ETV Bharat / politics

ନିର୍ବାଚନରେ ନୂଆ ରେକର୍ଡ, ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବଢିଲା ନୋଟା ଭୋଟର ହାର - NOTA Votes Up In Jagatsinghpur

author img

By ETV Bharat Odisha Team

Published : Jun 9, 2024, 4:37 PM IST

NOTA Votes Up In Jagatsinghpur: ଚଳିତ ଲୋକସଭା ନିର୍ବାଚନରେ ଜଗତସିଂହପୁର ଲୋକସଭା ଆସନରେ ୪ ହଜାର ୮୮୨ ଭୋଟ୍ ନୋଟା ସପକ୍ଷରେ ଯାଇଛି । ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

NOTA Votes Up In Jagatsinghpur
NOTA Votes Up In Jagatsinghpur (ETV Bharat Odisha)

ଜଗତସିଂହପୁର: ଆସି ସାରିଛି 2024 ଜନାଦେଶ । ରାଜ୍ୟରେ ବିଜେପି ଏକାକୀ ୨୦ ଟି ଲୋକସଭା ଆସନ ଓ କଂଗ୍ରେସ ୧ ଟି ଲୋକସଭା ଆସନରେ ବିଜୟୀ ହୋଇଛି । ଏହିକ୍ରମରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏଥର ନିର୍ବାଚନରେ ନୋଟାରେ ମତଦାନ ହାର ବଢ଼ିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ମୋଟ ୪ ହଜାର ୮୮୨ ଭୋଟ୍ ନୋଟାକୁ ଯାଇଥିବା ଜଣା ପଡ଼ିଛି । କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ନକରି ମତଦାତା ମାନେ ନୋଟାକୁ ବାଛିଛନ୍ତି । ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧୯୯୮ ଜଣ ମତଦାତା କାହା ସପକ୍ଷରେ ଭୋଟ ନଦେଇ ନୋଟାକୁ ଗ୍ରହଣ କରିଛନ୍ତି ।

ମୋଟ ଉପରେ ଉଭୟ ଲୋକସଭା ଓ ୪ ବିଧାନସଭା ଆସନରେ ୬ ହଜାର ୮୮୦ ଜଣ ଭୋଟର୍‌ ନୋଟା ବଟନ୍‌କୁ ଦବାଇଛନ୍ତି । ଆଶ୍ଚର୍ଯ୍ୟର କଥା ବିଧାନସଭା ଆସନ ତୁଳନାରେ ଜଗତସିଂହପୁର ଲୋକସଭା ଆସନରେ ପ୍ରତିଦ୍ଵନ୍ଦ୍ବିତା କରୁଥିବା ସାଂସଦ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ନୋଟା ଭୋଟ ସଂଖ୍ୟା ଅଧିକ ରହିଛି । ଜଗତସିଂହପୁର ଲୋକସଭା ଆସନରେ ମୁହାଁମୁହିଁ ହୋଇଥିଲେ ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ । ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ଠାରୁ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ପାଖାପାଖି ୪୦ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ... 21ରୁ 20 ପୋଛି ନେଲା ବିଜେପି, ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ କେଉଁ ଆସନରେ କେତେ ଭୋଟ ବ୍ୟବଧାନରେ କିଏ ଜିତିଲେ - odisha lok sabha election results 2024

ଅନ୍ୟପକ୍ଷେ ପୋଷ୍ଟାଲ ଭୋଟ ମଧ୍ୟ ବିଜେପି ସପକ୍ଷରେ ଅଧିକ ପଡ଼ିଥିବା ବେଳେ ତା'ର ପାଖାପାଖି ଅଧା ରାଜଶ୍ରୀଙ୍କ ଖାତାକୁ ଯାଇଥିଲା । ଅର୍ଥାତ ସାଂସଦ ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀଙ୍କ ପ୍ରାର୍ଥିତ୍ବ ସପକ୍ଷରେ ନଯାଇ ଅନେକ ସଚେତନ ନାଗରିକ ପୋଷ୍ଟାଲ ଭୋଟ ମାଧ୍ୟମରେ ନିଜ ନିଜର ମତ ବିଜେପି ସପକ୍ଷରେ ଦେଇଥିଲେ । ଜଗତସିଂହପୁର ଲୋକସଭା ଆସନ ଅଧୀନ ନିଆଳି ନିର୍ବାଚନମଣ୍ଡଳୀରେ ୭୯୪ ଭୋଟର ନୋଟାକୁ ପସନ୍ଦ କରିଛନ୍ତି । ସେହିପରି ନିମାପଡ଼ା ୭୬୭, କାକଟପୁର ୬୧୪, ଜଗତସିଂହପୁର ୫୫୨, ବାଲିକୁଦା- ଏରସମା ୭୨୭, ପାରାଦୀପ ୬୪୬ ଓ ୧୯ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୭୫୨ ଜଣ ମତଦାତା ନୋଟା ବଟନ୍‌କୁ ଦବାଇଥିଲେ ।

ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀକୁ ଦେଖିଲେ ଲୋକସଭା ତୁଳନାରେ ନୋଟା ସୁଇଚ ଦବାଇବା ମତଦାତାଙ୍କ ସଂଖ୍ୟା ଏଠାରେ ଅପେକ୍ଷାକୃତ କମ୍ । ଜଗତସିଂହପୁର ବିଧାନସଭା ଆସନରେ ପ୍ରତିଦ୍ଵନ୍ଦ୍ବିତା କରୁଥିବା ବିଧାୟକ ପ୍ରାର୍ଥୀମାନଙ୍କ ଭିତରୁ କାହାକୁ ପସଦକୁ ନନେଇ ୪୦୦ ମତଦାତା ନୋଟକୁ ଆଦରି ନେଇଛନ୍ତି । ସେହିପରି ତିର୍ତ୍ତୋଲ ୬୩୯, ପାରାଦୀପ ୪୮୯ ଓ ବାଲିକୁଡା-ଏରସମା ନିର୍ବାଚନମଣ୍ଡଳୀର ୪୭୦ ମତଦାତା କୌଣସି ପ୍ରାର୍ଥୀଙ୍କୁ ଭୋଟ ନଦେଇ ନୋଟାକୁ ପସନ୍ଦ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.