ETV Bharat / politics

‘ନୀତିଶ ସବ କେ ହେଁ’: 9ମ ଥର ନେବେ ମୁଖ୍ୟମନ୍ତ୍ରୀ ଶପଥ, ବିଜେପି ଖାତାକୁ 2 ଉପମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 28, 2024, 4:39 PM IST

Nitish Kumar Record Of Taking Oath: ରେକର୍ଡ କରିବେ ନୀତିଶ କୁମାର । ଆଜି ସଂଧ୍ୟାରେ 9ମ ଥର ନେବେ ମୁଖ୍ୟମନ୍ତ୍ରୀ ଶପଥ । ବିଜେପି କ୍ୟାମ୍ପରୁ ଦୁଇ ଉପମୁଖ୍ୟମନ୍ତ୍ରୀ ସମେତ ଏକାଧିକ ମନ୍ତ୍ରୀ । ଅଧିକ ପଢନ୍ତୁ

9ମ ଥର ଶପଥ ନେବେ ନୀତିଶ
9ମ ଥର ଶପଥ ନେବେ ନୀତିଶ

ପାଟନା: ବିହାର ରାଜନୀତିରେ ଗତ 72 ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଥିବା ଚର୍ଚ୍ଚା ଓ ହଟଚମଟ ଆଜି ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ ସହ ଶେଷ ହେବାକୁ ଯାଉଛି । କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ସୁପ୍ରିମୋ ନୀତିଶ କୁମାର ପୁଣି ଥରେ ଆଜି ସଂଧ୍ୟାରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶାସକ ମେଣ୍ଟ ବଦଳିବ ହେଲେ ମୁଖ୍ୟମନ୍ତ୍ରୀ ଅପରିବର୍ତ୍ତିତ ରହିବେ । 2000 ମସିହାରେ ପ୍ରଥମ ଥର ମାତ୍ର 7 ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ଆଜି 9ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ଭାରତୀୟ ରାଜନୀତିରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ଯାହା ନୀତିଶଙ୍କ କ୍ଷେତ୍ରରେ କରାଯାଉଥିବା କଟାକ୍ଷ ‘ନୀତିଶ ସବ କେ ହେଁ’କୁ ପୁଣି ଥରେ ସତ୍ୟ ପ୍ରମାଣିତ ହେବାକୁ ଯାଉଛି ।

ତେବେ ଚଳିତଥର ଗଠନ ହେବାକୁ ଯାଉଥିବା ଏନଡିଏ ସମର୍ଥତ ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଏହି ଦୁଇ ପଦ ବିଜେପି କ୍ୟାମ୍ପକୁ ଯାଉଛି । ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଓ ବିଧାନସଭାରେ ଦଳର ଉପନେତା ବିଜୟ ସିହ୍ନା ନୀତିଶ କ୍ୟାବିନେଟରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ନୀତିଶଙ୍କ ବ୍ୟତୀତ ଆଜି ମୋଟ 8 ଜଣ ମନ୍ତ୍ରୀ ପଦର ଶପଥ ନେବେ । କିନ୍ତୁ ପରବର୍ତ୍ତୀ ସମୟରେ ସମ୍ପ୍ରସାରିତ କ୍ୟାବିନେଟରେ ମୋଟ 36 ମନ୍ତ୍ରୀଙ୍କୁ ସ୍ଥାନ ମିଳିବା ନେଇ କୁହାଯାଉଛି ।

9ମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତିଶ:-

2000 ମସିହା ମାର୍ଚ୍ଚ 3 ତାରିଖରେ ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ । ମାତ୍ର 7 ଦିନରେ ତାଙ୍କ ସରକାରର ପତନ ହୋଇଥିଲା । 24 ନଭେମ୍ବର 2005 ଦ୍ୱିତୀୟ ଥର ଓ 26 ନଭେମ୍ବର 2010 ମସିହାରେ 3ୟ ଥର ମୁଖ୍ୟମନ୍ତ୍ରୀ ସେ ହୋଇଥିଲେ । ଏହା ପରେ ମଧ୍ୟ ଏହି ଧାରା ବଜାୟ ରହିଥିଲା । ପୁଣି 22 ନଭେମ୍ବର 2015 ମସିହାରେ 4ର୍ଥ ଥର, 20 ଜାନୁଆରୀ 2015 5ମ ଥର, 27 ଜୁଲାଇ 2017ରେ 6ଷ୍ଠ ଥର, 16 ନଭେମ୍ବର 2020 7ମ ଥର 10 ଅଗଷ୍ଟ 2022 8ମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଜି ସେ 9ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଯାହା ପ୍ରାଦେଶିକ ରାଜନୀତିରେ ଏକ ବିରଳ ରେକର୍ଡ ମଧ୍ୟ ।

ନୀତିଶଙ୍କୁ 128 ବିଧାୟକଙ୍କ ସମର୍ଥନ:- 243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ବହୁମତ ପାଇଁ 122 ଆସନ ଆବଶ୍ଯକ ଥିବା ବେଳେ ଏନଡିଏର ସାଂଖ୍ୟିକ ଆସନ 128 ରହିଛି । ଯେଉଁଥିରେ 45 ଜଣ ଜେଡିୟୁ ବିଧାୟକଙ୍କ ବ୍ୟତୀତ ବିଜେପିର 78, 4 ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଏହି ସମସ୍ତ 3 ଦଳ ଓ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ମନ୍ତ୍ରୀ ପଦ ପାଇବାକୁ ଯାଉଛନ୍ତି ।

