ETV Bharat / politics

ବାଲେଶ୍ବରରେ ନାମାଙ୍କନ ପର୍ବ, ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - Odisha Assembly Election 2024 - ODISHA ASSEMBLY ELECTION 2024

Odisha Assembly Election 2024: ଆଜି ତୃତୀୟ ଦିନରେ ବାଲେଶ୍ବର ସଦର ପାଇଁ ନାମାଙ୍କନ ଭରିଲେ ଦୁଇଜଣ ପ୍ରାର୍ଥୀ, ଅନ୍ୟପଟେ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଜଣେ ପ୍ରାର୍ଥୀ ନାମାଙ୍କନ ଭରଛନ୍ତି । କିଏ କିଏ ଜାଣନ୍ତୁ

Odisha Assembly Election 2024
Odisha Assembly Election 2024 (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 8:28 PM IST

Odisha Assembly Election 2024 (ETV Bharat Odisha)

ବାଲେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇଛି । ତେବେ ଆଜି ତୃତୀୟ ଦିନରେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରୁ ଦୁଇଜଣ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପାଇଁ ସେମାନେ ଢୋଲ ବାଜା ବଜାଇ ନିଜ ସମର୍ଥକ ମାନଙ୍କ ସହ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ପ୍ରଥମେ ସଦର ବିଧାନସଭା ଆସନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ତାଙ୍କ ସମର୍ଥକ ମାନଙ୍କ ସହ ଶୋଭାଯାତ୍ରାରେ ପହଞ୍ଚିଥିଲେ । ନାମାଙ୍କନ ଦାଖଲ ପରେ ସେ ତାଙ୍କର ପ୍ରତିକ୍ରିୟା ଦେବାକୁ ଯାଇ କହିଥିଲେ ଯେ, ସାଧାରଣ ଲୋକ ଏଠି ନିର୍ବାଚନ ଲଢ଼ିବେ, ସଦର ନିର୍ବାଚନ ମଣ୍ଡଳୀର କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇନାହିଁ । ଯାହାଙ୍କୁ ନେତା ବାଛି ସାଧାରଣ ଲୋକ ବିଧାନସଭା ପଠାଇଥିଲେ ସେ କୌଣସି ଦିନ ବାଲେଶ୍ଵରର ବିକାଶ ପ୍ରସଙ୍ଗ ବିଧାନସଭାରେ ଉଠାଇ ନାହାନ୍ତି । ଯଦି ବିଧାୟକ ବିକାଶର ପ୍ରସଙ୍ଗ ବିଧାନସଭାରେ କେବେ ଉଠାଇ ଥାଆନ୍ତି ତାର ପ୍ରମାଣ ଦେଲେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଦେବେ ବୋଲି କହିଥିଲେ ।

ସେହିପରି ଦ୍ଵିତୀୟରେ କଂଗ୍ରେସ ବିଧାୟିକା ପ୍ରାର୍ଥୀ ମୋନାଲିସା ସାମଲ ନିଜର ସମର୍ଥକମାନଙ୍କୁ ନେଇ ଖୋଲା ଗାଡ଼ିରେ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଭରିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡି ଏବଂ ବିଜେପି ସରକାର ଅଦୃଶ୍ୟ ମେଣ୍ଟ କରି ବିକାଶର ଧାରାକୁ ଅଟକାଇ ରଖିଛନ୍ତି । ବାଲେଶ୍ଵର ସହରରେ ଡ୍ରେନ ସମସ୍ୟା ଥିବା ବେଳେ ଏହା ଉପରେ କେହି ବି ଦୃଷ୍ଟି ଦେଇ ନାହାନ୍ତି । ଯଦି ନିର୍ବାଚନରେ ମୋନାଲିସା ଜିତନ୍ତି ତେବେ ପ୍ରଥମେ ବାଲେଶ୍ଵରର ଡ୍ରେନ ସମସ୍ୟା ଦୂର କରିବେ ବୋଲି କହିଛନ୍ତି । ଏହାସହ ବିଜେଡି ସରକାର ନାରୀ ସଶକ୍ତି କରଣ ଉପରେ ନାରା ଦେଇ କେବଳ ଭୋଟ ହାତେଇବା ଚକ୍କରରେ ଥିବା ବେଳେ ଏଥର ଫଳ ଓଲଟା ନିଶ୍ଚୟ ହେବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଜଗତସିଂହପୁରରେ ନାମାଙ୍କନ ଭରିଲେ 6 ସ୍ବାଧୀନ ପ୍ରାର୍ଥୀ, ମୈଦାନକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଙ୍ଗଠନ - MLA Candidates File Nomination

ସେହିପରି ସିମୁଳିଆ ବିଜେଡି ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁ ତାଙ୍କର ସମର୍ଥକ ମାନଙ୍କୁ ନେଇ ସିମୁଳିଆରୁ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନିର୍ବାଚନରେ ବିଜୟୀ ହେଲେ ସେ ତାଙ୍କର ସମସ୍ତ ଦରମା ଗରିବ ଲୋକମାନଙ୍କୁ ଦାନ କରିଦେବେ ବୋଲି କହିଛନ୍ତି । ଏହାସହ ସିମୁଳିଆ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହାତ ଧରି ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ସେ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି କହୁଥିବା ବେଳେ ଏଥର ତାଙ୍କର ପ୍ରତିଦ୍ୱନ୍ଦିତା ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ସହ ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.