ETV Bharat / politics

ବ୍ରଜରାଜନଗରରୁ ନାମାଙ୍କନ ଭରିଲେ ଅଳକା ମହାନ୍ତି ଓ ସ୍ବାଧୀନ ପ୍ରାର୍ଥୀ - Brajarajnagar Assembly Constituency

Odisha Assembly Election 2023: ବ୍ରଜରାଜନଗରରୁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ଓ ସ୍ବାଧୀନ ପ୍ରାର୍ଥୀ । ଆଜି ଝାରସୁଗୁଡା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ଦୀପାଳି ଦାସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 3, 2024, 10:10 AM IST

Updated : May 3, 2024, 1:57 PM IST

Etv Bharat
Etv Bharat (Etv Bharat)
ବ୍ରଜରାଜନଗରରୁ ନାମାଙ୍କନ ଭରିଲେ ଅଳକା ମହାନ୍ତି ଓ ସ୍ବାଧୀନ ପ୍ରାର୍ଥୀ (Etv Bharat)

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ରଜରାଜନଗରରୁ ନାମାଙ୍କନ ଭରିଲେ ଅଳକା ମହାନ୍ତି । ଗୁରୁବାର ବିଜେଡି ପ୍ରାର୍ଥିନୀ ଅଳକାଙ୍କ ସମେତ ସ୍ବାଧୀନ ପ୍ରାର୍ଥୀ ଭାବେ ସୁପ୍ରତ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେପଟେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ଦୁଇ ସ୍ବାଧୀନ ପ୍ରାର୍ଥୀ ଭାବେ ଡ଼ା ସାଧନା ପାଣ୍ଡେ ଓ ଜ୍ଞାନେନ୍ଦ୍ର ବେହେରା ନାମାଙ୍କନ ଭରିଛନ୍ତି ।

ମେ' ୨୦ ତାରିଖରେ ଝାରସୁଗୁଡ଼ାରେ ନିର୍ବାଚନ ହେବ । ଏନେଇ ଗତ ଏପ୍ରିଲ ୨୬ ତାରିଖରୁ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ଶାସକ ବିଜେଡି ଦଳର ବ୍ରଜରାଜନଗର ବିଧାନସଭା ପ୍ରାର୍ଥିନୀ ଅଳକା ମହାନ୍ତି ରିଟର୍ଣ୍ଣି ଅଧିକାରୀ ଭାବେ ନିୟୋଜିତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଳକାଙ୍କ ପ୍ରସ୍ତାବକ ଭାବେ ଶ୍ୟାମ ସୁନ୍ଦର ଶତପଥୀ, ସନତ ସିଂ ଓ ରାଧାକାନ୍ତ ପ୍ରଧାନ ସ୍ୱାକ୍ଷର କରିଥିଲେ । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ସୁପ୍ରିତ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଶାଳ ରୋଡ୍ ଶୋ'ରେ ଆସି ନାମାଙ୍କନ ଭରିଲେ ଜୁଏଲ, କୁସୁମ ଟେଟେ - BJP Candidate Nomination

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ଝାରସୁଗୁଡା ଆସନରୁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି । ସେପଟେ କୋଶଳ ସେନାର ସମର୍ଥକମାନେ ଏଥର ନିର୍ବାଚନ ମଇଦାନରେ ନିଜର ପ୍ରାର୍ଥୀ ଦେଇଛନ୍ତି । ଝାରସୁଗୁଡ଼ାରୁ ଜ୍ଞାନେନ୍ଦ୍ର ବେହେରାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ କୋଶଳ ସେନାର ସମର୍ଥନରେ ଛିଡ଼ା କରାଯାଇଛି । କାଲି ଝାରସୁଗୁଡ଼ାରେ ଜ୍ଞାନ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ବ୍ରଜରାଜନଗର ନଗରରୁ ବିଜେପି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । ଝାରସୁଗୁଡା ବିଧାନସଭା ଆସନରେ ଟଙ୍କଧର ତ୍ରିପାଠୀଙ୍କ ଉପରେ ପୁଣିଥରେ ଭରସା କରିଛି ଦଳ । ସେହିପରି କଂଗ୍ରେସ ବ୍ରଜରାଜନଗରରୁ କିଶୋର ପଟେଲ ଏବଂ ଝାରସୁଗୁଡାରୁ ଅମିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି । ବର୍ତ୍ତମାନ ଏହି ଦୁଇଟି ଯାକ ଆସନ ବିଜେଡି ହାତରେ ଅଛି । ବ୍ରଜରାଜନଗରରୁ ଅଳକା ମହାନ୍ତି ବିଧାୟିକା ଥିବାବେଳେ ଝାରସୁଗୁଡାରେ ଦୀପାଳି ଦାସ ଅଛନ୍ତି । ଚଳିତ ଥର ଦୁଇ ଜଣ ଯାକ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

Last Updated : May 3, 2024, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.