ଏହି ବିଧାୟକମାନେ ହୋଇପାରନ୍ତି ମନ୍ତ୍ରୀ:- ରାଜନୀତି ସମୀକ୍ଷକ ଓ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, 2020 ମସିହାରେ ଏନଡିଏ ସମର୍ଥିତ ସରକାରରେ ଯେଉଁ ବିଧାୟକମାନେ ମନ୍ତ୍ରୀ ପଦ ପାଇଥିଲେ, ସେମାନଙ୍କ ମଧ୍ୟରୁ ଏକାଧିକଙ୍କ କ୍ଷେତ୍ରରେ ପୁନରାବୃତ୍ତି ଦେଖିବାକୁ ମିଳିପାରେ । ହେଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି ଓ ରେଣୁ ଦେବୀଙ୍କ ସ୍ଥାନରେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଯୁଗ୍ମ ସ୍ଥାନ ନେବେ । ସେହିପରି ମଙ୍ଗଲ ପାଣ୍ଡେ, ନୀତିନ ନବୀନ, ବିଜୟ ସିହ୍ନା, ଶାହନାୱାଜ ହୁସେନ, ଜନକରାମ ପୁଣିଥରେ କ୍ୟାବିନେଟରେ ସୁଯୋଗ ପାଇପାରନ୍ତି ।

ଏହା ବି ପଢନ୍ତୁ- ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ, ନୀତିଶଙ୍କ ସମେତ 8 ମନ୍ତ୍ରୀ ନେବେ ଶପଥ

ଶାସକ ମେଣ୍ଟରେ ଥିବା ଦଳର ବିଧାୟକଙ୍କ ସଂଖ୍ୟା ଅନୁଯାୟୀ ମନ୍ତ୍ରୀ ପଦ ମିଳିବା ଉପରେ ଗୁରୁତ୍ୱ ଦିଆଯାଉଛି । 78 ଜଣ ବିଧାୟକ ଥିବା ବିଜେପି ଖାତାକୁ 16-18 ଜଣ ମନ୍ତ୍ରୀ ପଦ ଆସିପାରେ । 45 ଜେଡିୟୁ ବିଧାୟକଙ୍କ ମଧ୍ୟରୁ 12-13 ଜଣ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚାର 4 ଜଣ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ । ଜିତନରାମଙ୍କ ପୁଅ ସନ୍ତୋଷ ସୁମନ ମନ୍ତ୍ରୀ ହେଉଛନ୍ତି । ସେହିପରି ଅନ୍ୟ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ମନ୍ତ୍ରୀ ହୋଇପାରନ୍ତି । ମାତ୍ର ଆଜି କେବଳ ମୁଖ୍ୟମନ୍ତ୍ରୀ ନୀତିଶ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ 9ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି ।

ବିଜେପିକୁ ବିରୋଧି ଦଳର ରାସ୍ତା ଦେଖାଇଥିଲେ ନୀତିଶ:- 2020 ବିହାର ବିଧାନସଭା ନିର୍ବାଚନରେ ସରକାର ଗଠନ ପାଇଁ କେଉଁ ଦଳକୁ ଏକକ ବହୁମତ ମିଳିନଥିଲା । ଆରଜେଡିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ନୀତିଶ ବିଜେପି ସହ ମେଣ୍ଟ କରିଥିଲେ ଓ 8ମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ସରକାର ଚାଲିବାର ପ୍ରାୟ 2 ବର୍ଷ ପରେ 2022 ଅଗଷ୍ଟ 10 ତାରିଖରେ ନୀତିଶ ନାଟକୀୟ ଢଙ୍ଗରେ ସରକାର ଭାଙ୍ଗି ମହାମେଣ୍ଟ ସମର୍ଥିତ ସରକାର ଗଠନ କରିଥିଲେ । ଏହି କଂଗ୍ରେସ-ଆରଜେଡି ଓ ଜେଡିୟୁର ତ୍ରିକୋଣୀୟ ମେଣ୍ଟକୁ ‘ମହାମେଣ୍ଟ’ କୁହାଯାଉଥିଲା । ବିଜେପିକୁ ବିରୋଧୀ ରାସ୍ତା ଦେଖାଇଥିବା ନୀତିଶଙ୍କୁ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ପଡିଥିଲା । ହେଲେ ପରବର୍ତ୍ତୀ ସମୟରେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାଲୁଙ୍କ କ୍ୟାମ୍ପରୁ ବାରମ୍ବାର ଚାପ ସୃଷ୍ଟି ହେଉଥିଲା । ସେହି କାରଣରୁ ବର୍ତ୍ତମାନର କ୍ଷମତା ପରିବର୍ତ୍ତନର ସୂତ୍ରପାତ ହୋଇଥିଲା, ଯାହା ଆଜି ବାସ୍ତବତାରେ ବଦଳିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.