ETV Bharat / politics

ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବିଜେପି, CEOଙ୍କୁ ଭେଟିଲା ବିଜେଡି - Violates model code of conduct

author img

By ETV Bharat Odisha Team

Published : Apr 21, 2024, 8:05 PM IST

Violates model code of conduct: ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ଆଣି ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି ।

Violates model code of conduct
Violates model code of conduct

Violates model code of conduct

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜୁ ଜନତା ଦଳ । ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ୪୫ ଡିଗ୍ରୀ ଖରାରେ ପ୍ରଚାର କାର୍ଯ୍ୟରେ ଛୋଟ ଛୋଟ ପିଲାଙ୍କୁ ନିୟୋଜିତ କରିଥିବା ଅଭିଯୋଗ ଆଣିଛି ବିଜେଡି । ତେବେ ବାରମ୍ବାର ବିଜେପି ନେତାମାନେ ଆଦର୍ଶ ଆଚରଣବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ବିଜେଡି ।

ଆଜି(ରବିବାର) ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏନେଇ ବିଜେଡି ସାଂସଦ ସୁଲତା ଦେଓ ପ୍ରତିକ୍ରିୟା ଦେଇ କହିଛନ୍ତି, ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ୪୫ଡିଗ୍ରୀ ଖରାରେ ପ୍ରଚାର କାର୍ଯ୍ୟରେ ଛୋଟ ଛୋଟ ପିଲାଙ୍କୁ ନିୟୋଜିତ କରିଛନ୍ତି । ଗତକାଲି (ଶନିବାର) ଜୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଛୋଟ ଛୋଟ ଛୁଆଙ୍କୁ ଦେଖିବାକୁ ମିଳିଥିଲା । ତଳେ ପଡିଥିବା ଚେୟାରରେ ଛୋଟ ଛୋଟ ପିଲାମାନେ ବସିଥିଲେ । ଯାହା ଆଦର୍ଶ ଆଚରଣବିଧି ଉଲ୍ଲଘଂନ ଅଟେ ।

ଏହାମଧ୍ୟ ପଢନ୍ତୁ.. କଳିଙ୍ଗ ଷ୍ଟାଡିୟମ ଭିତରୁ ବିଜେଡି ପ୍ରଚାର ପାଇଁ ପାଣ୍ଡିଆନଙ୍କୁ କିଏ ଦେଲା ଅନୁମତି: ବିଜେପି - BJP Delegation Meet CEO

ସେ ଆଉ ମଧ୍ୟ କହିଛନ୍ତି, 'ଏହାପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ଆଦର୍ଶ ଆଚରଣବିଧି ଉଲ୍ଲଘଂନ କରିଥିବାର ପ୍ରମାଣ ରହିଛି । ପ୍ରଚାର କାର୍ଯ୍ୟରେ ଶିଶୁଙ୍କୁ ନିୟୋଜିତ କରିବା ଦ୍ୱାରା ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି । ସେମାନେ ଭାବୁଛନ୍ତି କେନ୍ଦ୍ରରେ ସରକାର ଥିବାରୁ ନିର୍ବାଚନ କମିଶନଙ୍କୁ ଆଳ କରି ତାଙ୍କର କେହି କିଛି କରିପାରିବେ ନାହିଁ । ଏଥିରୁ ବିଜେପି ନିବୃତ ରହୁ ଏବଂ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ମୁକ୍ତ ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦିଅନ୍ତୁ ।'

ସୁଲତା ଦେଓ ଆଉମଧ୍ୟ କହିଛନ୍ତି ଯେ, ଆମେ ଆଶା କରୁଛୁ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ଅବାଧ ନିର୍ବାଚନ କେମିତି ଓଡ଼ିଶାର ହେବ ତା ଉପରେ ଦୃଷ୍ଟି ଦେବେ । ଓଡ଼ିଶାର ନିର୍ବାଚନ ଆସିବ ଏବଂ ଯିବ । ଅବାଧ ନିର୍ବାଚନ ଆମ ସମସ୍ତଙ୍କର ଦାୟିତ୍ବ ।"

ସେହିପରି ଗତ କିଛିଦିନ ତଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ସଭାରେ ପିଲାମାନଙ୍କୁ ନିୟୋଜିତ କରିଥିବା ନେଇ ବିଜେଡି ଅଭିଯୋଗ ଆଣିଥିଲା । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.