ETV Bharat / politics

ପୁରୀ ଦଖଲ କରିବାରେ ‘ବସ୍ତି ଭୋଟ’ ନିର୍ଣ୍ଣାୟକ, ହାତେଇବାକୁ ସବୁ ଦଳର ପ୍ରୟାସ - ODISHA ASSEMBLY ELECTION 2024

author img

By ETV Bharat Odisha Team

Published : Apr 20, 2024, 7:33 PM IST

Slum Voters In Puri Politics: ପୁରୀ ପୌରାଞ୍ଚଳରେ ୨୧ଟି ବସ୍ତିର ଭୋଟ ଉପରେ ନିର୍ଭର କରୁଛି ୩ ପ୍ରମୁଖ ଦଳ ପ୍ରାର୍ଥୀମାନଙ୍କ ଭାଗ୍ୟ । ଗତଥର ନିର୍ବାଚନରେ ବସ୍ତି ଭୋଟ ପାଇଁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ହୋଇଥିଲେ ବିଜୟୀ । ଅଧିକ ପଢନ୍ତୁ

All Parties MLA Candidates Focus On Slum Voters For Victory in Puri Constituency

ପୁରୀ: ନିର୍ବାଚନ ପରିପ୍ରେକ୍ଷୀରେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୀତିକ ପାଣିପାଗ ବେଶ୍ ସରଗରମ । ତେବେ ସବୁ ନିର୍ବାଚନରେ ପୁରୀ ଆସନ ଜିତିବାରେ ବସ୍ତି ବାସିନ୍ଦାଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ପୁରୀ ପୌରାଞ୍ଚଳରେ ୨୧ଟି ବସ୍ତି ରହିଥିବା ବେଳେ ଏଠାରେ ରହିଛି ପ୍ରାୟ ୪୦ ହଜାର ଭୋଟ । ତେଣୁ ରାତି ଅନିଦ୍ରା ରହି ବସ୍ତି ଭୋଟ ହାତେଇବାକୁ କଳବଳ ପ୍ରୟୋଗ ଆରମ୍ଭ କରିଛନ୍ତି ବିଭିନ୍ନ ଦଳ ଓ ସେମାନଙ୍କ ପ୍ରାର୍ଥୀ ।

ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ତେବେ ବସ୍ତି ବାସିନ୍ଦା ସମସ୍ୟା ଯିଏ ସମାଧାନ କରିଛି ଓ କରିବ ଉକ୍ତ ଦଳର ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିଛି । ବିଜେପିକୁ ଗତଥର ବସ୍ତି ଅଞ୍ଚଳରୁ ବିଜେଡି ଅପେକ୍ଷା ଅଧିକ ଭୋଟ ମିଳିଥିଲା । ତେଣୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ ବିଧାନସଭା ଆସନରୁ ଜିତିବା ସହଜ ହୋଇଥିଲା । ତେଣୁ ଚଳିତ ନିର୍ବାଚନରେ ଶାସକ ବିଜେଡି ବସ୍ତିବାସିନ୍ଦା ଭୋଟ ନିଜ ଦଖଲକୁ ନେବା ପାଇଁ କୌଶଳ ଆରମ୍ଭ କରିଛି ।

୫ ବର୍ଷରୁ ଅଧିକ ସମୟ ହେବ ପୌର ନିର୍ବାଚନ ବନ୍ଦ ରହିଥିବାରୁ ପୁରୀ ପୌରସଂସ୍ଥା ମୁଖିଆ ଶୂନ୍ୟ ହୋଇଛି । ତେଣୁ ସହରର ବିକାଶ ଏବେ ବିଧାନସଭା ପ୍ରାର୍ଥୀଙ୍କ ପାଖରେ ଅଟକିଛି । ବିଜେପି ପ୍ରାର୍ଥୀ ଗତ ୫ ବର୍ଷ କାର୍ଯ୍ୟକାଳ ଭିତରେ ପୁରୀ ସହରର ସର୍ବାଧିକ ଉନ୍ନତୀକରଣ କାମ ହୋଇଥିବା ପ୍ରଚାର କରୁଥିବା ବେଳେ ବିଜେଡି ପ୍ରାର୍ଥୀ ରାଜ୍ୟ ସରକାରଙ୍କୁ ଏହାର ଶ୍ରେୟ ଦେଉଛି । ଲୋକଙ୍କୁ ବିଭିନ୍ନ ମୌଳିକ ଅଧିକାର ଦେବାରେ ମଧ୍ୟ ଉଭୟ ଦଳର ନେତା କାମ କରିଥିବା ପ୍ରଚାର କରୁଛନ୍ତି । ଯେତେବେଳେ କି କଂଗ୍ରେସ ଦଳ ବିଜେପି ଓ ବିଜେଡି ଶାସନରେ ସର୍ବାଧିକ ଦୁର୍ନୀତି ହୋଇଥିବା ପ୍ରଚାର କରି ଲୋକଙ୍କ ଭରସା ଜିତିବାକୁ ଚେଷ୍ଟା କରୁଛି ।

