ETV Bharat / politics

ପାଓ୍ବାର ସେୟାରିଂ ଅଡୁଆ ନ ତୁଟିବାରୁ ହୋଇପାରିଲାନି ମେଣ୍ଟ: ରବି ଦାସ - Political expert Rabi Das

POLITICAL EXPERT RABI DAS: ଓଡ଼ିଶାରେ ହେବନି ବିଜେଡି-ବିଜେପି ମେଣ୍ଟ । ଅନେକ ଦିନ ଧରି ରାଜ୍ୟରେ ଚାଲିଥିବା ଏହି ଚର୍ଚ୍ଚାରେ ଗତକାଲି 2 ଦଳ ସ୍ପଷ୍ଟୀକରଣ ବିରାମ ଲଗାଇଛି । ତେବେ ମେଣ୍ଟ ହେବାରେ କେଉଁଠି ରହିଲା ଅସୁବିଧା ? ଜାଣନ୍ତୁ କଣ କହୁଛନ୍ତି ରାଜନୀତି ସମୀକ୍ଷକ

POLITICAL EXPERT RABI DAS
POLITICAL EXPERT RABI DAS
author img

By ETV Bharat Odisha Team

Published : Mar 23, 2024, 3:50 PM IST

Updated : Mar 23, 2024, 4:19 PM IST

ପାଓ୍ବାର ସେୟାରିଂ ଅଡୁଆ ନ ତୁଟିବାରୁ ହୋଇପାରିଲାନି ମେଣ୍ଟ: ରବି ଦାସ

ଭୁବନେଶ୍ବର: ପ୍ରାୟ 17ରୁ 18 ଦିନର ଚର୍ଚ୍ଚା ଆଲୋଚନା ପରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗରେ ବିରାମ ଲାଗିଛି । କଣ ହୋଇପାରେ ସମ୍ଭାବ୍ୟ କାରଣ । ମେଣ୍ଟ ନ ହେବା ପଛର ଅସଲ କାରଣ କଣ ହୋଇପାରେ । ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଛିଡିଲାନି କି ? ନା ଆଉ କିଛି କାରଣ ରହିଛି ? ନିଜେ ପାଣ୍ଡିଆନ କହିଥିଲେ ଓଡିଶାର ବୃହତ୍ତର ସ୍ବାର୍ଥ ପାଇଁ ମେଣ୍ଟ ହୋଇପାରେ । ଅମିତ ଶାହ ମଧ୍ୟ ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ । ହେଲେ କେଉଁଠି ରହିଲା ଅସୁବିଧା ? ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ ପାଓ୍ବାର ସେୟାରିଂ ଅଡୁଆ ନ ତୁଟିବାରୁ ହୋଇପାରିଲାନି ମେଣ୍ଟ ।

ଗତକାଲି ଦୁଇ ଦଳ ପକ୍ଷରୁ ଟ୍ବିଟ କରି ଏକାକୀ ନିର୍ବାଚନ ଲଢିବା ନେଇ ସୂଚନା ଦିଆଯିବା ପରେ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ଅସଲ କଥା ହେଲା ଲୋକସଭାରେ ବିଜେପିର ପ୍ରାଇମେସିକୁ ବିଜେଡି ସ୍ବୀକାର କରିଥିଲେ ମଧ୍ୟ ବିଧାନସଭାରେ ଗ୍ରହଣ କରିପାରିଲା ନାହିଁ । 100ରୁ ଅଧିକ ଆସନରେ ବିଜେଡି ଲଢିବାକୁ ଚାହିଁଲା । କିନ୍ତୁ ବିଜେପି ଚାହୁଁଥିଲା କିଛି ଅଧିକ ଆସନ । ନିର୍ବାଚନ ପରେ ପାଓ୍ବାର ସେୟାରିଂ ପାଇଁ ମଧ୍ୟ ପ୍ରସ୍ତାବ ଦେଲା । ହେଲେ ବିଜେଡି ଏହାକୁ ଗ୍ରହଣ କଲା ନାହିଁ । ତେଣୁ କଥାବାର୍ତ୍ତା ଭାଙ୍ଗିଲା । ବିଜେଡିର କହିବା ହେଲା, କେନ୍ଦ୍ରରେ ଆମେ ନରେନ୍ଦ୍ର ମୋଦି ସରକାରକୁ ସମର୍ଥନ ଦେବୁ । ଏଠି ମଧ୍ୟ ବିଜେଡି ସରକାର କରିବ ନିଜ ବଳରେ । କିନ୍ତୁ ସରକାର ଗଠନ ପରେ ପାଓ୍ବାର ସେୟାରିଂରେ ରାଜି ହେଲାନି ବିଜେଡି ।"

