ETV Bharat / politics

କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ: ଓଡ଼ିଶା ଆପ୍‌ - Odisha AAP Allegation

author img

By ETV Bharat Odisha Team

Published : Mar 23, 2024, 9:21 PM IST

Odisha AAP Allegation: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଭିଯୋଗକାରୀକୁ ଡରାଇ ଧମକେଇ ଇଡି ବୟାନ ରେକର୍ଡ କରିଛି ବୋଲି ଅଭିଯୋଗ ଆଣିଛି ଓଡ଼ିଶା ଆପ ମୁଖ୍ୟ ନିଶିକାନ୍ତ ମହାପାତ୍ର । ଅଧିକ ପଢନ୍ତୁ

Odisha AAP Allegation
Odisha AAP Allegation
କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ: ଓଡ଼ିଶା ଆପ୍‌

ଭୁବନେଶ୍ବର: ଅରବିନ୍ଦ କେଜ୍ରିୱାଲଙ୍କ ନାମରେ ମିଛ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିଯୋଗକାରୀ ପି ଶରତ ଚନ୍ଦ୍ର ରେଡିଙ୍କ ଗୋଟେ ବୟାନକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେସ କରିଛନ୍ତି । ପ୍ରଥମେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାଣିନଥିବା ବୟାନ ଦେଇଥିଲେ । ତାପରେ ତାଙ୍କୁ ଏହି ମାମଲା ରୁଜୁ କରିବା ପାଇଁ ବାଧ୍ୟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଉ ଏହି ଅଭିଯୋଗକାରୀଙ୍କଠାରୁ ପରବର୍ତ୍ତୀ ସମୟରେ ବିଜେପି କୋଟି କୋଟି ଟଙ୍କା ନେଇଛି ବୋଲି ଓଡ଼ିଶା ଆପ୍‌ ମୁଖ୍ୟ ନିଶିକାନ୍ତ ମହାପାତ୍ର ଆଜି (ଶନିବାର) ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ।

ଏ ନେଇ ନିଶିକାନ୍ତ ମହାପାତ୍ର କହିଛନ୍ତି, "ଅଭିଯୋଗକାରୀ ପି ଶରତ ଚନ୍ଦ୍ର ରେଡି ପ୍ରଥମେ କେଜ୍ରିୱାଲଙ୍କୁ ଜାଣିନଥିବା ବୟାନ ଦେଇଥିଲେ । ତାପରେ ତାଙ୍କୁ ଏହି ମାମଲା ରୁଜୁ କରିବା ପାଇଁ ବାଧ୍ୟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିଯୋଗକାରୀ କେବଳ ଜଣେ ମଦ ବ୍ୟବସାୟୀ ନଥିଲେ, ବରଂ ଅରବିନ୍ଦ ଫାର୍ମାର ମୁଖ୍ୟ ଥିଲେ । ତାଙ୍କଠାରୁ ୫୯ କୋଟି ଟଙ୍କା ନେଇଛି ବିଜେପି, ଯାହା ଇଲେକଟ୍ରୋରାଲ ବଣ୍ଡରେ ସ୍ପଷ୍ଟ ହୋଇଛି । ସେ ଯେତେବେଳେ ଜେଲରେ ଥିଲେ ତାଙ୍କ ଠାରୁ ବିଜେପି କେମିତି ଟଙ୍କା ନେଲା ? ଏନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ନଡ୍ଡାଙ୍କୁ ଗିରଫ କରାଯାଉ ।"

ଏହା ବି ପଢନ୍ତୁ- ରାୟ ଶୁଣାଇଲେ କୋର୍ଟ, 6 ଦିନିଆ ଇଡି ରିମାଣ୍ଡରେ କେଜ୍ରିୱାଲ

ନିଶିକାନ୍ତଙ୍କ ଅଭିଯୋଗ ଅନୁସାରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଶରତ ରେଡି ରାଜି ହେବାରୁ ଇଡି ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା । ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ 59 କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏଥିରୁ ଜଣାପଡୁଛି ଚାପ ପକେଇ, ଡରେଇ ଧମକେଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ବକ୍ତବ୍ୟ ମଧ୍ୟ ଆଦାୟ କରିଛି ବୋଲି ନିଶିକାନ୍ତ କହିଛନ୍ତି ।

ଏହା ବି ପଢନ୍ତୁ- ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେଜ୍ରିୱାଲ: ଇଡି

ସୂଚନା ଥାଉ କି ଗତ ଗୁରୁବାର କେଜ୍ରିୱାଲଙ୍କୁ ବାସଭବନରେ ଜେରା କରିବା ପରେ ଗିରଫ କରିଥିଲା ଇଡି । ଏହାପରେ ଶୁକ୍ରବାର କେଜ୍ରିୱାଲଙ୍କୁ ଦିଲ୍ଲୀ ସ୍ଥିତ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କେଜ୍ରିୱାଲଙ୍କୁ 10 ଦିନିଆ ରିମାଣ୍ଡରେ ନେବା ଲାଗି ଇଡି ଆବେଦନ କରିଥିଲା । ମାତ୍ର କୋର୍ଟ 10 ଦିନ ପରିବର୍ତ୍ତେ 6 ଦିନିଆ ରିମାଣ୍ଡ ନେଇ ଅନୁମତି ଦେଇଥିଲେ । ଫଳରେ ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲ ଇଡି ରିମାଣ୍ଡର ରହିବେ । ଜେଲରେ ଥାଇ ମଧ୍ୟ କେଜ୍ରିୱାଲ ସରକାର ଚଲାଇପାରିବେ ବୋଲି କୋର୍ଟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.