୮୫୯ ଭୋଟ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ରେ ମଧ୍ୟ ବିଜେଡି ଦଳରୁ ପ୍ରାର୍ଥୀ ଭାବେ ଛିଡା ହୋଇ ୧୮ହଜାର ୯୬୫ଭୋଟ ବ୍ୟବଧାନରେ ବିଜୟ ଲାଭ କରି ଦ୍ୱିତୀୟ ଥର ପାଇଁ ବିଧାୟିକା ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ତାଙ୍କ ଟିକଟ କରିଥିବାରୁ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି ସୀମାରାଣୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.