ସେ ଆହୁରି କହିଛନ୍ତି, "ବିଜେଡି ନେତାମାନେ ଉପଲବ୍ଧି କଲେଣି ଯେ ନରେନ୍ଦ୍ର ମୋଦିଙ୍କ ଆବିର୍ଭାବ ପରେ ବିଜେପି ଶକ୍ତିଶାଳୀ ହୋଇଛି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବିଜେପିର ଲୋକପ୍ରିୟତା ବଢିଛି । ଓଡ଼ିଶାରେ ବିଜେପିର ଯେଉଁ ଭିତ୍ତିଭୂମି ବଢିଛି ତାହା ନଷ୍ଟ ହୋଇଯିବ । ବାସ୍ତବିକ ଗତ ନିର୍ବାଚନରେ କଂଗ୍ରେସର ଭୋଟ ବେସ ବିଜେପିକୁ ଆସିଛି । ଯଦି ମେଣ୍ଟ ହୁଏ ତେବେ ସେହି ଭୋଟ ଗୁଡିକ କଂଗ୍ରେସକୁ ଫେରିଯିବାର ଆଶଙ୍କା ରହିଛି । ବିଜେପିର ରାଜ୍ୟ ନେତୃତ୍ବ କେନ୍ଦ୍ର ନେତୃତ୍ବକୁ ଏକଥା ଭଲ ଭାବେ ବୁଝାଇପାରିଛି । ଯେଉଁଥି ପାଇଁ ମେଣ୍ଟ ହୋଇପାରିଲା ନାହିଁ । ଗୋଟିଏ କ୍ଷେତ୍ରରେ ବୁଝାମଣା ହୋଇପାରିଥାଏ ଯେ ନିର୍ବାଚନ ପରେ ପରସ୍ପରକୁ ସାହାଯ୍ୟ କରିବା । ବିଜେପିର ରାଜ୍ୟ ସଭାପତିଙ୍କ ଯୁକ୍ତି ହେଲା ଏବେ ଯେଉଁ ନିର୍ବାଚନ ହେବ, ଓଡିଶାରେ ମୋଦି ଗ୍ୟାରେଣ୍ଟି ଏବଂ ଓଡିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢିବ ।"

ଏହା ବି ପଢନ୍ତୁ- ବିଜେପି ପରେ ବିଜେଡିର ଟ୍ବିଟ୍: ପ୍ରଣବ ଲେଖିଲେ, ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ

ଓଡିଶାର ଅସ୍ମିତା କଥା ଉଠାଇ ମନମୋହନ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ନବୀନ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ 10ବର୍ଷର ସମର୍ଥନ ପାଇଁ । 2024 ନିର୍ବାଚନରେ ମୋଦିଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ କ୍ଷମତାଚ୍ୟୁତ କରିବାକୁ ଲାଗିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ମୋଦିଙ୍କ ସମର୍ଥନରେ ଅଛି । କିନ୍ତୁ ଓଡିଶାରେ ପରିସ୍ଥିତି ଅଲଗା । ବିଜେଡି କେନ୍ଦ୍ର ବିରୋଧରେ ଆକ୍ରମଣ କରିବ ନାହିଁ କି ବିଜେପି ନବୀନଙ୍କ ବିରୋଧରେ ଆକ୍ରମଣ କରିବ ନାହିଁ । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ କେହି ଉଠାଉନାହାନ୍ତି । ହୁଏତ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇପାରେ । 2024 ନିର୍ବାଚନରେ ଓଡିଶାରେ 2019 ଭଳି ସ୍ପିଲ୍ଟ ଭୋଟିଂ ଦେଖିବାକୁ ମିଳିପାରେ । 2019ରେ ମଧ୍ୟ ଏପରି ହୋଇଥିଲା । 2024ରେ ଏହାର ମାତ୍ରା ବଢିପାରେ ବୋଲି ରବି ଦାସ କହିଛନ୍ତି ।

ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, " ମେଣ୍ଟ ନିଷ୍ପତ୍ତି ବିଜେପି ମୋଦିଙ୍କ ଉପରେ ଛାଡିଥିଲା । ବିଜେଡି ନବୀନଙ୍କ ଉପରେ ଛାଡିଥିଲା । ପାଣ୍ଡିଆନ ଉଭୟ ଦଳକୁ ଏକାଠି କରିବାକୁ ଚାହୁଁଥିଲେ । ବଡ଼ ବଡ଼ ହସ୍ତି ସବୁ ବିଜେଡି ବିଜେପି ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲିଠାରୁ ଏହା ଆରମ୍ଭ ହୋଇଛି । ମେଣ୍ଟ ନିଷ୍ପତ୍ତିକୁ ସେଥିପାଇଁ ଘୋଷଣା କରିପାରୁନାହାନ୍ତି । ଏକମାତ୍ର ବିକଳ୍ପ କଂଗ୍ରେସକୁ ଘୋଡା ଜଡିଆଁ କରିବେ ପ୍ରାର୍ଥୀ । ମେଣ୍ଟ ନ ହେଲେ ଅଧିକ ସଂଖ୍ୟାରେ ବିଜେଡି ବିଜେପି ଲୋକସଭା ଏବଂ ବିଧାନସଭାରେ ଆସନ ପାଇବେ ନାହିଁ । ସେଥିପାଇଁ ମେଣ୍ଟ ହେବ । କିନ୍ତୁ କେଉଁ ସମୟରେ ମେଣ୍ଟ କରିବେ ସେନେଇ ସମୟକୁ ଅପେକ୍ଷା କରିଛନ୍ତି ।"

ଏହା ବି ପଢନ୍ତୁ- ମେଣ୍ଟ ଛିଣ୍ଡିବା ପରେ ଦିଲ୍ଲୀ ଗଲେ ମନମୋହନ, ଆଜି ଆସିପାରେ ଓଡ଼ିଶା ପ୍ରାର୍ଥୀ ତାଲିକା

ଦୀର୍ଘ 15 ବର୍ଷ ପରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଯେଉଁ ଆଶା ଉଉ୍ଜୀବିତ ହୋଇଥିଲା ତାହା ଏବେ ମଉଳି ଯାଇଛି । ଆସନ ଭାଗବଣ୍ଟା ନ ଛିଡିବା ଏବଂ ପାଓ୍ବାର ସେୟାରିଂ କଥାବାର୍ତ୍ତା ସଫଳ ନ ହେବା କାରଣରୁ ମେଣ୍ଟ ହୋଇପାରିନାହିଁ ବୋଲି ରାଜନୀତି ସମୀକ୍ଷକ ମତପୋଷଣ କରୁଛନ୍ତି । ଏବେ 2024 ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଦୁଇ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 23, 2024, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.