ଏହା ମଧ୍ୟ ପଢନ୍ତୁ... ପୁରୀ ବିଜେଡିର ଫାଟ ଲୁଚାଇବା ଚିନ୍ତା ! କର୍ମୀ ଓ ନେତାଙ୍କୁ ଏକଜୁଟ ପାଇଁ ବସୁଛି ଘନ ଘନ ବୈଠକ - BJD Preparation Meeting

ତେବେ ବସ୍ତି ବାସିନ୍ଦାଙ୍କ ହକ ପାଇଁ ସବୁବେଳେ କଂଗ୍ରେସ ଆନ୍ଦୋଳନ କରି ଲୋକଙ୍କ ସହ ଥିବାରୁ ବସ୍ତି ବାସିନ୍ଦା ଚଳିତ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେବେ ବୋଲି କଂଗ୍ରେସ ପ୍ରାର୍ଥୀ ସୁଜିତ୍ ମହାପାତ୍ର କହିଛନ୍ତି । ସେପଟେ ଅନେକ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯାଇଥିବା ବେଳେ ନିର୍ବାଚନ ସରିବା ପରେ ବଞ୍ଚିତ ବ୍ୟକ୍ତିଙ୍କୁ ପଟ୍ଟା ଦିଆଯିବ । ବସ୍ତି ବାସିନ୍ଦାଙ୍କ ସୁଖ ଦୁଃଖରେ ସେ ଥିବାରୁ ଚଳିତ ନିର୍ବାଚନରେ ସେମାନେ ବିଜେପିକୁ ସମର୍ଥନ କରିବେ ବୋଲି ପୁରୀ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ସେପଟେ ବିଜେଡ଼ିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଚଳିତ ନିର୍ବାଚନରେ ପୁରୀର ବସ୍ତି ବାସିନ୍ଦା ବିଜେଡି ସହ ରହିବେ । ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କିଛି ପଦକ୍ଷେପ ନେଇଛନ୍ତି ।

ପୁରୀ ବିଧାନସଭା ଆସନ ଏହି ବସ୍ତିବାସିନ୍ଦାଙ୍କ ପ୍ରମୁଖ ସମସ୍ୟା ହେଉଛି ସ୍ଥାୟୀ ଜମି ପଟ୍ଟା । ପୁରୀସହରରେ ବଳିଆପଣ୍ଡା ଅଞ୍ଚଳ, ପେଣ୍ଠକଟା, ଭୂଦାନ, ବାଙ୍କି ମୁହାଣ, ଏଲ୍‌ଆଇସି କାର୍ଯ୍ୟାଳୟ ପଛପାର୍ଶ୍ବ, ଲ’କଲେଜ ନିକଟ, ବାଲିଉପର ପ୍ରଭୃତି ସ୍ଥାନରେ ରହିଥିବା ବସ୍ତିରେ ଶତାଧିକ ସଂଖ୍ୟାରେ ପରିବାର ବାସ କରୁଛନ୍ତି । ସମୁଦ୍ର କୂଳେ ବସ୍ତି ରହିଥିବାରୁ ଏହାର ପରିମଳ, ପାନୀୟ ଜଳ,ଆଲୋକୀକରଣ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁରକ୍ଷା ସୁବିଧା, ଶିକ୍ଷା ଓ ରୋଜଗାର ସୁବିଧା ସମେତ ଅନ୍ୟ ମୌଳିକ ସୁବିଧା ଯୋଗାଇବା ମୁଖ୍ୟ ଏଜେଣ୍ଡାହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.