ETV Bharat / politics

ବିଜେଡି-ବିଜେପି ମଧ୍ୟରେ ସମ୍ପର୍କ କଣ, ଜୁନ 4ରେ ଜାଣିପାରିବେ ରାହୁଲ: ମନମୋହନ - Manmohan Samal reaction - MANMOHAN SAMAL REACTION

MANMOHAN SAMAL REACTION: ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ତେଣୁ ବିଜେପିର କୌଣସି ରିମାର୍କ ନାହିଁ ବୋଲି କହିଛି ବିଜେପି । ଜୁନ 4ରେ ସେମାନେ ଜାଣିପାରିବେ ବିଜେପି-ବିଜେଡ଼ି ଭିତରେ କ'ଣ ସମ୍ପର୍କ ବୋଲି କହିଲେ ମନମୋହନ । ଅଧିକ ପଢନ୍ତୁ

ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ତେଣୁ ବିଜେପିର କୌଣସି ରିମାର୍କ ନାହିଁ: ମନମୋହନ

author img

By ETV Bharat Odisha Team

Published : Apr 28, 2024, 5:14 PM IST

ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ତେଣୁ ବିଜେପିର କୌଣସି ରିମାର୍କ ନାହିଁ: ମନମୋହନ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା । ରାହୁଲଙ୍କୁ ନେଇ ବିଜେପିର କୌଣସି ପ୍ରତିକ୍ରିୟା ନାହିଁ । ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ତେଣୁ ବିଜେପିର କୌଣସି ରିମାର୍କ ନାହିଁ । 1 ତାରିଖ ଦିନ ଲୋକ ମତ ସାବ୍ୟସ୍ତ କରିବେ ଆଉ 4 ତାରିଖ ଦିନ ସେମାନେ ଜାଣିପାରିବେ ବିଜେପି-ବିଜେଡ଼ି ଭିତରେ କଣ ସମ୍ପର୍କ ରହିଛି । ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି," ତିନି ନମ୍ବର ପାର୍ଟିରେ ମୁଁ ରାଜନୈତିକ ଜୀବନ ଆରମ୍ଭ କରିଛି ଏବଂ 40 ବର୍ଷ ଧରି କାମ କରିଛି । ନିର୍ବାଚନରେ କ'ଣ ଅବସ୍ଥା ହୁଏ ମୁଁ ଜାଣିଛି । ନିର୍ବାଚନର 72 ଘଣ୍ଟା ପୂର୍ବରୁ ତାଙ୍କ ଅବସ୍ଥା କ'ଣ ହୁଏ, ସେଥିରେ ମୁଁ ଭୁକ୍ତଭୋଗୀ । କିଛି ଦିନ ଧରି କହିଲେ ମେଣ୍ଟ ହେଉଛି, ଆମେ 147 ବିଧାନସଭା 21 ଲୋକସଭା ଆସନରେ ଲଢ଼ିଲୁ, ଆଜି ପୁଣି ନୂଆ ଆଲୋଚନା କରାଯାଉଛି । ସରକାର ବିଜେପି କରିବ । କମ୍ଫର୍ଟଟେବଲ ମାର୍ଜିନରେ ସରକାର କରିବ । 21 ରୁ 21 ଲୋକସଭା ସହ ସରକାର କରିବା ପାଇଁ ଆବଶ୍ୟକ ସିଟ୍ ଜିତିବ । ଲୋକେ ନିର୍ବାଚନ ଲଢୁଛନ୍ତି, ବିଜେଡ଼ି, ବିଜେପି କିମ୍ବା କଂଗ୍ରେସ ନିର୍ବାଚନ ଲଢୁନି ଏବଂ ପରିବର୍ତ୍ତନ ପାଇଁ ଲୋକେ ନିର୍ବାଚନ ଲଢ଼ୁଛନ୍ତି ।’’

ସୂଚନାଯୋଗ୍ୟ ଯେ,ସାଲେପୁର ସମାବେଶରୁ ରାହୁଲଙ୍କ ରଣହୁଙ୍କାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ୍ । ଖଣି, ଜମି, କୃଷକ,ବେରୋଜଗାର ପ୍ରସଙ୍ଗ ଉଠାଇ ସରକାରଙ୍କୁ କଲେ ଟାର୍ଗେଟ । କହିଛନ୍ତି ବେକାରୀ, ଚାଷୀଙ୍କ ସମସ୍ୟା ସହିତ ବିଭିନ୍ନ ଦୁର୍ନୀତି କଥା କହି ରାହୁଲ ଗାନ୍ଧୀ ଶାଣିତ ଆକ୍ରମଣ କରିଛନ୍ତି । ଉଭୟ ବିଜେଡି ଓ ବିଜେପି ବିରୋଧରେ ବର୍ଷିବାକୁ ଯାଇ ରାହୁଲ ଗାନ୍ଧୀ କଂଗ୍ରେସ ଦ୍ୱାରା ହୋଇଥିବା ବିବାହ କଥା ଦୋହରାଇଛନ୍ତି । ସେହିପରି ଦୁଇ ଦଳ ନିର୍ଦ୍ଦିଷ୍ଟ ଲୋକଙ୍କୁ ଫାଇଦା ଦେଇଥିବା ବେଳେ ସାଧାରଣ ଲୋକଙ୍କୁ ପାନ ଧରାଇ ଦେଇଛନ୍ତି ବୋଲି ରାହୁଲ କହିଛନ୍ତି ।

ତେବେ କଂଗ୍ରେସ କ୍ଷମତାକୁ ଆସିଲେ, ପେହଲି ନୌକରୀ ପକ୍କି ଯୋଜନା ଘୋଷଣା କରିଛନ୍ତି ରାହୁଲ । ସମସ୍ତ ବେକାରୀ ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଇଛନ୍ତି । ସେକହିଛନ୍ତି, ଓଡିଶାରେ ଚାରା ରୋପଣରେ ୧୫ ହଜାର କୋଟି ଟଙ୍କା ଖଣିରେ ପ୍ରଚୁର ଲୁଟ ହୋଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ୍ ହୋଇଥିବା ଟଙ୍କା ରାଜ୍ୟବାସୀଙ୍କୁ ଟଙ୍କା ଫେରସ୍ତ ହେବ ।

ଏହା ମଧ୍ୟ ପଢନ୍ତୁ ......ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ଓଡ଼ିଶାରେ ପାଣ୍ଡିଆନ ଶାସନ ଚଳାଉଛନ୍ତି - Rahul Gandhi In Odisha

କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କୁ ବବର୍ ଶେର କହି ସମ୍ବୋଧିତ କଲେ ରାହୁଲ । ଓଡ଼ିଶାରେ ବିଜେପି ଓ ବିଜେଡ଼ିରେ ବାହାଘର ହୋଇଛି । ଦୁଇ ଜଣ ମିଶି କି ଅଛନ୍ତି । ବାହାଘର ପରେ ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି । ପାନ୍ ଅର୍ଥ ରାଜ୍ୟକୁ ପାଣ୍ଡିଆନ । ଆଦାନୀକୁ ରାଜ୍ୟ ଦେଇ ଦେଇଛନ୍ତି । କଂଗ୍ରେସ ଶାସନକୁ ଆସିଲେ ଲୁଟ୍ ପଇସା ଫେରିବ ବୋଲି କହିଥିଲେ ରାହୁଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.