ETV Bharat / politics

ବିଧାନସଭାରେ ପୋଲଭରମ ତାତି: ବିରୋଧୀଙ୍କ ହୋହଲ୍ଲା, ବିଜେପିର ଜବାବ କୁମ୍ଭୀର କାନ୍ଦଣା କାନ୍ଦୁଛି କଂଗ୍ରେସ - Polavaram Dam project

Polavaram project: ଶୂନ୍ୟକାଳରେ ଉଠିଲା ପୋଲାଭରମ ପ୍ରସଙ୍ଗ । କମିଟି ଗଠନ ଦାବିରେ ଅଡି ବସିଲେ କଂଗ୍ରେସ ସଦସ୍ୟ । କଡା ଜବାବ ଦେଲା ଶାସକ ବିଜେପି । କେଉଁ କେଉଁ କଥା ଗୃହରେ ଉଠାଇଲା କଂଗ୍ରେସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

author img

By ETV Bharat Odisha Team

Published : Jul 25, 2024, 4:11 PM IST

ପୋଲଭରମ ତାତି
ପୋଲଭରମ ତାତି (ETV Bharat Odisha)

ଭୁବନେଶ୍ବର: ବାହାରେ ଥଣ୍ଡା ବିଧାନସଭାରେ ତାତି । ପୋଲାଭରମ ପ୍ରସଙ୍ଗକୁ ସରଗରମ ବିଧାନସଭା । ବିଧାନସଭାର ଚତୁର୍ଥ ଦିନରେ ସୁରୁଖୁରୁରେ ପ୍ରଶ୍ନକାଳରେ ଚାଲିଥିବା ବେଳେ ଶୂନ୍ୟକାଳରେ ଉଠିଥିଲା ପୋଲାଭରମ ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଆନ୍ଧ୍ରପ୍ରଦେଶ ପ୍ରୀତି ଏବଂ ଓଡିଶା ବିରୋଧୀ ମନୋଭାବ ଅଭିଯୋଗ ଆଣି ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ କଂଗ୍ରେସ ସଦସ୍ୟ । ବିରୋଧୀ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ । ସେପଟେ କଂଗ୍ରେସର ହଟ୍ଟଗୋଳ ପରେ ଜବାବ ରଖିଛି ଶାସକ ବିଜେପି ।

ପୋଲଭରମ ତାତି (ETV Bharat Odisha)

ଗୃହରେ ପୋଲଭରମ ତାତି: ଏ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘କେନ୍ଦ୍ର ସରକାର ଦ୍ବାରା ଅନୁମୋଦିତ ହୋଇଥିବା ପୋଲାଭରମ ପ୍ରକଳକୁ ଆମେ ଆଗରୁ ବିରୋଧ କରିଥିଲୁ । ବିନା ପଲିସଭାରେ ଏହି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରି ମୋଟୁ ଅଞ୍ଚଳରେ ପାଖାପାଖି 70ଟି ଗ୍ରାମ ଜଳମଗ୍ନ ହେବ । ଏହି ପ୍ରକଳ୍ପଟି ଯଦି ତିଆରି ହୁଅ ଆଦିବାସୀ ଜନଜାତି ଲୋକ ସମ୍ପୂର୍ଣ୍ଣ ଜଳମଗ୍ନର ଅସୁବିଧା ସମ୍ମୁଖୀନ ହେବେ । ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ଏଥି ପାଇଁ ଏକ କମିଟି ଗଠନ କରାଯାଉ । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପରେ ହସ୍ତକ୍ଷେପ କରି ଏହି ପ୍ରକଳ୍ପ ହବ କି ନାହିଁ ଏହାର ସମାଧାନ କରନ୍ତୁ ।'

ଶାସକ ଦଳର ଜବାବ କୁମ୍ଭୀର କାନ୍ଦଣା କାନ୍ଦୁଛି କଂଗ୍ରେସ: ସେପଟେ କଂଗ୍ରେସର ହଟ୍ଟଗୋଳ ପରେ ଏହାର କଡା ଜବାବ ରଖିଛି ଶାସକ ବିଜେପି । ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ କହିଛନ୍ତି, ‘କଂଗ୍ରେସ ବିଧାୟକ ଦଳ ନେତା ଆଜି ଯେଉଁ ଗୃହରେ ହଟ୍ଟଗୋଳ କରିଥିଲେ, ସେମାନେ ବୋଧେ ଭୁଲି ଯାଉଛନ୍ତି ତାଙ୍କ ସରକାର ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ କେନ୍ଦ୍ରରେ ଥିବା ବେଳେ ପୋଲାଭରମ ଶୁଭ ଦିଆଯାଇଥିଲା । 24 ବର୍ଷ ବିଜେଡ଼ି ସରକାର ସମୟରେ ସବୁ କାମ ହୋଇଛି । ହେଲେ ଆଜି କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି ।’

ଏହା ମଧ୍ୟ ପଢନ୍ତୁ: ବଜେଟରେ ପୋଲାଭରମ ପ୍ରକଳ୍ପକୁ ଅନୁଦାନ; ତାତିଲେ ବିଜେଡି-କଂଗ୍ରେସ, ପ୍ରକଳ୍ପ ହେଲେ ବୁଡିଯିବ ଓଡ଼ିଶାର ଅନେକ ଗାଁ

କାହିଁକି ଚର୍ଚ୍ଚାକୁ ଫେରିଲା ପୋଲାଭରମ: ପୋଲାଭରମ ପ୍ରକଳ୍ପକୁ ନେଇ ଦୀର୍ଘ ବର୍ଷ ହେବ ଦୁଇ ରାଜ୍ୟ ଯଥା ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । କାରଣ ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡିଯିବ । ମାଲକାନଗିରି ଓ ଗଜପତି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ଦୀର୍ଘ ଦିନ ହେବ ଶିଥିଳ ପଡିଥିବା ଏହି ପ୍ରୋଜେକ୍ଟକୁ ଶକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଓଡିଶାର ସ୍ବାର୍ଥକୁ ଅଣଦେଖା କରାଯାଇ ଚଳିତ ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅନୁଦାନ ଘୋଷଣା କରିଛନ୍ତି ମୋଦି ସରକାର । ଏହି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଜୋରଦାର ବିରୋଧ କରୁଛନ୍ତି ବିରୋଧି ବିଜେଡି ଓ କଂଗ୍ରେସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.